Posted inଫୁରସତ

ରିଅଲ ଲାଇଫ୍‌ ସିଙ୍ଘମ: ୫୭ ଡକାୟତଙ୍କୁ କାବୁ କରିଛନ୍ତି ଏହି ଆଇପିଏସ୍‌ ଅଫିସର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ରିଲ ଲାଇଫ୍‌ ସିଙ୍ଘମ କୁହାଯାଏ। ହେଲେ ରିଅଲ ଲାଇଫ୍‌ରେ ଜଣେ ଏଭଳି ଆଇଏଏସ୍‌ ଅଫିସର ଅଛନ୍ତି, ଯାହାଙ୍କୁ ଅପରାଧିଙ୍କ ପ୍ରାଣେ ଭୟ। ସେ ହେଲେ ଏସ୍‌ପି ମୁଦୁଲ କଚ୍ଛାବା। ତାଙ୍କ ନାମ ଶୁଣିବା ମାତ୍ରେ ଅପରାଧୀଙ୍କ ମନରେ ଛନକା ପଶିଯାଏ।

ମୁଦୁଲ ରାଜସ୍ଥାନର ବିକାନେର ଜିଲାରେ ରୁହନ୍ତି। ସେଠାରେ ହିଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସେ ଏମ୍‌ଆଇବି କରିଛନ୍ତି। ଡିଗ୍ରୀ ହାସଲ କରିବା ପରେ ସେ ସିଏ ଏବଂ ସିଏସ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ପରେ ସେ ନେଟ୍‌ କ୍ୱାଲିଫାଏ କରିଥିଲେ। ଜର୍ମାନୀରେ ଏକ ବର୍ଷ ଚାକିରି କରିବା ପରେ ସେ ୟୁପିଏସ୍‌ସି ପଢ଼ା ଆରମ୍ଭ କରିବା ଲାଗି ଦିଲ୍ଲୀ ଆସିଥିଲେ। ସେଠାରେ ଅଢ଼େଇ ବର୍ଷ ରହିଥିଲେ। ୨୦୧୪ରେ ସେ ଡାକ ବିଭାଗରେ ଚାକିରି ପାଇଥିଲେ। ହେଲେ ତାଙ୍କର ସ୍ବପ୍ନ ଥିଲା ଆଇପିଏସ୍‌ ହେବା। ୨୦୧୫ରେ ସେ ଏହି ସଫଳତା ପାଇଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ କନିକା ସିଂହ। କନିକା ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଙ୍କଜ ସିଂହଙ୍କ ଝିଅ।

ପ୍ରୋବେଶନାଲ ଏସ୍‌ପି ଭାବେ ସେ ୨୦୧୭ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ଗଙ୍ଗାନଗରରେ ୨୦୧୮ ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ ଅଧିକାରୀ ଭାବେ କାମ କରିଥିଲେ। ପରେ ମୁଦୁଲଙ୍କୁ ଧୋଲପୁର ଜିଲାର ଏସ୍‌ପି କରାଯାଇଥିଲା। ଏଠାରେ ସେ ଅପରାଧିଙ୍କ ଧରପଗଡ଼ ଆରମ୍ଭ କରିଥିଲେ। ସେଠାରେ ନିଜର କିଛିଦିନ କାର୍ଯ୍ୟକାଳରେ ସେ ୫୭ଜଣ ଡକାୟତ ଏବଂ ଅନ୍ୟ ଅପରାଧୀଙ୍କୁ ଗିରଫ କରିଛନ୍ତି। ବିଶେଷକରି ଅପରାଧୀଙ୍କ ଆଡ୍ଡାସ୍ଥଳ କୁହାଯାଉଥିବା ଧୋଲପୁର ଜିଲାର ଚମ୍ବଲର ବିହଡ଼ରେ ତାଙ୍କ ନାମରେ ଭୟ ପଶୁଥିଲା। ଏହି ଯୁବ ଅଫିସର ଅପରାଧୀଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରି ନିଜେ ମଧ୍ୟ ନଜର ରଖିଥିଲେ। ଏବେ ସେ ନିଜ କାମରେ ସଫଳ ହୋଇଥିବା କୁହାଯାଉଛି।

୨୦୧୯ ଜୁଲାଇରୁ ଏବେ ମଧ୍ୟରେ ମୁଦୁଲ ୫୭ଜଣ ଡକାୟତ ଏବଂ ହାର୍ଡକୋର ଅପରାଧିଙ୍କୁ ଧରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପପ୍ପୁ ଗୁର୍ଜର, ଲାଲ ସିଂ ଗୁର୍ଜର, ରାମବିଲାସ ଗୁର୍ଜର, ଭାରତ ଗୁର୍ଜର, ରଘୁରାଜ ଗୁର୍ଜର ପ୍ରମୁଖ ଅପରାଧି। ତେବେ କେବଳ ଲକ୍‌ଡାଉନ୍‌ ସମୟ ମଧ୍ୟରେ ୨୨ରୁ ଅଧିକ ଡକାୟତଙ୍କୁ ସେ ଗିରଫ କରି ଜେଲକୁ ପଠାଇଦେଇଛନ୍ତି। ଦୀର୍ଘ ୧୧ ମାସ ଧରି କଷ୍ଟ କରିବା ପରେ ଶେଷରେ ଚମ୍ବଲ ଅପରାଧମୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri