Posted inଖେଳ

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ନ,୨୭ା୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ପୁଣି ଥରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ। ପେସ୍‌ ବୋଲର କାମେରନ୍‌ ଗ୍ରୀନ୍‌ଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ସାଉଥ୍‌ ଆଫ୍ରିକା ୧୮୯ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ୪୫ ରନ୍‌ ସଂଗ୍ରହ କରିଛି। ମେଲବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରବଳ ମାତ୍ରାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୬୪,୮୭୬ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଘରୋଇ ଦର୍ଶକଙ୍କ ଆଗରେ ଗ୍ରୀନ୍‌ଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଟେଷ୍ଟ କ୍ରିକେଟରେ ଗ୍ରୀନ୍‌ ନିଜର ପ୍ରଥମ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ନିଜର ଶେଷ ୫ ଉଇକେଟ ହରାଇଥିଲା। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଦୁଇ ଓପ୍‌ନର ଡିନ୍‌ ଏଲ୍‌ଗାର (୨୬) ଓ ସାରେଲ ଏରଓ୍ବି(୧୮) ପ୍ରଥମ ଉଇକେଟରେ ଯୋଡ଼ିଥିଲେ ୨୯ ରନ୍‌। ତେବେ ଦଳୀୟ ସ୍କୋର ୫୬ ରନ୍‌ରେ ଥେନୁସ୍‌ ଡି ବ୍ରୁଇନ୍‌(୧୨) ଆଉଟ ହେବା ପରେ ଦଳ ଏକ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ୬୭ ରନ୍‌ରେ ୫ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ଉଇକେଟ୍‌କିପର କାଇଲ ଭେରେୟିନ୍‌ ୫୨ ଓ ନିମ୍ନକ୍ରମ ବ୍ୟାଟର ମାର୍କୋ ଜାନସେନ୍‌ ଅର୍ଦ୍ଧଶତକୀୟ(୫୯ ରନ୍‌)ଇନିଂସ ଖେଳି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଭେରେୟିନ୍‌ ୯୯ ବଲ୍‌ ଖେଳି ୩ ଚୌକା ମାରିଥିବା ବେଳେ ଜାନସେନ୍‌ ୧୩୬ ବଲ୍‌ ଖେଳି ୧୦ ଚୌକା ମାରିଥିଲେ। ଗ୍ରୀନ୍‌ ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ମିଚେଲ୍‌ ଷ୍ଟାର୍କ ୨, ସ୍କଟ୍‌ ବୋଲାଣ୍ଡ ଓ ନାଥନ ଲିୟନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦିନର ଖେଳ ଶେଷହେବା ସୁଦ୍ଧା ଅଷ୍ଟ୍ରେଲିଆ ୧ ଉଇକେଟରେ ୪୫ ରନ୍‌ କରିଛି। ଉସ୍‌ମାନ ଖ୍ବାଜା ୧ ରନ୍‌ କରି କାଗିସୋ ରବାଡାଙ୍କ ବଲରେ ଆଉଟ ହୋଇଥିବା ବେଳେ ଡେଭିଡ୍‌ ଓ୍ବାର୍ନର ୩୨ ଓ ମାର୍ନସ ଲାବୁଶେନ୍‌ ୫ ରନରେ ବ୍ୟାଟିଂ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ସହିତ ୧-୦ରେ ପଛୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri