Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିରେ ଦ. ଆଫ୍ରିକା

ଅହମଦାବାଦ,୨୬ା୨: ପେସରଙ୍କ ଘାତକ ବୋଲିଂ ଏବଂ ଅଧିନାୟକ ଏଡେନ ମାରକ୍ରମଙ୍କ ଅପରାଜିତ ୮୧ ରନ୍‌ର ଇନିଂସ ବଳରେ ଗୁରୁବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଧାର୍ଯ୍ୟ ୧୭୭ ରନର ଟାର୍ଗେଟକୁ ଦ. ଆଫ୍ରିକା ମାତ୍ର ୧୬.୧ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେ ପହଞ୍ଚିବା ପ୍ରାୟ ସ୍ପଷ୍ଟ ହୋଇଯାଇଛି ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ ଡିଫେଣ୍ଡିଂ ଚାମ୍ପିୟନ ଭାରତୀକୁ ଏକ ବଡ଼ ସୁଯୋଗ ପ୍ରଦାନ କରିଛି। ଏହି ମ୍ୟାଚ୍‌ରେ ଜାସନ ହୋଲ୍ଡର ଓ ରୋମାରିଓ ଶେଫର୍ଡ ଅଷ୍ଟମ ଉଇକେଟରେ ୮୯ ରନ ଯୋଡ଼ିଥିଲେ, ଯାହାକି ଟି୨୦ ବିଶ୍ୱକପ୍‌ ଇତିହାସରେ ଅଷ୍ଟମ ଉଇକେଟ ପାଇଁ ସର୍ବାଧିକ।

ଜିତି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ମାରକ୍ରମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ କାଗିସୋ ରାବାଡା (୨/୨୨) ଓ ଲୁଙ୍ଗି ଏନ୍‌ଗିଡି (୩/୩୦) ଉଚିତ ସାବ୍ୟସ୍ତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ୧୦.୨ ଓଭରରେ ୮୩ ରନରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଜାସନ ହୋଲ୍ଡର ୩୧ ବଲରେ ୪୯ (୪ ଚୌକା ଓ ୩ ଛକା) ଓ ରୋମାରିଓ ଶେଫର୍ଡ ୩୭ ବଲରେ ଅପରାଜିତ ୫୨ (୩ ଚୌକା ଓ ୪ ଛକା) ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ।

ଦୁହେଁ ୮ମ ଉଇକେଟରେ ରେକର୍ଡ ୮୯ ରନ ଯୋଡ଼ିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୭୬ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକାକୁ ଅଧିନାୟକ ମାରକ୍ରମ ଓ କ୍ୱିଣ୍ଟନ ଡି କକ୍‌ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ୮ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୯୫ ରନରେ ପହଞ୍ଚାଇଥିଲେ। ଅଷ୍ଟମ ଓଭରରେ ଡି କକ୍‌ଙ୍କୁ ଆଉଟ୍‌ କରି ରୋଷ୍ଟନ ଚେଜ ଓ୍ବେଷ୍ଟଇଣ୍ଡିଜ୍‌କୁ ବହୁ ପ୍ରତୀକ୍ଷିତ ବ୍ରେକ ଥ୍ରୁ ଆଣି ଦେଇଥିଲେ। ହେଲେ ଡି କକ୍‌ ଆଉଟ୍‌ ହେବା ପୂର୍ବରୁ ୨୪ ବଲରେ ୪ ଲେଖାଏ ଚୌକା ଓ ଛକା ବଳରେ ୪୭ ରନ କରିଥିଲେ। ଏହାପରେ ମାରକ୍ରମ ଓ ରିଆନ ରିକଲଟନ ଦଳକୁ ଜିତିବା ପାଇଁ ଆବଶ୍ୟକ ଥିବା ରନ ସଂଗ୍ରହ କରି ନେଇଥିଲେ। ଦୁଇ ବ୍ୟାଟର ଅବିଭାଜିତ ଦ୍ୱିତୀୟ ଉଇକେଟରେ ୮୨ ରନ ଯୋଡ଼ିଥିଲେ। ଫଳରେ ଦ. ଆଫ୍ରିକା ୧୬.୧ ଓଭରରେ ୧୭୭ ରନ କରି ନେଇଥିଲା। ମାରକ୍ରମ ୪୬ ବଲରେ ୮୨ (୭ ଚୌକା ଓ ୪ ଛକା) ଓ ରିକଲଟନ ୨୮ ବଲରେ ୪୫ (୪ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri