Posted inଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଞ୍ଚୁରିଅନ୍‌,୨୬ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ମଙ୍ଗଳବାର ଆରମ୍ଭ ହେବ। ଭାରତୀୟ ଦଳ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ। ଦକ୍ଷିଣ ଆଫ୍ରିକା ୧୯୯୨ରେ ଟେଷ୍ଟ ମାନ୍ୟତା ପାଇଥିଲା। ଇତି ମଧ୍ୟରେ ଭାରତ୯ ଥର ଦକ୍ଷିଣ ଆଫ୍ରିକା ଗସ୍ତ କରି ସାରିଛି। ତେବେ ଥରେ ମଧ୍ୟ ଦଳ ସିରିଜ୍‌ ବିଜୟୀ ହେବାରେ ସମର୍ଥ ହୋଇନାହିଁ। ସୁପର ସ୍ପୋର୍ଟ ପାର୍କରେ ଖେଳା ଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବା ବେଳେ ପେସ୍‌ ବୋଲରଙ୍କୁ ସହାୟତା ମିଳିବ॥

ଏପରି ସ୍ଥିତିରେ ଭାରତ ନିଜର ପ୍ରାଇମ ବୋଲର ମହମ୍ମଦ ଶାମିଙ୍କୁ ମିସ୍‌ କରିବ। ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍‌ର ପରାଜୟ ପରେ ପ୍ରଥମ ଥର ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ଅଧିନାୟକ ଭାବରେ ସଚିନ୍‌ ତେନ୍ଦୁଲକର(୧୯୯୬) ଓ ମହମ୍ମଦ ଆଝାରୁଦ୍ଦିନ ଗୋଟିଏ ବି ବିଜୟ ହାସଲ କରିପାରି ନ ଥିଲେ। ଅନ୍ୟ ପକ୍ଷରେ ସୌରଭ ଗାଙ୍ଗୁଲି(୨୦୦୧), ରାହୁଲ ଡ୍ରାଭିଡ୍‌(୨୦୦୬-୦୭), ମହେନ୍ଦ୍ର ସିଂ ଧୋନୀ (୨୦୧୦-୧୧), (୨୦୧୩-୧୪) ଏବଂ ବିରାଟ କୋହଲି(୨୦୧୮-୧୯) ଓ (୨୦୨୧-୨୨)ରେ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିଲେ ହେଁ ସିରିଜ୍‌ ବିଜୟରେ ସମର୍ଥ ହୋଇ ନ ଥିଲେ। ଏହି ଧାରାକୁ ଭାଙ୍ଗିବାକୁ ଚାହିଁବେ ରୋହିତ ଶର୍ମା। ବିଶ୍ୱକପ ପରାଜୟକୁ ଭୁଲି ଭାରତ ସେହି ସଫଳତା ହାସଲ କରିବାକୁ ଚାହିଁବ ଯାହା ପୂର୍ବର କୌଣସି ଦଳ ହାସଲ କରି ପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri