Posted inଖେଳ

ଦକ୍ଷିଣ ଆଫ୍ରିକା ବିଶ୍ୱକପରୁ ବାହାର, ନେଦରଲାଣ୍ଡ ଜିତିଲା…

ମୋଲବୋର୍ନ,୬।୧୧ : ରବିବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଆଡିଲେଡରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଦଳ ପରାଜିତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଆଫ୍ରିକୀୟ ଦଳକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ଚାରିଟି ମ୍ୟାଚରେ ଦଳ ପାଞ୍ଚ ପଏଣ୍ଟ ପାଇଥିଲେ। ଯଦି ଦଳ ଏହି ମ୍ୟାଚ ଜିତିଥାନ୍ତା, ତେବେ ଶେଷ-୪ ରେ ପହଞ୍ଚିଥାନ୍ତ। କିନ୍ତୁ ଭାଗ୍ୟ ତାଙ୍କୁ ସହାୟକ ହୋଇନି।

ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦ ଓଭରରେ ୪ ଓ୍ବିକେଟ ହରାଇ ନେଦରଲାଣ୍ଡ ଦଳ ୧୫୮ ରନ୍‌ ସ୍କୋର କରିଥିଲା। ୧୫୯ ରନର ଲକ୍ଷ୍ୟ ଆଫ୍ରିକୀୟ ଦଳ ସାମ୍ନାରେ ଥିଲା। କିନ୍ତୁ ଦଳ ୨୦ ଓଭରରେ ଆଠ ୱିକେଟ ହରାଇ ମାତ୍ର ୧୪୫ ରନ ସ୍କୋର କରିପାରିଥିଲା। ପ୍ରାରମ୍ଭିକ ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଫଳ ହୋଇଥିଲେ।

ଆଫ୍ରିକୀୟ ଦଳ ପାଇଁ ରିଲେ ରୋସୋ ସର୍ବାଧିକ ୨୫ ରନ ସଂଗ୍ରହ କରିଥିଲେ। ହେନ୍ରିଚ କ୍ଲାସେନ ୨୧, ଟେମ୍ବା ବାଭୁମା ୨୦, ଡେଭିଡ ମିଲର ଏବଂ ଆଡେନ ମାର୍କ୍ରାମ ୧୭ ରନ୍‌ ଲେଖାଏଁ କରିଥିଲେ। କ୍ୱିଣ୍ଟନ ଡି କକ ୧୩ ଏବଂ କେଶବ ମହାରାଜ ୧୩ ରନ କରିଥିଲେ। ନେଦରଲାଣ୍ଡ ପାଇଁ ବ୍ରେଣ୍ଡନ ଗ୍ଲୋଭର ତିନୋଟି ୱିକେଟ ନେଇଥିଲେ।

ଆଫ୍ରିକୀୟ ଦଳ ପାଞ୍ଚଟି ମ୍ୟାଚରେ ମାତ୍ର ପାଞ୍ଚ ପଏଣ୍ଟ ପାଇଥିଲା। ଦଳର ନିଟ ରନ ରେଟ +୦.୮୬୪ ରହିଛି। ଆଫ୍ରିକୀୟ ଦଳ ବାହାର ହେବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏଥିରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଉପକୃତ ହୋଇଛନ୍ତି। ବର୍ତ୍ତମାନ ଉଭୟଙ୍କ ପାଇଁ ସୁଯୋଗ ରହିଛି।ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚର ବିଜେତା ସେମିଫାଇନାଲରେ ସ୍ଥାନ ପାଇବେ। ପାକିସ୍ତାନର ନିଟ ରନ ରେଟ ବର୍ତ୍ତମାନ +୧.୧୧୭ ରହିଛି। ଚାରିଟି ମ୍ୟାଚରୁ ଦଳ ଚାରି ପଏଣ୍ଟ ପାଇଛି। ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ବାତିଲ ହେଲେ ମଧ୍ୟ ପାଞ୍ଚ ପଏଣ୍ଟ ସହ ଉନ୍ନତ ନିଟ ରନ ରେଟ ଆଧାରରେ ଦଳ ପାଇଁ ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ଦେବୁ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri