Posted inଖେଳ

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଅନ୍ୟପକ୍ଷରେ ବଡ଼ ସ୍କୋର ନେଇ ଆଶା ପ୍ରକଟ କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାରକ୍ରମ।

ଚଳିତ ଟି୨୦ ବିଶ୍ୱକପ୍‌ରେ ସୁପର-୮ ପର୍ଯ୍ୟାୟରେ ରବିବାର ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଭାରତୀୟ ଦଳ ପାଇଁ ଏହି ମୁକାବିଲା ଅସଲ ପରୀକ୍ଷା ସଦୃଶ ହେବ। ଗତ ଦୁଇ ମାସ ମଧ୍ୟରେ ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରକୁ ଭେଟିଛନ୍ତି। ଚଳିତ ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଦିପାକ୍ଷିକ ଟି୨୦ ସିରିଜ୍‌ ଖେଳାଯାଇଥିଲା। ଏଣୁ ଦୁଇ ଦଳକୁ ପରସ୍ପରର ଦକ୍ଷତା ଓ ଦୁର୍ବଳତା ଭଲ ଜଣାଅଛି। ତେବେ ଟି୨୦ ବିଶ୍ୱକପ୍‌ ଇତିହାସରେ ଦୁଇ ଦଳ ମଧ୍ୟରେ ୭ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୫ ଓ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ୍‌ରେ ବାଜି ମାରିଛି। ହେଲେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କଦାପି ଭାରତକୁ ହରାଇ ନାହିଁ।

ପର୍ଯ୍ୟାୟରେ ଭାରତ ବିଶେଷ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇନାହିଁ। ଘରୋଇ ଫେଭରାଇଟ୍‌ ଭାରତୀୟ ଦଳର ବ୍ୟାଟିଂରେ ଆହୁରି ସୁଧାର ଆବଶ୍ୟକତା ରହିଛି। ଓପନର ଇଶାନ କିଶନଙ୍କୁ ଛାଡ଼ି ଦେଲେ ଟପ୍‌ ଅର୍ଡରର ଅନ୍ୟ ୩ ବ୍ୟାଟର ସେଭଳି ବିସ୍ଫୋରକ ବ୍ୟାଟିଂ କରି ନାହାନ୍ତି। ଇଶାନ ଏପର୍ଯ୍ୟନ୍ତ ୨୦୨ ଷ୍ଟ୍ରାଇକରେଟ୍‌ରେ ୨ ଅର୍ଦ୍ଧଶତକ ସହ ୧୭୬ ରନ କରିଛନ୍ତି। ଓ୍ବାଲର୍‌ଡ ନଂ-୧ ଅଭିଷେକ ଶର୍ମା ଟୁର୍ନାମେଣ୍ଟରେ ୩ ମ୍ୟାଚ୍‌ ଖେଳିବା ସତ୍ତ୍ୱେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ଆଙ୍କର ଦାୟିତ୍ୱ ତୁଲାଉଛନ୍ତି। ଭାରତୀୟ ଦଳକୁ ଭଲ ସ୍କୋର ପ୍ରଦାନ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟା (ଷ୍ଟ୍ରାଇକରେଟ୍‌ ୧୫୫) ଓ ଶିବମ ଦୁବେ (ଷ୍ଟ୍ରାଇକରେଟ୍‌ ୧୭୮)ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ଗତ ଦୁଇ ମାସରେ ସ୍ପିନରଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦ. ଆଫ୍ରିକା ଅଧିନାୟକ ମାରକ୍ରମ ପ୍ରଥମ ଓଭରରେ ସ୍ପିନ ବୋଲରଙ୍କ ବ୍ୟବହାର କରିବେ କି ନାହିଁ, ତାହା ଦେଖିବା କୌତୂହଳପୂର୍ଣ୍ଣ ହେବ। ଅଭିଷେକଙ୍କ ଫର୍ମ ଚିନ୍ତାଜନକ ରହିଥିବାବେଳେ ତିଲକଙ୍କ ବ୍ୟାଟିଂରେ ସେଭଳି ଆକ୍ରମଣାତ୍ମକ ଦେଖାଯାଉ ନାହିଁ। ସେ ପାକିସ୍ତାନ ବିପକ୍ଷରେ ୨୪ ବଲରେ ୨୫, ନାମ୍ବିୟା ବିପକ୍ଷରେ ୨୧ ବଲରେ ୨୫ ଓ ନେଦରଲାଣ୍ଡ ବିପକ୍ଷରେ ୨୭ ବଲରେ ୩୧ ରନ କରିଥିଲେ। ଟୁର୍ନାମେଣ୍ଟରେ ସେ ୧୨୧ ଷ୍ଟ୍ରାଇକରେଟ୍‌ରେ ରନ କରୁଛନ୍ତି, ଯାହାକି ତାଙ୍କ କ୍ୟାରିୟର ଷ୍ଟ୍ରାଇକରେଟ୍‌ ୧୪୧ଠାରୁ କମ୍‌। ସେହିଭଳି ଆମେରିକା ବିପକ୍ଷରେ ୪୯ ବଲରେ ଅପରାଜିତ ୮୪ ରନର ପାଳି ଛାଡ଼ିଦେଲେ ଅଧିନାୟକ ସୂର୍ଯ୍ୟକୁମାର ପାକିସ୍ତାନ ଓ ନେଦରଲାଣ୍ଡ୍ସ ବିପକ୍ଷରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ସେ ଟୁର୍ନାମେଣ୍ଟରେ ୧୩୬ ଷ୍ଟାଇକରେଟ୍‌ରେ ରନ କରୁଛନ୍ତି। ଏଣୁ ଏହି ଦୁଇ ବ୍ୟାଟରଙ୍କ ପ୍ରଦର୍ଶନରେ ସୁଧାର ଆବଶ୍ୟକତା ରହିଛି। ୮ ବ୍ୟାଟରଙ୍କ ସହ ଖେଳୁଥିବାରୁ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚ୍‌ରେ ୨୦୦ ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା। ହେଲେ ଟପ୍‌ ଅର୍ଡର ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ରେ ୨୦୦ ଅତିକ୍ରମ କରିପାରି ନାହିଁ। କିନ୍ତୁ ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ଲାଇନ୍‌ ଅପ୍‌ ପ୍ରତିପକ୍ଷ ଦଳକୁ ଭୟଭୀତ କରୁଛି। ପ୍ରଥମ ୪ ମ୍ୟାଚ୍‌ରେ କୌଣସି ଦଳ ବୁମରା-ଚକ୍ରବର୍ତ୍ତୀଙ୍କ ବୋଲିଂର ସମ୍ମୁଖୀନ ହୋଇପାରି ନ ଥିଲେ। ଚକ୍ରବର୍ତ୍ତୀ ୫.୧୬ ଇକୋନୋମି ରେଟ୍‌ ସହ ୯ ଉଇକେଟ ନେଇଥିଲା ବେଳେ ବୁମରା ୩ ମ୍ୟାଚ୍‌ରେ ଓଭର ପିଛା ୬ ରନ ହାରରେ ୬ ଉଇକେଟ ନେଇଛନ୍ତି।
ମାତ୍ର କ୍ୱିଣ୍ଟନ ଡି କକ୍‌, ମାରକ୍ରମ, ଡଓ୍ବୋଲ୍ଡ ବ୍ରେଭିସ, ଟ୍ରିଷ୍ଟାନ ଷ୍ଟବ୍ସ, ରିୟାନ ରିକଲଟନ, ଡେଭିଡ୍‌ ମିଲର ଓ ମାର୍କୋ ଜାନସେନଙ୍କୁ ନେଇ ଗଠିତ ବ୍ୟାଟିଂ ଲାଇନ୍‌ ଅପ୍‌ ଆଗରେ ଭାରତୀୟ ଦଳର ପୂରା ବୋଲିଂ ୟୁନିଟ୍‌କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ତା’ର ଟାଇଟଲ ଡିଫେଣ୍ଡ କରିବା ପାଇଁ କେତେ ପ୍ରସ୍ତୁତ ଜଣାପଡ଼ିବ।
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ଇଶାନ କିଶନ (ଉଇକେଟକିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍‌ (ଉଇକେଟକିପର), ରିଆନ ରିକଲଟନ, ଡଓ୍ବୋଲ୍ଡ ବ୍ରେଭିସ, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ୍‌ ମିଲର, ମାର୍କୋ ଜାନସେନ, କର୍ବିନ ବୋଶ୍ଚ/ଅନରିଚ ନର୍କିଆ, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡି, କେଶବ ମହାରାଜ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?