ଅବହେଳିତ ଅବସ୍ଥାରେ ଇନ୍ଦ୍ରାବତୀ ନଦୀ ଉତ୍ପତ୍ତିସ୍ଥଳ

ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ୍‌.ଏ.): ଗୋଟେ ଆମ୍ବଗଛ ପାର୍ଶ୍ୱରୁ ବହିଆସୁଛି ତିନୋଟି ଜଳଧାର। ଏହିଠାରୁ ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ନିଜ ଆଖିରେ ନ ଦେଖିଲେ କେବେ ବି ବିଶ୍ୱାସ ହେବନି ଯେ ତିନୋଟି ସରୁ ଜଳଧାର ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି ସ୍ଥଳ। ଯେଉଁ ନଦୀରେ ଜଳଭଣ୍ଡାର କରାଯାଇ କଳାହାଣ୍ଡି ଜିଲାରେ ଦେଢ଼ ଲକ୍ଷ ହେକ୍ଟର ଜମି ଶଷ୍ୟଶ୍ୟାମଳା । ରାଜ୍ୟ ପାଉଛି ଦୈନିକ ୬୦୦ ମେଗାୱାଟ ବିଦ୍ୟୁତ୍‌। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନପାଇଛି ମର୍ଦ୍ଧିଗୁଡ଼ା। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସତ୍ତ୍ୱେ ପ୍ରଚାର ପ୍ରସାର ଅଭାବରୁ ଏହା ଲୋକଲୋଚନକୁ ଆସିପାରୁନାହିଁ। ଏହା ଅବହେଳିତ ହୋଇରହିଛି।
ମର୍ଦ୍ଧିଗୁଡା କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଏକ ଛୋଟିଆ ଗାଁ। ଜଙ୍ଗଲ ପାହାଡ଼ଘେରା ଏହି ମର୍ଦ୍ଧିଗୁଡାରେ ବସବାସ କରୁଛନ୍ତି ପ୍ରାୟ ୪୦ ଚାଷୀ ପରିବାର। ମର୍ଦ୍ଧିଗୁଡାର ଏକ ଆମ୍ବଗଛ ପାଖରୁ ତିନିଗୋଟି ଜଳଧାରରୁ ଆରମ୍ଭ ଇନ୍ଦ୍ରାବତୀ ନଦୀ l ଏଣୁ ଏଇ ସ୍ଥାନକୁ ମା’ ଇନ୍ଦ୍ରାବତୀ ପୀଠସ୍ଥଳୀ ଭାବେ ନାମିତ କରାଯାଇଛି। କୁଳୁ କୁଳୁ ଶବ୍ଦ କରି ବର୍ଷ ବର୍ଷ ଧରି ବହି ଆସୁଥିବା ତିନି ଜଳ ଧାରରୁ ସୃଷ୍ଟି ହୋଇଥିବା ପ୍ରାକୃତିକ ଇନ୍ଦ୍ରାବତୀ ନଦୀକୁ ବନ୍ଧବାନ୍ଧି ସୃଷ୍ଟି କରାଗଲା ବିରାଟ ଜଳଭଣ୍ଡାର। ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି ବ୍ୟବହାର କରି ମୁଖୀଗୁଡ଼ାରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରାଯାଇ ୬୦୦ମେଗାୱାଟ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଓଡିଶା ସରକାର ରାଜସ୍ବ ବୃଦ୍ଧି କରୁଛି। କିନ୍ତୁ ଦୁଃଖର ବିଷୟ ଇନ୍ଦ୍ରାବତୀକୁ ଜନ୍ମ ଦେଇଥିବା ମର୍ଦ୍ଧିଗୁଡା ଗାଁ ଆଜି ଦୟନୀୟ ଅବସ୍ଥାରେ। ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ଟିବ୍‌ଓ୍ବେଲ ଅଛି କିନ୍ତୁ ସେଥିରୁ ବାହାରୁଛି ଦୂଷିତ ପାଣି। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ମିଳୁନାହିଁ। ସପ୍ତାହକୁ ପାଞ୍ଚ ଦିନ ଡିବିରି ଆଲୁଅ ଭରସା। ଓଡ଼ିଶା ପର୍ଯ୍ୟଟନ ବିଭାଗରେ ସ୍ଥାନ ପାଇଛି ମର୍ଦ୍ଧିଗୁଡ଼ା। ବିଭାଗ ସେଠାରେ ଓଡ଼ିଶା ଟୁରିଜମ୍‌ ବୋଲି ଲେଖାଥିବା ଏକ ସାଇନ ବୋର୍ଡ ପୋତି କାମ ସାରିଦେଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କୌଣସି ବ୍ୟବସ୍ଥା କିନ୍ତୁ ସେଠାରେ କରାଯାଇନାହିଁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପରେ ପର୍ଯ୍ୟଟନ ବିଭାଗ ଭୁଲିଗଲା ଭଳି ଲାଗୁଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି କିଛି ବ୍ୟବସ୍ଥା କରି ସ୍ଥାନୀୟ ଅଧିବାସୀଙ୍କୁ ପର୍ଯ୍ୟଟନ ଶିଳ୍ପର ଅନ୍ତତଃ ସ୍ବଳ୍ପ ଫାଇଦା ଯୋଗାଇବା ଅଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏ ନେଇ ବିଡିଓ ଶୁଭକାନ୍ତ ନାୟକଙ୍କୁ ପଚାରିବାରୁ ମର୍ଦ୍ଧିଗୁଡା ଗ୍ରାମର ବିଭିନ୍ନ ସମସ୍ୟା ରହିଛି, ସେ ସବୁର ସମାଧାନ ପର୍ଯ୍ୟାୟକ୍ରମେ କରା ଯାଉଛି ବୋଲି କହିଥିଲେ। କିନ୍ତୁ ପର୍ଯ୍ୟଟନ କ୍ଷେତ୍ର ହିସାବରେ ବିକାଶ ପାଇଁ ବ୍ଲକ ପକ୍ଷରୁ ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?