ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ ଅଛି ସେ ସେତେ ଧନୀ। ସେଥିପାଇଁ ତଥ୍ୟ ଗୋଟାଇବା ବା କାରସାଦି କରି ହାତେଇବା ଦିଗରେ ଗୁପ୍ତ ଭାବେ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେତେବେଳେ ସରକାର ତା’ର ଜନସାଧାରଣଙ୍କ ତଥ୍ୟ ପାଇଁ ବ୍ୟାକୁଳ ହୋଇପଡ଼ିବ, ସେତେବେଳେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ସହଜରେ ସୂଚନା ନ ମିଳିଲେ ବିଧିବ୍ୟବସ୍ଥା କରି ନାଗରିକଙ୍କ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟକୁ ସରକାର ନେଉଛନ୍ତି। ଭାରତରେ ଆଧାର ଏ ଦିଗରେ ସର୍ବାଗ୍ରେ ରହିଛି ଓ ଅଦ୍ୟାବଧି ଏହାର ବୈଧତା ଉପରେ ସାଧାରଣ ସ୍ତରରୁ କୋର୍ଟଯାଏ ଅନେକ ପ୍ରଶ୍ନ ପଚାରି ଚାଲିଛନ୍ତିି। ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ ଭାରତ ସରକାରଙ୍କ ନଜର ପଡ଼ିଛି। ୨୦୨୫ ନଭେମ୍ବର ୨୮ରେ ଦୂରସଞ୍ଚାର ବିଭାଗ (ଡଟ୍‌) ପକ୍ଷରୁ ସ୍ମାର୍ଟଫୋନ୍‌ ମୋବାଇଲ ପାଇଁ ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ଘରୋଇ ହେଉ ବା ବିଦେଶୀ, ସମସ୍ତ ସ୍ମାର୍ଟଫୋନ୍‌ ନିର୍ମାତା ସେମାନଙ୍କ ନୂଆ ଫୋନ୍‌ରେ ସଞ୍ଚାର ସାଥୀର ଆପ୍‌ ପ୍ରାକ୍‌-ଅବସ୍ଥାପନ କରିବେ। ଏହା ଦ୍ୱାରା ସନ୍ଦେହାତ୍ମକ ଫୋନ୍‌କୁ ଜାଣିବା ସହ ଡିଜିଟାଲ ଠକାମିକୁ ରୋକି ହେବ ବୋଲି ସରକାରୀ ଭାବେ କୁହାଯାଇଥିଲା। ହେଲେ ଚାରିଆଡ଼ୁ ଘୋର ବିରୋଧ ହେବାରୁ ସରକାର ବୁଝାଇବାକୁ ଯାଇ କହିଲେ ଯେ, ଉକ୍ତ ଆପ୍‌ ବାଧ୍ୟତାମୂଳକ ନୁହେଁ, ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ତାହାକୁ ଚାହିଁଲେ ଫୋନ୍‌ରେ ଇନ୍‌ଷ୍ଟଲ ବା ଅନ୍‌ଇନ୍‌ଷ୍ଟଲ କରିପାରିବେ। ଏହି ଝଡ଼ ସରି ନାହିଁ। ଏବେ ପୁଣି କୁହାଗଲାଣି, ସ୍ମାର୍ଟଫୋନ୍‌ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣି ସାଇବର ବିପଦକୁ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ମୋବାଇଲ ଫୋନ୍‌ ନିର୍ମାତା କମ୍ପାନୀଗୁଡ଼ିକୁ ନିଜ ଅପରେଟିଂ ସିଷ୍ଟମ୍‌ର ସୋର୍ସ କୋଡ୍‌ ଶେୟାର କରିବାକୁ ପ୍ରସ୍ତାବ ଦିଆଯାଇଛି। ତାହାକୁ ନେଇ ବିବାଦ ଉଠିଲାଣି।
ଏଠାରେ ସୋର୍ସ କୋଡ୍‌ କହିଲେ କୌଣସି ସଫ୍ଟଓ୍ବେର, ଆପ୍‌ କିମ୍ବା ଅପରେଟିଂ ସିଷ୍ଟମ୍‌ର ‘ମୂଳଲେଖା’କୁ ବୁଝାଏ। ଅଧିକ ପ୍ରାଞ୍ଜଳ କରି ବୁଝାଇଲେ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ ଏକ ସଫ୍ଟଓ୍ବେର ତିଆରି କରିବା ପାଇଁ ଯେଉଁ ନିର୍ଦ୍ଦେଶାବଳୀ ଲେଖନ୍ତି, ତାହାକୁ ସୋର୍ସ କୋଡ୍‌ କୁହାଯାଏ। ଏହା ବୈଷୟିକ ଭାଷା ହୋଇଥିବାରୁ ତାହାକୁ ସାଧାରଣରେ ବୁଝିବା କଷ୍ଟକର ହୋଇଥାଏ। ତେଣୁ ଉକ୍ତ କୋଡ୍‌କୁ ଏକ ‘କମ୍ପାଇଲର୍‌’ ସହଯୋଗରେ ବାଇନାରୀ କୋଡ୍‌ (୦ ଓ ୧)ରେ ପରିବର୍ତ୍ତନ କରାଯାଏ, ଯାହାକୁ ମେଶିନ ବୁଝିପାରେ। ସ୍ମାର୍ଟଫୋନ୍‌ ନିର୍ମାତାମାନେ ଉକ୍ତ କୋଡ୍‌କୁ ଗୁପ୍ତ ରଖିଥାଆନ୍ତି। ତାହା ହିଁ ସେମାନଙ୍କ ସମ୍ପତ୍ତି। ସେହି ମୌଳିକ ଗୁପ୍ତ କୋଡ୍‌କୁ ସରକାର ହାତେଇ ନେବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି। ଅପରେଟିଂ ସିଷ୍ଟମ୍‌ର ସୋର୍ସ କୋଡ୍‌ ପାଇଗଲେ ସରକାର ତାଙ୍କ ମନଇଚ୍ଛାରେ ଯେକୌଣସି ବ୍ୟକ୍ତି ହାତରେ ଧରିଥିବା ଫୋନ୍‌ରୁ ସବୁ ତଥ୍ୟ ଉତାରି ନେଇପାରିବେ। ଏପରିକି ବ୍ୟକ୍ତିଗତ ଫଟୋ, ତଥ୍ୟ କିମ୍ବା ଅନ୍ୟ ଗୋପନୀୟ ଆର୍ଥିକ ସୂଚନା ମଧ୍ୟ ହାତେଇ ନେଇପାରିବେ। ଅପରପଟେ ସରକାର ସବୁ ନାଗରିକଙ୍କୁ ଆଧାର ପଞ୍ଜୀକରଣ କରିବାକୁ ବାଧ୍ୟ କରୁଛନ୍ତି। ନାଗରିକର ଆଧାର ନମ୍ବର ସହିତ ତାଙ୍କର ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ସହିତ ଅନ୍ୟସବୁ ତଥ୍ୟ ଜଡ଼ିତ ରହୁଛି। ଦୁଷ୍ଟ ପ୍ରକୃତିର ପୋଲିସ କିମ୍ବା ଅନ୍ୟ ସରକାରୀ କର୍ମଚାରୀ ସବୁବେଳେ ବ୍ୟକ୍ତିବିଶେଷଙ୍କର ପ୍ରତ୍ୟେକଟି ତଥ୍ୟ ଏହି ସୋର୍ସ କୋଡ୍‌ ମାଧ୍ୟମରେ ଜାଣିପାରିବ। ଅର୍ଥାତ୍‌ କୌଣସି ଲୋକର କୌଣସି ତଥ୍ୟ ସରକାରଙ୍କ ଦୃଷ୍ଟିରୁ ଦୂରେଇ ରଖି ହେବ ନାହିଁ। ଅନେକ ଅନଭିଜ୍ଞ, ବୋକା ନାଗରିକ ବାରମ୍ବାର କହୁଥିବାର ଶୁଣାଯାଏ ଯେ ‘ଆମର ଭୟ ନାହିଁ, କାରଣ ଆମର କିଛି ଲୁଚାଇବାର ନାହିଁ’। ଏଭଳି ନାଗରିକ ଦୁଷ୍ଟ ବୁଦ୍ଧିର ସରକାରୀ କର୍ମଚାରୀଙ୍କ ଜାଲରେ ପଡ଼ିଲେ ବୁଝିବେ କେଉଁଭଳି ସମସ୍ୟା ନିଜ ପରିବାର ଓ ନିଜ ପାଇଁ ସୃଷ୍ଟି କରିଦେଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?