ସୌରଭ କଳାହାଣ୍ଡି ଜିଲା ଟପ୍ପର

ଜୁନାଗଡ,୨୯।୭(ଡି.ଏନ୍‌.ଏ)-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁରସ୍ଥିତ କୃପାସିନ୍ଦୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌରଭ କୁମାର ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୪୦(୯୦%)ନଂ ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଆଇଏଏସ୍‌ ଅଫିସର ହୋଇ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସେ ହାବସପୁର ପଞ୍ଚାୟତ ଅମ୍ବାଦୋଲା ଗ୍ରାମର ମନ୍ଧର କୁମାର ଓ ତ୍ରିର୍ଥେୟା କୁମାରଙ୍କ ପୁଅ ଅଟନ୍ତି। ଏହି ସଫଳତା ପାଇଁ ସ୍ଥାନୀୟ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ଜିଲାର ବିିଭିନ୍ନ ବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଳାହାଣ୍ଡିରେ ଚଳିତ ବର୍ଷ ୭୦.୩୧ ପ୍ରତିଶତ ପାସହାର ରହିଥିବା ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପେଦାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri