କଲେଜରେ ରାକେଟ୍‌ ଚଳାଉଥିଲେ HOD ସମୀର ସାହୁ, ସାଂଘାତିକ ଖୁଲାସା କଲେ…

ଭୁବନେଶ୍ୱର,୧୬।୭: ଥମୁନି ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତିର ନିଆଁ। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିରୋଧୀମାନେ ବନ୍ଦ ଡ଼ାକରା ଦେଇଛନ୍ତି। ଏସବୁ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୃତା ଛାତ୍ରୀଙ୍କ ବାପା। ସୌମ୍ୟାଶ୍ରୀ ଆତ୍ମାହୁତି କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ସମସ୍ତେ ମିଶି ତାଙ୍କୁ ମରିବା ପାଇଁ ବାଧ୍ୟ କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା।
ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି, ଘଟଣା ଦିନ ପ୍ରିନ୍ସିପାଲ ରୁମରେ କିଛି ନିହାତି ଘଟିଥିଲା, ଯେଉଁଥିଲାଗି ଝିଅ ଚାମ୍ବରରୁ ବାହାରି ଏମିତି ଘଟଣା ଘଟାଇଥିଲା। ପ୍ରିନ୍ସିିପାଲ କହିଥିଲେ ଯେ ମାମଲାର ତଦନ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କରୁଛି । ରିପୋର୍ଟ ଆସିବା ପରେ ଆପଣଙ୍କ ସାମ୍ନାରେ ତା’ର ସିଲ ଖୋଲାଯିବ। ତା’ପୂର୍ବରୁ କେମିତି ରିପୋର୍ଟ  ଖୁଲାସା ହୋଇଗଲା।ଯଦି ଝିଅର ଆଟେଣ୍ଡାନ୍ସ କମ୍‌ ଥିଲା, ଅଭିଭାବକ ହିସାବରେ ମୋତେ କାହିଁକି ଅବଗତ କରାଗଲା ନାହିଁ? ପରୀକ୍ଷା ରୋକାଯାଇଥିବା ୯ ପିଲାଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୮ ଜଣଙ୍କୁ ଅନୁମତି ଦିଆଗଲା। କିନ୍ତୁ ମୋ’ ମେଧାବୀ ଝିଅ କି ଦୋଷ କରିଥିଲା ଯେ, ପରୀକ୍ଷା ପାଇଁ ଅନୁମତି ଦିଆଗଲା ନାହିଁ ? HOD ସମୀର ସାହୁଙ୍କ ପୂର୍ବ ରେକର୍ଡ ବି ଖରାପ ରହିଛି। ସେ କଲେଜରେ ରାକେଟ୍‌ ଚଲାଉଥିଲେ ବୋଲି ଛାତ୍ରୀଙ୍କ ବାପା କହିଛନ୍ତି।

ସୂଚନାଯୋଗ୍ୟ ସୌମ୍ୟଶ୍ରୀ ବିଶୀ, ଜଣେ ବି.ଏଡ୍‌ ଛାତ୍ରୀ, ଜୁଲାଇ ୧୨ରେ କଲେଜ ପରିସରରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ। ସେ ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ସେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍ନାରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ, କାରଣ ତାଙ୍କ ଅଭିଯୋଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ମାନସିକ ଭାବେ ବିଚଳିତ ହୋଇପଡ଼ିଥିଲେ। ସୌମ୍ୟଶ୍ରୀଙ୍କ ଶରୀରରେ ୯୦-୯୫% ପୋଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଏଇମସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ମେକାନିକାଲ ଭେଣ୍ଟିଲେସନ ଓ ରେନାଲ ରିପ୍ଲେସମେଣ୍ଟ ଥେରାପି ଭଳି ଚିକିତ୍ସା ସତ୍ତ୍ୱେ ଜୁଲାଇ ୧୪ ରାତି ୧୧:୪୬ରେ ତାଙ୍କୁ ମୃତ ଘୋଷଣା କରାଗଲା।

ଏହା ପୂର୍ବରୁ ସୌମ୍ୟଶ୍ରୀ କଲେଜ ନିକଟରେ ଏକ ଧାରଣାରେ ବସି ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ସାହେବଖୁଣ୍ଟା ପୁଲିସ ସାହୁଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚନା) ଓ ଧାରା ୭୫(୧)(ତୃତୀୟ) (ଯୌନ ଉତ୍ପୀଡ଼ନ) ଅନୁଯାୟୀ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri