ଜଣାପଡିଲା କେଉଁଠୁ ଆସିଥିଲା ପେଟ୍ରୋଲ, ହାତରେ ଲାଗିଲା ବଡ଼ ତଥ୍ୟ!

ଭୁବନେଶ୍ୱର,୧୭।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ସମୟରେ ଚର୍ଚ୍ଚାର ବିଷୟ ସବୁଠୁ ହେଉଛି ସୌମ୍ୟାଶ୍ରୀଙ୍କୁ କଲେଜରେ ପେଟ୍ରୋଲ ଦେଲା କିଏ? ଯଦି ସେ ନିଜେ ଆଣିଛନ୍ତି, ତାହେଲେ କେଉଁଠୁ ଆଣିଛନ୍ତି। ଏସବୁ ଭିତରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି କି କଲେଜକୁ ଲାଗିକି ଏକ ପେଟ୍ରୋଲ ପମ୍ପ ରହିଛି। ସେଉଠୁ କିଏ ଆଣିଥାଇପାରନ୍ତି ନହେଲେ ସୌମ୍ୟାଶ୍ରୀ ନିଜେ ଯାଇ ଆଣିଛନ୍ତି। ଏହା ମଧ୍ୟ କୁହାଯାଉଛି କି ପେଟ୍ରୋଲ ଢାଳି ନିଆଁ ଳଗାଇବା ପରେ ସେ ପ୍ରିନ୍ସପାଲଙ୍କ ପାଖକୁ ଯିବାକୁ ଚାହୁଁଥିଲେ। ହେଲେ ଏଯାଏ ପ୍ରକୃତ ସତ୍ୟାସତ୍ୟ ସେତେବେଳେ ଜଣାପଡିବ, ଯେତେବେଳେ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିବ। ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସିସିଟିଭି ଭିଡିଓ। ରେକର୍ଡିଂ କିଏ କରୁଥିଲା ଏନେଇ ଗୁଡାଏ ଖବର ସାମ୍ନାକୁ ଆସିଥିବାବେଳେ ସତ୍ୟତା ଜଣାପଡୁନାହିଁ। କିନ୍ତୁ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ସିସିଟିଭି ଫୁଟେଜ ଅନେକ କିଛି କଥା କହୁଛି।

ଅନ୍ୟପଟେ, ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ତଦନ୍ତ କମିଟି ପାଖରେ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଓ ୧୯ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। FM କଲେଜରେ ହାଜର ପାଇଁ ବାଲେଶ୍ବର ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଦେଇଛି। ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ନିର୍ଦ୍ଦେଶ।ICC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ହୋଇଛି। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

କଟିପାରେ ଏଲପିଜି କନେକ୍ସନ୍, କାଲିଠୁ ବଦଳିବ ବୁକିଂ ନିୟମ…

ନୂଆଦିଲ୍ଲୀ,୩୦।୬: ସିଲିଣ୍ଡର ମୂଲ୍ୟ, ଯୋଗାଣ ଏବଂ ରିଫିଲିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଲ କମ୍ପାନୀଗୁଡ଼ିକ ଜୁଲାଇ ୧ରେ ସିଲିଣ୍ଡର ମୂଲ୍ୟରେ ରିହାତି…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri