ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍ଠାକ୍ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର ସୋଫିଆ କହିଛନ୍ତି, ପିସିସି ସଭାପତି ଯେଉଁଭଳି ଦାୟିତ୍ୱ ନେଇ କାମ କରିବା କଥା ତାହା କରୁନାହାନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଯେଉଁ ଭିଜନ୍ ରହିଛି, ତାହାକୁ ଠିକଣା ଭାବେ ସଭାପତି କାର୍ଯ୍ୟକାରୀ କରୁ ନାହାନ୍ତି। ସୋଫିଆ, ପାଠ୍ୟପୁସ୍ତକରେ ଶତାଧିକ ତ୍ରୁଟିକୁ ନେଇ କହିଛନ୍ତି, ଏହା ରାଜ୍ୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କଥା। ହେଲେ କଂଗ୍ରେସ ସେଭଳି କିଛି ଆଖିଦୃଶିଆ ସରକାର ବିରୋଧୀ କାର୍ଯ୍ୟକ୍ରମ କରି ନାହିଁ। ରାଜ୍ୟରେ ବିଜେଡି ଦୁର୍ବଳ ହୋଇଯାଇଛି। ଏହି ସମୟରେ କଂଗ୍ରେସ ପାଇଁ ସୁଯୋଗ ରହିଛି ବୋଲି ସୋଫିଆ କହିଛନ୍ତି।
ଏନେଇ ପିସିସି ପକ୍ଷରୁ ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାର୍ଗ ଦର୍ଶନରେ ପିସିସି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ କଂଗ୍ରେସ ନାରୀ ନିର୍ଯାତନା, ଭିଡ଼ ହିଂସା, ଚାଷୀ ସୁରକ୍ଷା, ମହିଳା ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଆନ୍ଦୋଳନ କରିଥିବାବେଳେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସମାଲୋଚନା ନିରର୍ଥକ ଓ ସେ ସହ୍ୟ କରିପାରୁ ନାହାନ୍ତି l
Dharitri – Odisha’s No.1 Odia Daily

