ଫାଭିପିରାଭିର୍‌ ପାଇଁ ଏସ୍‌ଓପି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀ ରୂପ ଧାରଣ କରିଛି। ଆଂଶିକ ଲକ୍ଷଣ ଥିବା ଅଧିକାଂଶ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯାଇଛି। ତେବେ ଏହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାଭିପିରାଭିର୍‌ ଟାବ୍‌ଲେଟ ଖାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମତି ଦେଇଛି। ତେବେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀମାନେ ଏହି ଟାବ୍‌ଲେଟ ବ୍ୟବହାର କରିପାରିବେ। ଘରେ ସଙ୍ଗରୋଧରେ ରହିଥିବା ରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଟାବ୍‌ଲେଟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ତେବେ ଟାବ୍‌ଲେଟ କିପରି ଯୋଗାଇ ଦିଆଯିବ ଓ ବ୍ୟବହାର କରାଯିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ଏସ୍‌ଓପିକୁ କଡ଼ାକଡ଼ି ପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଏବଂ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜଣାଇ ଦିଆଯାଇଛି। ଘରେ ରହିଥିବା ରୋଗୀଙ୍କ ପାଖରେ ଯେପରି ପର୍ଯ୍ୟାପ୍ତ ପରିମାଣର ଫାଭିପିରାଭିର୍‌ ଟାବ୍‌ଲେଟ ପହଞ୍ଚିବ ସେ ନେଇ ନିଶ୍ଚିତ କରିବାକୁ କୁହାଯାଇଛି।
କୋଭିଡ୍‌ ସଂକ୍ରମଣର ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଲାଗି ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ଉକ୍ତ ଟାବ୍‌ଲେଟକୁ କୋଭିଡ୍‌ ରୋଗୀଙ୍କ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଏହି ଟାବ୍‌ଲେଟକୁ ରାପିଡ ରେସପନ୍ସ ଟିମ୍‌(ଆର୍‌ଆର୍‌ଟି) ଡାକ୍ତରଙ୍କ ପରାମର୍ଶ ନେଇ ଗୃହ ସଙ୍ଗରୋଧରେ ଆଂଶିକ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଯୋଗାଇବେ। ଏହି ଟିମ୍‌ ରୋଗୀ କିପରି ଔଷଧ ଖାଇବେ ପରାମର୍ଶ ଦେବେ। ପାର୍ଶ୍ୱ ପ୍ରତିକ୍ରିୟା, ସାବଧାନତା ଏବଂ କାର୍ଯ୍ୟ ସମ୍ପର୍କରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବୁଝାଇବେ। ରାପିଡ ରେସପନ୍ସ ଟିମ୍‌ ଫାଭିପିରାଭିର୍‌କୁ ୫ ଦିନ ପର୍ଯ୍ୟନ୍ତ ଖାଇବାକୁ ପରାମର୍ଶ ଦେବା ସହ ଟାବ୍‌ଲେଟ ଖାଇବା ନେଇ ଥିବା ସୂଚନାପତ୍ର ମଧ୍ୟ ପ୍ରଦାନ କରିବେ। ଯଦି ପାର୍ଶ୍ୱପ୍ରତିକ୍ରିୟା ହେଲା ତେବେ କାହାକୁ ଜଣାଇବେ ସେ ନେଇ ଟିମ୍‌ ସଦସ୍ୟମାନେ ଅବଗତ କରାଇବେ। ଯଦି ଔଷଧ ଖାଇବା ପରେ ରୋଗୀ ଗୁରୁତର ହେଲେ ଉକ୍ତ ଟିମ୍‌ ତାଙ୍କୁ କୋଭିଡ୍‌ ହାସ୍ପିଟାଲ ନେବା ପାଇଁ ସହଯୋଗ କରିବେ। ରୋଗୀଙ୍କୁ ନିୟମିତ ନଜର ରଖାଯିବା ସହ ଟେଲିଫୋନ କିମ୍ବା ଅନ୍‌ଲାଇନରେ ଯୋଗାଯୋଗ କରିବାକୁ କୁହାଯାଇଛି। ସେଥିପାଇଁ ପ୍ରତ୍ୟେକ ଜିଲାରେ ଏକ ସ୍ବତନ୍ତ୍ର ଟେଲିଫୋନ ନମ୍ବର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଆର୍‌ଆର୍‌ଟିର ତାଲିମ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି।
ଟାବ୍‌ଲେଟ କିପରି ଗ୍ରହଣ କରିବେ ସେ ନେଇ ମଧ୍ୟ ଏସ୍‌ଓପିରେ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁ ରୋଗୀମାନଙ୍କର ଫାଭିପିରାଭିର୍‌ ଟାବ୍‌ଲେଟ ଆବଶ୍ୟକ ହେବ ସେମାନେ ଲିଖିତ ଆକାରରେ ଆର୍‌ଆର୍‌ଟିକୁ ଜଣାଇବେ। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ନ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହି ଟାବ୍‌ଲେଟର ପାର୍ଶ୍ୱ ପ୍ରତିକ୍ରିିୟା ଥିବାରୁ ରୋଗୀମାନେ ଡାକ୍ତରଙ୍କ ବିନା ପରାମର୍ଶରେ ନ ଖାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?