ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍‌, ପରେ ବଦଳିଲା ସ୍ବର

ବ୍ରହ୍ମପୁର ଅଫିସ୍‌,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନ୍ୟତମ। କରୋନା ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ଦେଇଥାନ୍ତି ସୋନୁ ସୁଦ। ନିକଟରେ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସେ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦେଇ ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି’ ବୋଲି ଟୁଇଟ୍‌ କରିଥିଲେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍‌ ଜରିଆରେ ପ୍ରଥମେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଖଣ୍ଡନ କରିଥିଲେ। ଏବେ ସୋନୁ ସୁଦ୍‌ ସମ୍ପୃକ୍ତ ରୋଗୀଙ୍କ ସମସ୍ତ ପ୍ରମାଣ ଦେବାପରେ ଜିଲାପାଳ ନିଜ ସ୍ବର ବଦଳାଇଛନ୍ତି।

ସୂଚନାଯୋଗ୍ୟ, ଜିଲାପାଳ ସୋନୁ ସୁଦଙ୍କ ଟୁଇଟ୍‌ର ସ୍କ୍ରିନସଟ ଶେୟାର କରି ଲେଖିଥିଲେ ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।


ଏହା ପରେ ସୋନୁ ସୁଦ ଟୁଇଟ୍‌ କରି ଜିଲାପାଳଙ୍କୁ ଉତ୍ତର ଦେଇଥିଲେ ଯେ, ସାର୍‌, ଆମେ କେବେ ଦାବି କରୁନାହୁଁ ଯେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ। ଆମେ ସେହି ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ ଯିଏ କରୋନା ସଂକ୍ରମିତ ସ୍ତ୍ରୀର ସାହାଯ୍ୟ ପାଇଁ ଆମ ସହ ଯୋଗାଯୋଗ କରିଥିଲେ। ଆପଣଙ୍କ କାର୍ଯ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଏହାର ପୁନର୍ବାର ଯାଞ୍ଚ କରି ପାରିବେ ଯେ ଆମେ ତାଙ୍କର ସାହାଯ୍ୟ କରିଥିଲୁ କି ନାହିଁ। ପ୍ରମାଣ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ଚ୍ୟାଟର ସ୍କ୍ରିନସଟ ମଧ୍ୟ ସୋନୁ ପୋଷ୍ଟ କରିଥିଲେ।

ସୋନୁଙ୍କ ଏଭଳି ଟୁଇଟ୍‌ ପରେ ଗଞ୍ଜାମ ଜିଲାପାଳ ତାଙ୍କୁ ଆଉ ଏକ ଟୁଇଟ୍‌ କରି ଲେଖିଛନ୍ତି ଯେ, ଆପଣଙ୍କ ସିଷ୍ଟମକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନ ଥିଲା। ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ପାଇଁ ୨୪ ଘଣ୍ଟା ଆମର ଟିମ ଗଞ୍ଜାମ ରହିଛି। ତଥାପି ଶଯ୍ୟା ସମ୍ପର୍କିତ କିଛି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ କରିବା ଆମର କର୍ତ୍ତବ୍ୟ। ଆପଣ ଏବଂ ଆପଣଙ୍କ ଟିମ ମଧ୍ୟ ବହୁତ ଭଲ କାମ କରୁଛନ୍ତି ବୋଲି ଜିଲାପାଳ ସୋନୁଙ୍କୁ ଟୁଇଟ୍‌ ଯୋଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri