ସୋନୁ ସୁଦଙ୍କୁ ଯୁବକ ମାଗିଲେ ଆଇଫୋନ୍‌, ଜବାବ ମିଳିଲା ଏମିତି

ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ସୋନୁ ସୁଦ ମଧ୍ୟ ଟୁଇଟରରେ ବେଶ୍‌ ସକ୍ରିୟ ଏବଂ ସାହାଯ୍ୟ ମାଗୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତର ଦିଅନ୍ତି। କିଛି ଲୋକ ଏହାର ଫାଇଦା ଉଠାଇ ବିନା ଆବଶ୍ୟକତା ଥାଇ ସୋନୁଙ୍କୁ ବିଭିନ୍ନ ଜିନିଷ ମାଗୁଥିବା ଦେଖାଯାଇଛି। ନିକଟରେ ସେମିତି ଜଣେ ଯୁବକ ସୋନୁଙ୍କୁ ଆଇଫୋନ ମାଗିଥିଲେ। ଯୁବକଙ୍କୁ କଡା ଜବାବ ଦେଇଥିଲେ ସୋନୁ। ସୋନୁ ସୁଦଙ୍କୁ ଟ୍ୟାଗ କରି ଇଶାନ୍‌ ଦ୍ୱିବେଦୀ ନାମକ ଜଣେ ଯୁବକ କହିଥିଲେ ସାର୍‌ ମୋତେ ଏକ ଆଇଫୋନ୍‌ ଆବଶ୍ୟକ, ମୁଁ ଏଥିପାଇଁ ୨୦ ଥର ଟୁଇଟ କରିଛି। ଏହି ଟୁଇଟ ସହିତ ଏହି ବ୍ୟକ୍ତି ଦୁଇଟି ହସୁଥିବା ଇମୋଜି ମଧ୍ୟ ଶେୟାର କରିଛନ୍ତି। ଏହାର ଜବାବରେ ସୋନୁ କହିଛନ୍ତି ମୁଁ ମଧ୍ୟ ଏକ ଫୋନ ଚାହୁଁଛି, ଏଥିପାଇଁ ମୁଁ ୨୧ ଥର ଟୁଇଟ କରିପାରିବି। ପୂର୍ବରୁ ସୋନୁ ଅନେକ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି। କାହାକୁ ଟ୍ରାକ୍ଟର ତ ଆଉ କାହାକୁ ଚାକିରି ଏବଂ ଘର ଦେଇ ସେ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ,...

୩୨ ବର୍ଷରେ ଏହି ରୋଗ ସହ ସଂଗ୍ରାମ କରୁଛନ୍ତି ନେହା କକ୍କର

ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜିକାଲି ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୨’ରେ ଜଜ୍‌ ସିଟ୍‌ରେ ବସିଥଇବା ବେଳେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋ’ମାଧ୍ୟମରେ ନେହା...

କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ...

ଜ୍ୟାକ୍‌ଲିନ୍‌ଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ, ୧୫।୯: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ବୁଧବାର ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସେସ୍‌ ଓ୍ବିଙ୍ଗ ୮ ଘଣ୍ଟା ଜେରା କରିଛି।...

ବିବାହିତ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ସ୍ମିତା

ବଲିଉଡ୍‌ ଅଭିନେତ୍ରୀ ସ୍ମିତା ପାଟିଲ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ଜଣାଶୁଣା। ସେ ୧୭ ଅକ୍ଟୋବର ୧୯୫୫ରେ ଏକ ରାଜନୈତିକ ପ୍ରଭାବଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।...

କୁନି ପ୍ରତିଭାଙ୍କ ପ୍ରଶଂସାରେ ହ୍ରିତିକ୍‌

ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଓ୍ବାର’ ରିଲିଜ୍‌ ହେବା ପରେ ଏହାର ଏକ ଗୀତ ଜୟ ଜୟ ଶିବ ଶଙ୍କର… ସୁପରହିଟ୍‌ ହୋଇଥିଲା।...

‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଫିଟନେସ୍‌ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ...

ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ...

Advertisement
Archives

Model This Week