୧୨ ବର୍ଷ ଧରି ବିଛଣାରେ ପଡ଼ିଥିଲେ ଏହି ଯୁବକ, ଜୀବନ ବଦଳାଇଲେ ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ଯୋଗୁ ଲକ୍‌ଡାଉନ ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି। ସୋନୁଙ୍କୁ କରନାଲସ୍ଥିତ ବିର୍କି ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶି୍ବନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁଙ୍କ ଯୋଗୁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ ମିଳିଛି।

ମେରୁଦଣ୍ଡ ହାଡ଼ରେ ସମସ୍ୟା ଭୋଗୁଥିବା ଅମନ ଗତ ୧୨ବର୍ଷରୁ ବିଛଣାରେ ପଡ଼ି ରହିଥିଲେ। ଚଲାବୁଲା କରି ପାରୁ ନ ଥିଲେ। ଅମନଙ୍କ ବାପା ଭଡ଼ାଘରେ ରହି ଅଟୋ ଚଲାଉଥିଲେ। ଆର୍ଥତ୍କ ସମସ୍ୟା ଯୋଗୁ ପୁଅର ଚିକିତ୍ସା କରାଇ ପାରୁ ନ ଥିଲେ। କେବଳ ନିଜ ପୁଅ କଷ୍ଟ ପାଉଥିବା ଦେଖିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା। କିନ୍ତୁ ବିଛଣାରେ ପଡ଼ି ଅମନ ଏପରି ଏକ ରାସ୍ତା ବାହାର କରିଥିଲେ ଯାହା ଫଳରେ ତାଙ୍କ ନିଜ ଗୋଡ଼ରେ ଛିଡ଼ା ହେବାର ସ୍ବପ୍ନ ପୂରଣ ହୋଇପାରିଛି। ଏବେ ଅମନଙ୍କ ମା-ବାପା ସୋନୁ ଏବଂ ଡାକ୍ତର ଅଶ୍ବିନୀଙ୍କ ପ୍ରଶଂସା କରୁଛନ୍ତି।

ଡକ୍ଟର ଅଶ୍ୱିନୀଙ୍କ ତତ୍ତ୍ୱାବଧାନରେ ଅମନ ହସ୍ପିଟାଲରେ ସୋନୁଙ୍କ ସହାୟତା ପାଇ ଚିକିତ୍ସିତ ହୋଇଥିଲେ। ଅମନଙ୍କୁ ନୂତନ ଜୀବନ ଦେଇଥିବା ଅଶ୍ୱିନୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ମୁଣ୍ଡ ଏବଂ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି। ସୋନୁ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ, ସେ ଏପରି ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଲେ, ଯେଉଁମାନେ ସାହାଯ୍ୟ ପାଇବାର ହକ୍‌ଦାର।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri