ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କ ବିଷୟରେ ଜାଣନ୍ତି କି

ସୋନୁ ସୁଦ, ଏହି ନାମଟି ଏବେ ସାରା ଦେଶରେ ଏକ ପରିଚିତ ନାମ। ଯଦିଓ ରିଲ୍‌ ଲାଇଫରେ ସେ କାହା ପାଇଁ ଭିଲିଆନ୍‌ ହୋଇପାରନ୍ତି କିନ୍ତୁ ରିୟଲ୍‌ ଲାଇଫରେ ସେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତା ସୋନୁ ସୁଦ। ସୂଚନା ପାଇଁ କେଉଁଠି କୃଷକଙ୍କ ପାଇଁ ଟ୍ରାsକ୍ଟର ପଠାଉଛନ୍ତି ତ ଆଉ କାହାକୁ ଚାକିରି ଦେଉଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଏବେ ଭଗବାନ ଭଳି ପୂଜିବା ଆରମ୍ଭ କଲେଣି। ୧୯୯୯ରେ ତାମିଲ ଚଳଚ୍ଚିତ୍ର ‘କାଲାଜଗର’ରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ସୋନୁ ହିନ୍ଦୀ ଫିଲ୍ମ ‘ସହିଦ-ଏ-ଆଜମ ଭଗତ ସିଂ’ରେ ଭଗତ ସିଂ ଭୂମିକା କରି ପରିଚିତ ହୋଇଥିଲେ। ଏହାପରେ ଅନେକ ଫିଲ୍ମରେ କାମ କରିଛନ୍ତି। ଅଧିକାଂଶ ଫିଲ୍ମରେ ତାଙ୍କୁ ଭିଲେନ ଚରିତ୍ରରେ ଦେଖିବାକୁ ମିଳେ।
ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସୋନୁ ଦିନେ ୫ ହଜାର ୫ ଶହ ଟଙ୍କା ମୁମ୍ବାଇକୁ କାମ ଖୋଜିବାକୁ ଆସିଥିଲେ। ଦିଲ୍ଲୀରେ ମଡେଲିଂ ଆରମ୍ଭ କରିଥିଲେ। ସେଠାରେ ବିଭିନ୍ନ ଶୋ’ରେ ଭାଗ ନେଇ ୫ ହଜାର ୫ ଶହ ଟଙ୍କା ସଞ୍ଚୟ କରିଥିଲେ। ତା’ ପରେ ମୁମ୍ବାଇ ଆସିଯାଇଥିଲେ। ସୋନୁ ଭାବିଥିଲେ ସେହି ଟଙ୍କାରେ ସେ ୧ ମାସ ଚଳିଯିବେ, ହେଲେ ମାତ୍ର କେଇଟା ଦିନରେ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ସେହି ସମୟରେ ସେ ଏକ ବିଜ୍ଞାପନରେ କାମ ପାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ ଯାତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦ୍‌ ବଢ଼ାଇଲେ ସହାୟତାର ହାତ…

ମୁମ୍ବାଇ,୩।୩ : ସଙ୍କଟ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସମୟରେ ଭାରତୀୟଙ୍କୁ ଆବଶ୍ୟକ ସହାୟତା...

ଷ୍ଟାର୍‌ କିଡ୍‌ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଚକିତ ହେଲେ ଦର୍ଶକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଦର୍ଶକ ଚକିତ ହୋଇଯାଇଛନ୍ତି। ୮ ବର୍ଷୀୟା ଆରାଧ୍ୟା ଧୀରୁଭାଇ ଅମ୍ବାନୀ ସ୍କୁଲରେ ପାଠ...

୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ...

ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା...

ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ...

ଜଣେ ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଗୋଟିଏ କାରଣ ପାଇଁ ସାରା ଜୀବନ ରହିଗଲେ ଅବିବାହିତା

ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର...

ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।...

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ...

Advertisement
Archives

Model This Week