ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବଲାଙ୍ଗୀର ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ବାପ-ପୁଅ ଯୋଡ଼ିଙ୍କ ହାଇଭୋଲ୍‌ଟେଜ୍‌ ଲଢ଼େଇ ଓ ପ୍ରତିଦ୍ୱନ୍ଦ୍ୱିତା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସାନପୁଅ ଯୁବନେତା ସମରେନ୍ଦ୍ର ମିଶ୍ର ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ବଡ଼ପୁଅ ପୂର୍ବତନ ଲୋକ ସଭା ସଦସ୍ୟ କଲିକେଶ ନାରାୟଣ ସିଂଦେଓ ଏଥର ନିର୍ବାଚନୀ ମଇଦାନରେ ପରସ୍ପର ମୁହଁାମୁହିଁ ହୋଇଛନ୍ତି। ଏବେ ସମରେନ୍ଦ୍ର-ନରସିଂହ ଏବଂ କଲିକେଶ-ଅନଙ୍ଗ ବାପପୁଅ ଯୋଡ଼ି ନିର୍ବାଚନ ରାଜନୀତିକୁ ସରଗରମ କରିଦେଇଛି। ପୁଅ ପାଇଁ ବାପା ଏବେ ଷ୍ଟାର ପ୍ରଚାରକ ଏବଂ ରଣନୀତି ବିଶେଷଜ୍ଞ ପାଲଟିଛନ୍ତି। ଉଭୟ ଯୋଡ଼ିଙ୍କ ପ୍ରତିଦ୍ୱନ୍ଦ୍ୱିତା, ପ୍ରଚାର ଏବଂ ପ୍ରଚଣ୍ଡ ଖରାରେ ତୋଫାନୀ ଗସ୍ତ ଏବେ ନିର୍ବାଚନମଣ୍ଡଳୀର ଗଁା ଓ ସହର ଏପରି କି ରାଜ୍ୟ ରାଜନୀତିକୁ ଉଷ୍ଣ କରିଦେଇଛି।
ବଲାଙ୍ଗୀର ଆସନରେ ୨୦୧୪ରେ ନରସିଂହ- ଅନଙ୍ଗ ପରସ୍ପର ମୁହଁାମୁହିଁ ହୋଇଥିଲେ। ଏଥିରେ ନରସିଂହ ବିଜୟୀ ହୋଇଥିଲେ। ୨୦୧୯ରେ ଅନଙ୍ଗଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓକୁ ପରାସ୍ତକରି ନରସିଂହ ଲଗାତର ବିଜୟ ଲାଭ କରିଥିଲେ। ତେବେ ୨୦୨୪ ନିର୍ବାଚନ ନରସିଂହ ଆଉ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ତାଙ୍କ ସ୍ଥାନରେ ତାଙ୍କ ସାନପୁଅ ସମରେନ୍ଦ୍ର ଏଥର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ୫ ଥର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ନରସିଂହଙ୍କ ଲୋକ ସମ୍ପର୍କ, ଗତ ୧୦ ବର୍ଷର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସାଙ୍ଗଠନିକ ଶକ୍ତି ସମରେନ୍ଦ୍ରଙ୍କୁ ସହାୟ ହେବ ବୋଲି ଆକଳନ କରାଯାଉଛି। ୨୦୧୯ ନିର୍ବାଚନରେ ସମରେନ୍ଦ୍ର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସମରେନ୍ଦ୍ରଙ୍କ ପାଇଁ ବାପା ନରସିଂହ ଏବେ ମାରାଥନ୍‌ ପ୍ରଚାରରେ ଲାଗିଛନ୍ତି। ପ୍ରଚଣ୍ଡ ଖରାରେ ସେ ଗଁା ଗଁାରେ ସଭା କରୁଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟଙ୍କ ବଡ଼ପୁଅ ପୂର୍ବତନ ଲୋକ ସଭା ସଦସ୍ୟ କଲିକେଶଙ୍କୁ ଏଥର ବିଜେଡି ବଲାଙ୍ଗୀର ବିଧାନସଭା ଆସନରେ ପ୍ରାର୍ଥୀ କରିଛି। ୨୦୦୪ ନିର୍ବାଚନରେ କଲିକେଶ ସଇଁତଲା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୯ ଏବଂ ୨୦୧୪ରେ ଲୋକ ସଭା ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ତାଙ୍କ ଭାଉଜ ତଥା ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାର ସିଂଦେଓଙ୍କଠାରୁ ହାରିଯାଇଥିଲେ। ୧୯୯୦ ମସିହାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୪ ବର୍ଷ ଧରି ବିଧାୟକ ଓ ମନ୍ତ୍ରୀ ପଦରେ ଥିବା ଅନଙ୍ଗ ଉଦୟଙ୍କ ରାଜନୈତିକ ଦକ୍ଷତା ଏବଂ ନିଜ ଅଭିଜ୍ଞତାକୁ ନେଇ କଲିକେଶ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି। କଲିକେଶଙ୍କ ପାଇଁ ବାପା ଅନଙ୍ଗ ଉଦୟ ଏବେ ଷ୍ଟାର ପ୍ରଚାରକ ଭାବେ ନିର୍ବାଚନୀ ରଣନୀତି ମଙ୍ଗ ଧରିଛନ୍ତି। ସେହିପରି ଲୋଇସିଂହା ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ସାନପୁଅ ନିହାର ରଞ୍ଜନ ବେହେରାଙ୍କୁ ଏଥର ବିଜେଡି ବିଧାୟକ ପ୍ରାର୍ଥୀ କରିଛି। ୨୦୧୯ରେ ସେ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଏଥର କିନ୍ତୁ ନିହାର ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଇଦାନକୁ ଏ ପର୍ଯ୍ୟନ୍ତ ବାପା ଯୋଗେନ୍ଦ୍ର ଓହ୍ଳାଇ ନ ଥିଲେ ମଧ୍ୟ ଲୋଇସିଂହାସ୍ଥିତ ବାସଭବନରେ ରହି ପୁରାତନ କର୍ମୀ ଓ ସମର୍ଥକଙ୍କୁ ଭେଟି ପ୍ରଚାର କାର୍ଯ୍ୟ କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ସେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଚଳିତ ନିର୍ବାଚନରେ କଲିକେଶ ଓ ନିହାରଙ୍କୁ ପ୍ରାର୍ଥୀ କରି ୨ ବିଜେଡି ନେତା ଅନଙ୍ଗ ଉଦୟ ଏବଂ ଯୋଗେନ୍ଦ୍ର ଯେତିକି ଚିନ୍ତାରେ ଅଛନ୍ତି ପୁଅ ସମରେନ୍ଦ୍ରଙ୍କୁ ପ୍ରାର୍ଥୀ କରି ବରିଷ୍ଠ କଂଗ୍ରେସ ନେତା ନରସିଂହ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ ବାପ-ପୁଅ ଯୋଡ଼ିଙ୍କ ଚିନ୍ତା, ରଣନୀତି ଏବଂ ପ୍ରଚାର କାର୍ଯ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri