Posted inଜାତୀୟ

ସବୁ ନେତାଙ୍କ ସହଯୋଗ ଲୋଡ଼ିଲେ ସୋନିଆ

ନୂଆଦିଲ୍ଲୀ,୧୦।୫: ରାଜସ୍ଥାନର ଉଦୟପୁରରେ ମେ’ ୧୩ରୁ ୧୫ କଂଗ୍ରେସର ଚିନ୍ତନ ଶିବିର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି। ସୋମବାର ଦଳୀୟ ମୁଖ୍ୟାଳୟରେ ସିଡବ୍ଲ୍ୟୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ଶୀର୍ଷ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ସୋନିଆ କହିଥିଲେ, ଚିନ୍ତନ ଶିବିର ଏକ ବିଧି ହେବା ଉଚିତ ନୁହେଁ। ଏହା ଦଳର ନୀତି ଆଦର୍ଶ ରକ୍ଷା ଏବଂ ନିର୍ବାଚନ ଓ ପରିଚାଳନାଗତ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ଲାଗି ସାଂଗଠନିକ ପୁନର୍ଗଠନର ଅଗ୍ରଦୂତ ହେବା ଆବଶ୍ୟକ। ଏହା କୌଣସି ଯାଦୁକରୀ କାର୍ଯ୍ୟ ନୁହେଁ। ନିଃସ୍ବାର୍ଥପର କାର୍ଯ୍ୟ, ଶୃଙ୍ଖଳା ଏବଂ ସାମୂହିକ ଉଦ୍ଦେଶ୍ୟରେ କ୍ରମାଗତ ଉଦ୍ୟମ ଦ୍ୱାରା ଆମେ ଦୃଢ଼ତା ପ୍ରଦର୍ଶନ କରିପାରିବା ବୋଲି ସୋନିଆ କହିଥିଲେ। ଦଳ ଏବେ ଏକ ଘଡ଼ସନ୍ଧି ସମୟ ଦେଇ ଗତି କରୁଥିବାବେଳେ ଏହାକୁ ପୁଣିଥରେ ପୂରା ଦମ୍‌ରେ ଆଗେଇ ନେବାକୁ ହେଲେ ସମସ୍ତେ ଆଗେଇ ଆସିବା ସହ ଦଳକୁ ଆମର ଋଣ ପରିଶୋଧ କରିବାକୁ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷା ଦଳର କାର୍ଯ୍ୟକାରୀ କମିଟି ବୈଠକରେ କହିଛନ୍ତି।
ଚିନ୍ତନ ବୈଠକରେ ୪୦୦ କଂଗ୍ରେସ ସଦସ୍ୟ ଯୋଗଦେବେ। ଦଳର ପ୍ରତ୍ୟେକ ନେତାଙ୍କୁ ଗେଶଯିଏ ପଦ ବାର୍ତ୍ତା ଦେବା ଉପରେ ସୋନିଆ ଗୁରୁତ୍ୱ ଦେଇଥିଲେ। ସେହିପରି ସବୁ ଦୃଷ୍ଟିରୁ ସନ୍ତୁଳିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଲାଗି ଦଳ ସମସ୍ତ ଉଦ୍ୟମ ଜାରି ରଖିବ। ଚିନ୍ତନ ଶିବିରରେ ରାଜନୈତିsକ, ଅର୍ଥନୈତିକ, ସାମାଜିକ ନ୍ୟାୟ, କୃଷକ, ଯୁବ ଓ ସାଂଗଠନିକ ପ୍ରସଙ୍ଗକୁ ନେଇ ୬ଟି ବର୍ଗରେ ଆଲୋଚନା ହେବ ବୋଲି କଂଗ୍ରେସ ଅଧ୍ୟକ୍ଷା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?