Posted inଜାତୀୟ

୪ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହେଲା ସୋନିଆ ଧରିବେ ମଙ୍ଗ

ନୂଆଦିଲ୍ଲୀ,୧୩ା୩: ସଦ୍ୟ ଅନୁଷ୍ଠିତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ ଜୋର ଧରିଥିଲା। ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିଥିଲା। ବୈଠକରେ ଦଳର ନେତୃତ୍ୱ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ୪ ଘଣ୍ଟାର ମାନସମନ୍ଥନ ପରେ ବୈଠକରେ ସର୍ବସମ୍ମତିକ୍ରମେ ଦଳର ଅଧ୍ୟକ୍ଷା ସୋନିଆଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରାଯାଇଥିଲା। ସୋନିଆ ହିଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ବୋଲି ନିଷ୍ପତ୍ତି ହୋଇଛି।

ସିଡବ୍ଲ୍ୟୁସି ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପଳ ଖବରଦାତାମାନଙ୍କୁ କହିଛନ୍ତି, ସୋନିଆ ଅଧ୍ୟକ୍ଷ ପଦରେ ରହିବେ। ଦଳୀୟ ସଙ୍ଗଠନକୁ ମଜଭୁତ କରି ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ସେ ତ୍ୱରିତ ପଦକ୍ଷେପ ନେବେ। ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ ହେବ। ଏହା ପୂର୍ବରୁ ପୁଣିଥରେ ସିବ୍ଲ୍ୟୁସି ବୈଠକ ବସିବ। ବୈଠକରେ ନେତାମାନଙ୍କ ମତାମତକୁ ସୋନିଆ ଶୁଣିଛନ୍ତି। ଯାହା ଜରୁରୀ ପଦକ୍ଷେପ ଆବଶ୍ୟକ ସେସବୁ ନେବା ପାଇଁ ସେ ସମ୍ମତି ପ୍ରକାଶ କରିଛନ୍ତି। ସିଡବ୍ଲ୍ୟୁସିର ପ୍ରତ୍ୟେକ ସଦସ୍ୟ ସୋନିଆଙ୍କ ମାର୍ଗଦର୍ଶନରେ କାମ କରିବାକୁ ଆଗ୍ରହୀ ଥିବା ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା କହିଛନ୍ତି।

ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ଙ୍କ ବାସଭବନରେ ଶୁକ୍ରବାର ଅସନ୍ତୁଷ୍ଟ ନେତାମାନଙ୍କ ବୈଠକ ବସିଥିଲା। ୫ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ ବୋଲି ଏହି ବୈଠକରେ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି

ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ...

ଭଗତ ସିଂଙ୍କ ଯୋଗୁ ରକ୍ଷା ପାଇଲେ ଉଦ୍ଧବ: ଏମ୍‌ଏଲ୍‌ସି କୋଟା ଆସନରୁ ହେବେ ମନୋନୀତ

ମୁମ୍ବାଇ,୯।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆସନ ଉପରେ ଦେଖାଦେଇଥିବା ସଙ୍କଟ ଟଳିଯାଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ...

ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ…

ମୁମ୍ବାଇ,୨୦।୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ଉଦ୍ଧବ) ନେତା ଉଦ୍ଧବ ଠାକରେଙ୍କୁ ନିଜ ଦଳର ନେତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା...

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲା ସୂଚନା…

ନୂଆଦିଲ୍ଲୀ,୧୦।୮: ରାଜନୈତିକ ଅପରାଧୀକରଣ ସହ ଜଡିତ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା...

ଜାତିଭିତ୍ତିକ ଜନଗଣନା ହେବନି

ନୂଆଦିଲ୍ଲୀ, ୨୧ା୭: ଦେଶରେ କେଉଁ ଜାତିର କେତେ ସଂଖ୍ୟାରେ ଲୋକ ଅଛନ୍ତି, ସେ ଭିତ୍ତିରେ ଜନଗଣନା ହେବ ନାହିଁ। କେବଳ ଅନୁସୂଚିତ ଜାତି ଓ ଜନଜାତି...

୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …

ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।...

ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୧୧: ସଂସଦରେ ଶୀତକାଳିନ ଅଧିବେଶନ ଚାଲୁଥିବା ବେଳେ ସୋମବାର ଲୋକ ସଭାରେ ବହୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ପ୍ରଥମେ ବିରୋଧୀ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week