ଚାଇନାକୁ ଫେରିଲା ଲକ୍‌ଡାଉନ

ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍‌ଝେନ୍‌ରେ ରବିବାର ୬୬ କୋଭିଡ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି। ପଡୋଶୀ ହଂକଂ ସୀମାକୁ ଲାଗିଥିବା ଏହି ସହରକୁ ସମ୍ପୂର୍ଣ୍ଣ କୋଭିଡ୍‌ ମୁକ୍ତ କରିବା ଲାଗି ସେଠାର ସମସ୍ତ ୧.୭ କୋଟି ଲୋକଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଲକ୍‌ଡାଉନରେ ରଖାଯାଇଛି।

ଲକଡାଉନରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତଙ୍କ ୩ ଥର ଲେଖାଏ କୋଭିଡ୍‌ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ଜନିତ ସଂକ୍ରମଣ ହଂକଂରେ ଦ୍ରୁତ ବୃଦ୍ଧି ପାଉଛି। ହଂକଂରେ ରବିବାର ୩୨,୪୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣ ଯେପରି ଚାଇନାକୁ ନ ବ୍ୟାପେ ଏନେଇ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପଛରେ ପକାଇଲା ଚାଇନା

ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି...

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ...

ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା...

ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ

କୋଲରାଡୋ,୨୧।୨: ଆମେରିକାରେ ମଝି ଆକାଶରେ ଏକ ବୋଇଙ୍ଗ୍‌-୭୭୭ ବିମାନରେ ଅଗ୍ନିକାଣ୍ଡ ଘଟିଛି। ୟୁନାଇଟେଡ୍‌ ଏୟାର ଲାଇନ୍ସର ବିମାନ ନମ୍ବର-୩୨୮ ବିମାନଟି ଡେନଭେର ଅର୍ନ୍ତଜାତୀୟ ବିମାନ ବନ୍ଦରରୁ...

କରୋନା ମୃତ୍ୟୁ ସଂଖ୍ୟା ୧୭ ୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର

ବେଜିଂ,୧୭।୨: ଚାଇନାରେ କରୋନା ମହାମାରୀ ଥମିବାର ନା ଧରୁନି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଥିବା ଚାଇନା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଦେଶର...

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ...

ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି

କିଭ୍‌,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍‌କୁ ୟୁକ୍ରେନ୍‌ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର...

ଟ୍ରମ୍ଫ ଗିରଫ ହେବା ଦାବି କରିବାରୁ ମସ୍କ କହିଲେ, ଯଦି ଏମିତି ହେବ ପୁଣିଥରେ ବହୁମତରେ ରାଷ୍ଟ୍ରପତି ଭାବେ ବିଜୟୀ ହେବେ

ୱାଶିଂଟନ,୧୯ ।୩: ଟେଲସା ଓ ଟୁଇଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ ମସ୍କ ଦାବି କରିଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଯଦି...

Advertisement
Archives

Model This Week