Posted inଜାତୀୟ

୩ ଦିନରେ ୨ଥର ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଦଳକୁ ପୁଣି ଦୃଢ କରିବାକୁ ଲାଗି ପଡିଛନ୍ତି। ନିକଟରେ ସେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ୩ ଦିନ ମଧ୍ୟରେ ୨ ଥର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ସୋନିଆ। ସୋମବାର ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ, ଅମ୍ବିକା ସୋନି, ପି ଚିଦାମ୍ବରମ, ଜୟରାମ ରମେଶ, କେସି ଭେନୁଗୋପାଲ ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଉପସ୍ଥିତ ଥିଲେ।
୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଛି। ଶନିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ବୈଠକରେ ପ୍ରଶାନ୍ତ କିଶୋର ସମ୍ପୂର୍ଣ୍ଣ ଯୋଜନା ଉପସ୍ଥାପନ କରିଥିଲେ। ୨୭୦ ଲୋକ ସଭା ଆସନ ଉପରେ ଧ୍ୟାନ ଦେବାକୁ ସେ କଂଗ୍ରେସକୁ କହିଛନ୍ତି। ଏହା ବ୍ୟତୀତ ଅନ୍ୟ ଆସନରେ ଏକ ମେଣ୍ଟ ଗଠନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ କଂଗ୍ରେସ କାହା ସହ ମେଣ୍ଟ କରିବା ଉଚିତ ନୁହେଁ। ଏଠାରେ ଦଳ ଏକାକୀ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବା ଉଚିତ୍‌ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। କଂଗ୍ରେସରେ ତାଙ୍କର ଦିନକୁ ଦିନ ବୃଦ୍ଧି ପାଉଥିବା ସକ୍ରିୟତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଖୁବ ଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଚାଲୁଛି। ତେବେ ରାଜନୀତିରେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri