ସୁବର୍ଣ୍ଣପୁରରୁ ଗଡ଼ିଲା ସୋନପୁର-ପୁରୀ ଏକ୍ସପ୍ରେସ୍‌

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି । ପ୍ରଥମକରି ସୁବର୍ଣ୍ଣପୁରକୁ ରେଳ ଗଡ଼ିଛି। ସୋନପୁର ଷ୍ଟେଶନରୁ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ ଶୁକ୍ରବାର ସନ୍ଧ୍ୟାରୁ ନିୟମିତ ଚାଲିଲା। ଜିଲାବାସୀ ଷ୍ଟେଶନରେ ଉପସ୍ଥିତ ରହି ଟ୍ରେନ୍‌ ଓ ଯାତ୍ରୀମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଫେରିବା ମାର୍ଗରେ ୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ୍‌ ପ୍ରତି ଶୁକ୍ରବାର ସୋନପୁରରୁ ସନ୍ଧ୍ୟା ୭ଟା ୩୦ରେ ଛାଡି ଶନିବାର ସକାଳ ୬ଟା ୫୫ରେ ପୁରୀରେ ପହଞ୍ଚତ୍ବ। ସୋନପୁର ଷ୍ଟେଶନରୁ ୯୦ ଜଣ ଯାତ୍ରୀ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟ୍ରେନ୍‌ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ,ସମ୍ବଲପୁର ସହିତ ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାକୁ ସଂଯୋଗ କରୁଛି। ଅଞ୍ଚଳର ଛାତ୍ରୀଛାତ୍ର, କୃଷକ, ତୀର୍ଥଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ଲାଭ ପ୍ରଦାନ କରିବ। ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ ପୁରୀ ଷ୍ଟେଶନରୁ ପ୍ରତି ଗୁରୁବାର ଦିନ ଏବଂ ସୋନପୁର ଠାରୁ ପ୍ରତି ଶୁକ୍ରବାର ଦିନ ଯାତ୍ରା କରିବ। ଏହି ଟ୍ରେନ୍‌ ଗୁରୁବାର ସନ୍ଧ୍ୟା ୭ଟା ୩୫ରେ ପୁରୀ ଛାଡି ସୋନପୁରରେ ଶୁକ୍ରବାର ସକାଳ ୫ଟା ୩୦ରେ ପହଞ୍ଚତ୍ଥିଲା। ଟ୍ରେନ୍‌ ପୁରୀ ଓ ସୋନପୁର ମଧ୍ୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନାରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ନରସିଂହଗଡ ଷ୍ଟେଶନ ଗୁଡିକରେ ରହଣି କରିବ। ସାପ୍ତାହିକ ଏକ୍ସପ୍ରେସ୍‌ରେ ଗୋଟିଏ ଏସି-୨ ଟାୟାର, ୭ଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ୬ଟି ଶ୍ଲିପର ଶ୍ରେଣୀ, ୩ଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ, ଲଗେଜ୍‌ ତଥା ଦିବ୍ୟାଙ୍ଗଜନ କୋଚ ଏବଂ ଗୋଟିଏ ଗାର୍ଡ, ଲଗେଜ୍‌ ତଥା ମୋଟର କୋଚ୍‌ ଉପଲବ୍ଧ ରହିଛି । ଗତ ୩ ତାରିଖରେ ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ। ଫଳରେ ଶ୍ରୀକ୍ଷେତ୍ର ପୁରୀ ସହିତ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରକୁ ଯୋଗାଯୋଗ ସହଜ ହୋଇପାରିଛି। ନାଗରିକ ସମାଜ ସମେତ ସାଧାରଣ ଲୋକ ସୋନପୁର ରେଳ ଷ୍ଟେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଉଭୟ ଟ୍ରେନ୍‌ ଓ ଯାତ୍ରୀଙ୍କୁ ସ୍ବାଗତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri