Posted inଜାତୀୟ

୨୧ ଦିନ ଧରି ଅନଶନରେ ବସିଛନ୍ତି ‘ସୋନମ୍‌ ଓ୍ବାଙ୍ଗଚୁକ୍‌’

ଲେହ,୨୬।୩: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଆମିର ଖାନ୍‌ଙ୍କ ଚରିତ୍ର ‘ଫୁନ୍‌ସୁକ୍‌ ୱାଙ୍ଗଡୁ’ ବହୁତ ଲୋକପ୍ରିୟ ହୋଇଥିଲା। ସେହି ଚରିତ୍ରଟି ଲଦାଖର ସୋନମ୍‌ ୱାଙ୍ଗଚୁକ୍‌ଙ୍କ ଉପରେ ଆଧାରିତ ଥିଲା। ମାର୍ଚ୍ଚ ୬ ରୁ ୱାଙ୍ଗଚୁକ୍‌ ଅନଶନରେ ବସିଛନ୍ତି। ଲଦାଖକୁ ସମ୍ବିଧାନର ଷଷ୍ଠ ସୂଚୀ ଅଧିନକୁ ଆଣିବା ତାଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି।

ସୋନମ ୱାଙ୍ଗଚୁକ୍‌ କହିଛନ୍ତି ଯେ କେନ୍ଦ୍ର ସରକାର ୪ ବର୍ଷ ପୂର୍ବେ ଏନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେଥିରୁ ପଛଘୁଞ୍ଚା ଦେଉଛନ୍ତି। ଶୂନ ଡିଗ୍ରୀ ତାପମାତ୍ରାରେ ସୋନମ ‘କ୍ଲାଇମେଟ୍‌ ଫାଷ୍ଟ’ ଜାରି ରଖିଛନ୍ତି। ସେ କେବଳ ପାଣି ଏବଂ ଲୁଣ ଖାଉଛନ୍ତି।

ନିକଟରେ ସେ କହିଥିଲେ ଯେ ଅନ୍ୟ ଆନ୍ଦୋଳନକାରୀଙ୍କ ସହ ସେ ଶୀଘ୍ର ଏକ ସୀମା ପଦଯାତ୍ରା କରିବାକୁ ଯାଉଛନ୍ତି ଯାହା ବାହ୍ୟ ଜଗତକୁ ବାସ୍ତବତା ସହ ଅବଗତ କରାଇବ। ମାର୍ଚ୍ଚ ୨୪ ରେ, କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (କେଡିଏ) ମଧ୍ୟ ୱାଙ୍ଗଚୁକ୍‌ଙ୍କ ସହ ବିରୋଧ ପ୍ରଦର୍ଶନ ସହ ଅନଶନ ଆରମ୍ଭ କରିଛି।

ୱାଙ୍ଗଚୁକ୍‌ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ଯ୍ୟକାରୀ କରିବା। ଏହି କାରଣରୁ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍‌ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି। ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୨୦୧୯ ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାତ୍ରେ ଉଭୟ ରାଜ୍ୟର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ସମାପ୍ତ ହୋଇଯାଇଥିଲା। କେନ୍ଦ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେଇଛି କିନ୍ତୁ ଲଦାଖକୁ ଏକ ୟୁନିଅନ ଟେରିଟୋରୀ(କେନ୍ଦ୍ରଶାସିତ ଅଞ୍ଚଳ)ରେ ପରିଣତ କରିଛି। ୱାଙ୍ଗଚୁକ କହିଛନ୍ତି ଯେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାର ଶାସନ କେନ୍ଦ୍ର ଦିଲ୍ଲୀରୁ ହେଉଛି। ଏହି କାରଣରୁ ଏଠାକୁ ଆସୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ କେବଳ ପରିବେଶକୁ ଖରାପ କରୁନାହାନ୍ତି, ବରଂ ଏଠାକାର ଲୋକଙ୍କ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?