ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର

ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ କ’ଣ ପିନ୍ଧିବେ ଏବେ ତା’ଉପରେ ସମସ୍ତଙ୍କ ନଜର। ଓ୍ବିମ୍ବଲଡନ ବିଶ୍ୱର ସବୁଠାରୁ ପୁରୁଣା ଟେନିସ ଟୁର୍ନାମେଣ୍ଟ। ଏହାକୁ ସବୁଠାରୁ ପ୍ରତିଷ୍ଠିତ ବୋଲି ବି କୁହାଯାଏ। ଏହାର ଆରମ୍ଭ ୧୮୭୭ରେ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ଚାଲି ଆସିଛି। ସୋନମ ପୁରୁଷ ସିଙ୍ଗଲ୍ସ ଫାଇନାଲ କି ମହିଳା ସିଙ୍ଗଲ୍ସ ଫାଇନାଲ କେଉଁଥିରେ ଭାଗ ନେବେ ତା’ର କୌଣସି ସୂଚନା ଏବେ ପର୍ଯ୍ୟନ୍ତ ମିଳି ନାହିଁ।

ନିକଟରେ ସୋନମ ପ୍ୟାରିସ ଫ୍ୟାଶନ ଓ୍ବିକରେ ଡାୟରଙ୍କ ଅଟମ-ଓ୍ବିଣ୍ଟର ଶୋ’ରେ ସାମିଲ ହୋଇଥିଲେ। ତାଙ୍କୁ ଏକ ବେଜ ଡାୟର ଟ୍ରେଞ୍ଚ କୋଟ ସହ ବେଜ ଏ-ଲାଇନ ଡ୍ରେସ, କଳା ବ୍ରୋଗ ଜୋତା ଏବଂ ଏକ ବ୍ଲାକ ପେଜ ବୟ ଟୋପି ସହିତ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସୋନମ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ପାର୍ଟିରେ ଯୋଗ ଦେଇ ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ବ୍ରିଟେନ-ଭାରତ ସମ୍ପର୍କକୁ ପାଳନ କରିଥିଲେ, ଯେଉଁଠାରେ ସେ ଏକ ଧଳା ରଙ୍ଗର ଓଭର କୋଟ ସହ ଏକ ସୁନ୍ଦର ପେଷ୍ଟେଲ ସବୁଜ ସାଢୀ ପିନ୍ଧିଥିଲେ। ଇଂଲଣ୍ଡରେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ସୋନମ ମଧ୍ୟ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ। ଏହି ସମୟରେ, ସେ ଏକ ଅଫ ସୋଡର ପ୍ରିଣ୍ଟେଡ ଧଳା ପୋଷାକ ପିନ୍ଧିଥିଲେ ଓ ମଞ୍ଚ ଉପରେ ତାଙ୍କର ପ୍ରସ୍ତୁତି ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri