Posted inଜାତୀୟ

ସୋନାଲୀଙ୍କୁ ଦିଆଯାଇଥିଲା ଡ୍ରଗ୍ସ: ଗିରଫ ହେଲେ ୨ ସହଯୋଗୀ

ନୂଆଦିଲ୍ଲୀ,୨୬।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁରୁବାର ଆସିଥିବା ପୋଷ୍ଟମାର୍ଟମ ରିପୋର୍ଟରେ ସୋନାଲୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଯାଇଥିବା ବେଳେ ଶୁକ୍ରବାର ଆଉ ଏକ ନୂଆ ଟୁଇଷ୍ଟ ଲୋକଲୋଚନକୁ ଆସିଛି। ସୋନାଲୀଙ୍କୁ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିବା ନେଇ ପୋଲିସ ଦାବି କରିଛି। ଅନ୍ୟପକ୍ଷେ ପୋଲିସ ଏହି ମାମଲାରେ ସୋନାଲୀଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ସହଯୋଗୀ ହେଲେ ସୁଧୀର ସାଙ୍ଗୱାନ ଓ ସୁୁଖବିନ୍ଦର। ଆଇଜି ଓମବୀର ସିଂ କହିଛନ୍ତି, ପୋଲିସକୁ ଏକ ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଏଥିରେ ସୋନାଲୀଙ୍କ ମୃତ୍ୟୁ ପୂର୍ବରୁ ସହଯୋଗୀ ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କ ସହ ପାର୍ଟି କରୁଥିବାର ଦେଖିବାକୁ ମିଳିଛି। ଏପରିକି ତାଙ୍କୁ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିବା ଏହି ଫୁଟେଜ୍‌ରୁ ଅନୁମାନ କରାଯାଉଛି। ଏହାପରେ ତାଙ୍କୁ ଶୌଚାଳୟକୁ ନେଇ ୨ଘଣ୍ଟା କାଳ ସେଠାରେ ରଖିଥିଲେ। ଏହାକୁ ସୁଖବିନ୍ଦର ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ତେବେ ସେହି ସମୟରେ କ’ଣ ଘଟିଛି ତାହା ଅଭିଯୁକ୍ତମାନେ ପ୍ରକାଶ କରି ନ ଥିବା ବେଳେ ଏବେ ବି ଅସ୍ପଷ୍ଟ ରହିଛି ବୋଲି ଆଇଜି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ...

ମୁଖ୍ୟମନ୍ତ୍ରୀ ନର୍ବାଚିତ ହେବା ପରେ ଧାମିଙ୍କ ପ୍ରଥମ ପ୍ରତିକ୍ରିୟା

ଡେରାଡୁନ,୨୧।୩: ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ସରକାର ଗଠନ କରିଛି। ପୁଷ୍କର ସିଂହ ଧାମି ପୁଣି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ...

ଲକ୍‌ଡାଉନ୍‌ରେ ପୋଲିସ ହିଂସ୍ର

ଉନ୍ନାଓ, ୨୩।୫: ଲକ୍‌ଡାଉନ୍‌ ସମୟରେ ଜୀବନ ଜୀବିକା ବିପଦରେ ପଡ଼ିଥିବାବେଳେ ପୋଲିସ ବର୍ବରତା ସୀମା ଟପୁଛି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ୧୮ ବର୍ଷୀୟ...

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ, ୬ ମୃତ

ଅହମଦାବାଦ,୧୨ ।୮: ଗୁଜରାଟର ଆନନ୍ଦ ଜିଲାରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏଠାରେ ଥିବା ରୋଜିତ୍ରା ତହସିଲର ଡାଲି ଗାଁରେ କାର,...

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୦।୩: ସାରା ଦେଶରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ସେ ଟୁଇଟ୍‌...

ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ପୋର୍ଟାଲ ପାଇଁ କ୍ରେଡିଟ ଲିଙ୍କଡ ସରକାରୀ ଯୋଜନା ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ...

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫...

ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍‌: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍‌

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ...

Advertisement
Archives

Model This Week