Posted inଜାତୀୟ

ସୋନାଲି ଫୋଗାଟ ମୃତ୍ୟୁ ମାମଲା, ହରିୟାଣା ଯିବ ଗୋଆ ପୋଲିସ

ପଣଜୀ,୩୦ ।୮: ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାର ଯାଞ୍ଚ କରିବାକୁ ଗୋଆ ପୋଲିସର ଏକ ଟିମ ମଙ୍ଗଳବାର ହରିୟାଣା ଯିବାର କାର୍ଯ୍ୟକ୍ରମ ରହିଛି । ଗୋଆ ପୋଲିସର ୪ ଜଣିଆ ଟିମ ହରିୟାଣା ଗସ୍ତ କରିବେ । ଗୋଆ ପୋଲିସ ହରିୟାଣାରେ ସୋନାଲିଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିବ । ଏହି ଘଟଣାରେ ଅଭିଯୁକ୍ତ ସନ୍ଦିପ ଓ ସୁଖବିନ୍ଦରଙ୍କ ଘରକୁ ବି ଟିମ ଯିବ । ଟଙ୍କା ଓ ସମ୍ପତ୍ତି ସମ୍ପର୍କରେ ପୀଡ଼ିତ ପରିବାରରୁ ସମସ୍ତ ତଥ୍ୟ ସଂଗ୍ରହ କରିବ ପୋଲିସ । ସୋନାଲିଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲେଣଦେଣର ତଥ୍ୟ ବି ଗୋଆ ପୋଲିସ ଏକାଠି କରିବ । ଇତିମଧ୍ୟରେ ହରିୟାଣା ସରକାର ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାର ଯାଞ୍ଚ ସିବିଆଇକୁ ଦେବାକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, ସୋନାଲିଙ୍କ ପରିବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟି ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)କୁ ଦେବାକୁ କହିଥିଲେ । ଏହାପରେ ହରିୟାଣା ସରକାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଏ ସମ୍ପର୍କିତ ଏକ ପତ୍ର ପଠାଇଛନ୍ତି । ତେବେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ସୋନାଲିଙ୍କ ପରିବାର ଏକ ବଡ ଅଭିଯୋଗ ଆଣି କହିଛନ୍ତି ସୋନାଲିଙ୍କ ହତ୍ୟାକାଣ୍ଡ ପଛରେ କେତେଜଣ ବଡ ବଡ ଲୋକଙ୍କ ହାତ ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ

ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍‌ସିପି ମୁଖ୍ୟ ଶରଦ...

ସାମ୍ନାକୁ ଆସିଲା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ଜଣ ଟ୍ରଷ୍ଟି ରହିବେ। ବୁଧବାର...

ମସଜିଦ୍‌ ନିର୍ମାଣ ପାଇଁ ୫ ସ୍ଥାନ ଚୟନ କଲେ ଯୋଗୀ ସରକାର

ଅଯୋଧ୍ୟା,୩୧।୧୨: ରାମ ମନ୍ଦିର ମାମଲାର ଚୂଡ଼ାନ୍ତ ରାୟରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ...

୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର...

ରାହୁଲଙ୍କୁ ସମ୍ପତ୍ତି ଦାନ କଲେ ବୃଦ୍ଧା

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ବୃଦ୍ଧା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି। ପୂର୍ବରୁ...

ଡରାଇଲାଣି ବାର୍ଡଫ୍ଲୁ: ରାଜଧାନୀରେ ୨ଶହ କାଉ ମୃତ

ନୂଆଦିଲ୍ଲୀ,୯ ।୧: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା...

୫ ଟି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ଏମ୍‌ଏସ୍‌ଏମ୍‌ଇ ସୁଧାର ପାଇଁ ୬ ପଦକ୍ଷେପ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ଲକ୍‌ଡାଉନ୍‌ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ...

Advertisement
Archives

Model This Week