Posted inଜାତୀୟ

ସୋନାଲୀଙ୍କୁ ମୁଖାଗ୍ନୀ ଦେଲେ ଝିଅ ଯଶୋଧରା

ଚଣ୍ଡିଗଡ଼,୨୬।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ଶୁକ୍ରବାର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି। ହରିଆଣାର ହିସାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଏକମାତ୍ର ଝିଇ ଯଶୋଧରା ମୁଖାଗ୍ନୀ ଦେଇଛନ୍ତି। ଏଥିସହ ଯଶୋଧରା ତାଙ୍କ ମା’ଙ୍କ ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ଏହି ସମୟରେ ଯଶୋଧରାଙ୍କ ଆଖିର ଲୁହ ଥମି ନ ଥିଲା। ଅନ୍ତିମ ସଂସ୍କାର ସମୟରେ ମନ୍ତ୍ରୀ ଡକ୍ଟର କମଲ ଗୁପ୍ତାଙ୍କ ସମେତ ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇଙ୍କ ସମେତ ପ୍ରମୁଖ ଭାଜପା ନେତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସୋନାଲିଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଶେଷକୃତ୍ୟ ପାଇଁ ହରିଆଣାର ଧୁଣ୍ଡୁରସ୍ଥିତ ତାଙ୍କ ଫାର୍ମ ହାଉସକୁ ଅଣାଯାଇଥିଲା। ସେଠାରୁ ଅନ୍ତିମ ଶୋଭାଯାତ୍ରା ବାହାରି ଶ୍ମଶାନକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଅଡିଓ କ୍ଲିପ୍‌କୁ ନେଇ ବିବାଦ

କୋଲକାତା, ୧୮।୪: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ଏକ...

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ

ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍‌ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି।...

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ସିଏଏ,ଏନ୍‌ଆର୍‌ସି ପ୍ରତ୍ୟାହାର କର

କୋଲକାତା,୧୨ା୧(ପି.ଟି.): ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ଭେଟିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନର ବିଭିନ୍ନ ପ୍ରସଙ୍ଗ ଉପରେ...

ଜଣେ ପତ୍ନୀଙ୍କ ସହ ଦିନରେ ଜଣେ ପତ୍ନୀଙ୍କ ସହ ରାତିରେ ରହୁଥିଲେ ସ୍ବାମୀ: ମାମଲା ରୁଜୁ

ଗାନ୍ଧିନଗର,୧୬।୪: ଗୁଜରାଟର ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ ସୁଦ୍ଧା ଏକଥା କାହାକୁ ଜଣା ନ ଥିଲା। କାରଣ ସେ ଦିନରେ ଜଣେ ସ୍ତ୍ରୀଙ୍କ ପାଖେ...

ଅଡ୍‌-ଇଭିନ୍‌ ନମ୍ବର କେଉଁଠି ଲାଗୁହେବ କେଉଁଠି ନାହିଁ ସ୍ପଷ୍ଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆସନ୍ତା ମାସଠାରୁ ଅଡ୍‌-ଇଭିନ୍‌ ନମ୍ବରର ଗାଡି ଚଲାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Archives

Model This Week