ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ ସ୍ୱପ୍ନର ଘର କିଣିଥିବା ଦେଖାଯାଇଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଜାହ୍ନବୀ କପୁର, ହ୍ରିତିକ ରୋଶନ, ଆଲିଆ ଭଟ୍ଟ । ହେଲେ ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ପୂର୍ବରୁ ସୋନାକ୍ଷୀ ଏକ ସାକ୍ଷାତ୍‌କାରରେ କହିଥିଲେ କି ସେ ତାଙ୍କ ରୋଜଗାରରେ ୩୦ ବର୍ଷ ବୟସ ବେଳକୁ ଏକ ଘର କିଣିବାକୁ ଯୋଜନା ରଖିଛନ୍ତି । ଯାହା ହେବ ତାଙ୍କ ସ୍ୱପ୍ନର ଘର । ଅବଶ୍ୟ ସେହି ସମୟ ଅତିକ୍ରମ କରିଯାଇଥିଲେ ବି ଏବେ ତାଙ୍କ ସ୍ୱପ୍ନ ସତ ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ସୋନାକ୍ଷୀ ଏକ ୪ ବିଏଚ୍‌କେ ଘର କିଣିଥିବା ଜଣାପଡିଛି । ଅବଶ୍ୟ ଏବେ ସେ ନୂଆ ଘରକୁ ସିପ୍ଟ ନ ହୋଇ ନିଜ ମାତାପିତାଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଗତବର୍ଷ ସୋନାକ୍ଷୀ ପିତା ଶତ୍ରୁଘ୍ନ ସିହ୍ନାଙ୍କ ଘର ‘ରାମାୟଣ’ରେ ନିଜ ପାଇଁ ଏକ ଫ୍ଲୋର ରିନୋଭେଟ କରିଥିଲେ । ଆଉ ଏବେ ସେ ସେହିଠାରେ ହିଁ ରହିବେ ବୋଲି କହିଛନ୍ତି । ନୂଆ ଘର କେବଳ ସ୍ୱପ୍ନ ପୂରଣ ସହ ଇନଭେଷ୍ଟମେଣ୍ଟ ପାଇଁ କିଣିଥିବା ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ହିଟ୍‌ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ...

କରୋନାରେ ତାମିଲ ଅଭିନେତାଙ୍କ ପରଲୋକ

ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ...

‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ...

ସାମନ୍ଥାଙ୍କ ସହ ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେ ପକାଇଲେ ନାଗା ଚୈତନ୍ୟ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁ୍‌ଥ୍‌ ପ୍ରଭୁ ତେଲୁଗୁ ଚଳଚ୍ଚିତ୍ର ‘ୟେ ମାୟା ଚେସାବେ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ର ରିଲିଜ୍‌ ହେବାର...

ବେଲି ଡ୍ୟାନ୍ସ କଲେ ଜାନ୍‌ଭି

ବଲିଉଡ୍‌ ଅଭିନେତ୍ରୀ ଜାନଭି କପୁର ନିଜର ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଫିଲ୍ମ ବ୍ୟତିତ ନିଜର ଫଟୋ ଏବଂ ଭିଡିଓ ପାଇଁ ସେ ଅନେକ ସମୟରେ...

ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ...

ଲେହେଙ୍ଗା ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ତାଙ୍କ ନୂଆ ନୂଆ ଫଟୋ ଓ ଭିଡିଓକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା...

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି...

Advertisement
Archives

Model This Week