ଦ୍ୱିତୀୟ ବିବାହ ପାଇଁ ପୁଅଙ୍କୁ ହତ୍ୟା: ପଥର ଖାଦାନରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଜେନାପୁର/ଧର୍ମଶାଳା,୨୫।୪(ଅଶୋକ ଦାସ/ ବଟକୃଷ୍ଣ ପରିଡ଼ା): ଯାଜପୁର ଜିଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇ ଯାଇଥିବା ୬ ବର୍ଷର ନାବାଳକ ଶିବୁ ରାଉତଙ୍କ ମୃତଦେହ ମିଳିଛି। ଗୁରୁବାର ଏକ ପଥର ଖାଦାନରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ନାବାଳକଙ୍କୁ ତାଙ୍କ ବାପା ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏହି ଘଟଣାରେ ନାବାଳକଙ୍କ ବାପା ବାହୁଡ଼ା ରାଉତ, ତାଙ୍କ ବାପା ମଦନ ରାଉତ, ମା’ ଗୁଣ୍ଠି ରାଉତ, ଭାଇ ବିରଞ୍ଚତ୍ ରାଉତ ଓ ଭାଉଜ ବର୍ଷା ରାଉତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ନାବାଳକଙ୍କ ଅଜା କଳାକାର ରାଉତଙ୍କ ଅଭିଯୋଗ ମୁତାବକ, ଗ୍ରାମର ବାହୁଡ଼ା ସେହି ଗଁାର ମମତା ରାଉତଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଶିବୁ ଜନ୍ମ ହୋଇଥିଲା। କିଛି ଦିନ ପରେ ପାରିବାରିକ ଅଶାନ୍ତି ହେବାରୁ ମମତା ପୁଅ ଶିବୁଙ୍କୁ ନେଇ ବାପ ଘରେ ପ୍ରାୟ ୫ ବର୍ଷ ହେବ ରହୁଛନ୍ତି। ଏହାରି ଭିତରେ ବାହୁଡା ଦ୍ୱିତୀୟ ବିବାହ ପାଇଁ ଯୋଜନା କରିଥିଲେ। ତେଣୁ ପୁଅ ଶିବୁ ଭବିଷ୍ୟତରେ ବାଧକ ହେବା ଆଶଙ୍କା କରି ତାଙ୍କୁ ମାରି ଦେବାକୁ ଯୋଜନା କରିଥିଲେ।

ବୁଧବାର ସା ପ୍ରାୟ ୭ଟାରେ ଶିବୁ ଟ୍ୟୁଶନ ଯାଇ ମାମୁ ଘରକୁ ଫେରିଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାପରେ ମାମୁଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଶେଷରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ନିରୂପମା ଜେନାଙ୍କ ସମେତ ଅଗ୍ନିଶମ ବାହିନୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ରାତି ପ୍ରାୟ ୧୧ଟାରେ ଗାଁ ସଂଲଗ୍ନ ପାହାଡ଼ ଖାଦାନ ନିକଟରେ ଶିବୁଙ୍କ ପ୍ୟାଣ୍ଟ ପାଇଥିଲେ। ଏହାପରେ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ପ୍ୟାଣ୍ଟ ମିଳିଥିବା ଖାଦାନର ପାଣି ଖାଲରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ଥାନା ଅଧିକାରୀ ଏବଂ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ବାହୁଡ଼ାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଉତ୍ତେଜନା ଭୟରେ ପ୍ରାୟ ୫ ଘଣ୍ଟା ଧରି ବାହୁଡ଼ାଙ୍କ ପରିବାର ଲୋକେ ଘର ଭିତରେ ବନ୍ଦ ରହିଥିଲେ। ଖବର ପାଇ ଯାଜପୁର ରୋଡ୍‌ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଜେନାପୁର ଥାନା ଏସ୍‌ଆଇ ଶଶୀ ଭୂଷଣ ପରି, ଏଏସ୍‌ଆଇ ବିରଞ୍ଚି ନାରାୟଣ ପଣ୍ଡା, ଚଢ଼େଇଧରା ଫାଣ୍ଡି ଅଧିକାରୀ ମନୋରଞ୍ଜନ ସେଠୀ ପ୍ରମୁଖ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଏନେଇ ଥାନାରେ ନଂ.୧୪୭/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୧୭ା୮: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri