Posted inରାଜ୍ୟ

ମା’, ବାପାଙ୍କୁ ପନିକିରେ ହାଣି ହତ୍ୟା କଲା ପୁଅ

ନୂଆଗାଁ, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଘଟିଛି ଅଭାବନୀୟ ଘଟଣା । ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣି ହତ୍ୟା କରିଛି। ମୃତକମାନେ ହେଲେ ମୋନବଧ ସିଂ (୬୫) ଓ ତାଙ୍କ ସ୍ତ୍ରୀ ଲୀଲା ସିଂ (୬୦)। ବଡ଼ପୁଅ ଜୟ ସିଂଙ୍କୁ ପୋଲିସ ଗିରଫ କରିଛି।
ବିଶପୁର ଗ୍ରାମର ମୁଳବାସିନ୍ଦା ମୋନବଧ ସପରିବାର ରହନ୍ତି। ଜୟ ଓ ସାନପୁଅ ସୁନୀଲ ମଧ୍ୟ ମା’ବାପାଙ୍କ ସହ ରହନ୍ତି। ଜୟ ବିବାହିତ। ସୁନୀଲ ଥିଲେ ଅବିବାହିତ। ସୁନୀଲଙ୍କ ବିବାହ ପାଇଁ କୁଆଡେ ଝିଅ ଖୋଜା ଚାଲିଥିଲା। ସେପଟେ ଜୟ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମଝିରେ ମଝିରେ ବିଶପୁରସ୍ଥିତ ନିଜ ଗାଁକୁ ଆସୁଥିଲେ। କିଛି ମାସ ପୂର୍ବରୁ ଜୟ ଗାଁକୁ ଫେରିଥିଲେ। ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଲୀଲା ଉଠାଇ ଥିଲେ। ସୁନୀଲଙ୍କ ବିବାହ ପାଇଁ ଜମି ବିକିବା ପାଇଁ ଘରେ ଆଲୋଚନା ଚାଲିଥିଲା। ଏହି ସମୟରେ ପରିବାର ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଅନୁରୂପ ଭାବେ ଜମି ବିକାକୁ ନେଇ ଲୀଳା ଘରେ ଆଲୋଚନା କରୁଥିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ ପୁଅ ଜୟ ମା’ ଓ ବାପାଙ୍କୁ ପନିକି ଓ ଶିଳପୁଆରେ ଆକ୍ରମଣ କରିଥିଲେ। ଏଥିରେ ମା’ ଓ ବାପା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଜୟଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ସ୍ତ୍ରୀ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳକୁ ଯାଇ ଜୟଙ୍କୁ ବାରଣ କରିଥିଲେ। ଜୟ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଘଟଣା ସମୟରେ ସୁନୀଲ ଘରେ ନ ଥିଲେ।
ଖବରପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ପନିକି, ଶିଳପୁଆ ଆଦିକୁ ଜବତ କରିଛି। ଏ ନେଇ ବିଶ୍ରା ଥାନାରେ ଏକ ହତ୍ୟା ମାମଲା (ନଂ. ୧୬୪/୨୦) ରୁଜୁ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ମଧ୍ୟ ପହଞ୍ଚତ୍ ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମାର୍କେଟ ବିଲ୍‌ଡିଂ: ନିୟମ ଉଲ୍ଲଘଂନ କଲେ ସବୁଦିନ ପାଇଁ ଦୋକାନ ବନ୍ଦ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କୋଭିଡ କଟକଣା ଉଲ୍ଲଘଂନ ଯୋଗୁ ଗତ ଶୁକ୍ରବାରଠାରୁ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ସିଲ କରି ଦିଆଯାଇଥିଲା। ତେବେ ବୁଧବାରଠାରୁ ମାର୍କେଟ ବିଲ୍‌ଡିଂ ଖୋଲିବା ନେଇ ଭୁବନେଶ୍ୱର...

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।...

ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣା: ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି...

ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍‌ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ...

ଓଡ଼ିଶା-ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଫସି ରହିଥିବା ଓଡ଼ିଆ ବସ୍‌ ଯୋଗେ ଫେରିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଗୁଜରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଓଡ଼ିଶା ଫେରିବେ। ସେମାନଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବା ଲାଗି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ...

ରାଜ୍ୟରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ଶନିବାର ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ...

ରିୟାଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ୍‌ ନେଇ ସ୍ପଷ୍ଟ ହୋଇନି: ଡିଜିପି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ମାମଲାରେ ସିବିଆଇ ସୁଶାନ୍ତଙ୍କ ବାନ୍ଧବି...

ହାଡ଼ଭଙ୍ଗା ଚିକିତ୍ସାଳୟରେ ଚାଲିଥିଲା ବେଆଇନ ଗର୍ଭପାତ: ନୟାଗଡ଼ ଟାଉନ ଥାନା ପୋଲିସର ଚଢ଼ାଉ; ଦୁଇ ଅଟକ

ନୟାଗଡ଼ ଅଫିସ,୨ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ ହାଡ଼ଭଙ୍ଗା ଚିକିତ୍ସାଳୟ ( କ୍ଲିନିକ୍‌)ରେ ଚାଲୁଥିଲା ବେଆଇନ୍‌ ଗର୍ଭପାତ। ଶନିବାର ବିଳମ୍ବିତ ରାତ୍ରିରେ...

Advertisement
Archives

Model This Week