Posted inUncategorized

ସୌମ୍ୟ ଦଳ ଛାଡ଼ି ସମ୍ପାଦକୀୟ ଲେଖନ୍ତୁ : ପ୍ରତାପ

ଭୁବନେଶ୍ୱର,୧୦।୯(ଅନିଲ ଦାସ): ଦଳ ଓ ସରକାରଙ୍କ ବିରୋଧରେ ମତ ଦେଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର ଜଣଙ୍କ ପରେ ଜଣେ ନେତା ସମାଲୋଚନା କରିଛନ୍ତି। ଶନିବାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ତାଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ମତ ରଖିପାରିବେ। ସେଥିରେ କୌଣସି ଅସୁବିଧା ନାହିଁ। ସୌମ୍ୟ ବାବୁ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି ଓ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦଳରେ ଥାଇ ସରକାର କିମ୍ବା ଦଳ ବିରୋଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଅମୂଳକ । ଏହାକୁ ବ୍ଲାକ୍‌ମେଲିଂ ବୋଲି କୁହାଯିବ।
ସେ ଜଣେ ଶିକ୍ଷିତ, ଜ୍ଞାନୀ ଗୁଣୀ ଲୋକ। ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ। ସେ ବିଜେଡିରେ ଅଛନ୍ତି। ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ୍‌ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯାଉଛି, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ଯାଉନି। ଏହାକୁ ମୁଖ୍ୟମନ୍ତ୍ରୀ ବି ସ୍ପଷ୍ଟକରି ସାରିଛନ୍ତି। ମାତ୍ର ସେଇ ଜିନିଷକୁ ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆକ୍ରୋଶମୂଳକ ଭାବେ ଇଙ୍ଗିତ କରିବା ସମୀଚୀନ ନୁହେଁ । ଆପଣ ଯଦି ସ୍ବାଧୀନ ବ୍ୟକ୍ତିତ୍ୱ ହୋଇଥାନ୍ତେ ଯାହା ତାହା କହିଥିଲେ ବି କିଛି ଫରକ ପଡ଼ି ନ ଥାନ୍ତ। ନିର୍ଦ୍ଦିଷ୍ଟ ଦଳରେ ରହି ଦଳୀୟ ପ୍ଲାଟ୍‌ଫର୍ମରେ ନ କହି ଏକପାଖିଆ ଭାବେ ସବୁକଥା ଉପରେ ସମାଲୋଚନା କରୁଛନ୍ତି ତାହାକୁ ବ୍ଲାକ୍‌ମେଲିଂ ବୋଲି ହିଁ କୁହାଯିବ।
ଯଦି କୌଣସି ସେମିତି କଥା ଅଛି ଦଳୀୟ ଫୋରମ୍‌ ଭିତରେ ଉଠାଇବା ଦରକାର। ଆପଣ ଦଳୀୟ ଫୋରମ୍‌କୁ ମାନୁନାହାନ୍ତି କି ସେ ବିଷୟରେ ଅବଗତ ନୁହନ୍ତି । ତାହାହେଲେ ଏ ଦଳରେ ରହିବା ଆପଣଙ୍କର ଅନୁଚିତ। ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି । ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ ବୋଲି ପ୍ରତାପ କହିଛନ୍ତି।
ଦଳର ଭଲମନ୍ଦ ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରି ବହୁଥର ବିଫଳ ହୋଇଛନ୍ତି ବୋଲି ଖଣ୍ଡପଡ଼ା ବିଧାୟକ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ଆମେମାନେ ଯିଏ ଯେତେବେଳେ ଚାହିଁଛୁ, ସେତେବେଳେ ଅବାଧରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଛୁ । କେବଳ ଆମେମାନେ ନୁହଁ, ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଶହ ଶହ ଲୋକ ସାକ୍ଷାତ କରୁଛନ୍ତି । ସୌମ୍ୟବାବୁ କିଭଳି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଲେ ନାହିଁ ବୋଲି କହୁଛନ୍ତି, ତାହା ବଡ଼ ଆଶ୍ଚର୍ଯ୍ୟର କଥା ।
ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଥରେମାତ୍ର ବିଧାୟକ ହୋଇ ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ହିଁ ପରାମର୍ଶ ଦେବାକୁ ଚାହୁଁଛନ୍ତି। ବାସ୍ତବରେ ଏହା ପରାମର୍ଶ ନା ସମାଲୋଚନା ତାହା ଜନସାଧାରଣ ହିଁ ବିଚାର କରନ୍ତୁ। ନିଜ ମାଲିକାନାରେ ଥିବା ଖବରକାଗଜକୁ ଆୟୁଧ କରିଛନ୍ତି । ସମସ୍ତେ ଜାଣନ୍ତି, ନିଜ ବ୍ୟକ୍ତିଗତ ସ୍ବାର୍ଥ ହାସଲ ନ ହେଲେ ସୌମ୍ୟବାବୁ ଏଭଳି ହୁଅନ୍ତି । ଅତୀତରେ ଏଭଳି ଘଟଣାର ନଜିର କିଛି କମ୍‌ ନାହିଁ । ସବୁ କଥା ରାଜ୍ୟବାସୀ ଜାଣିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ପ୍ରତିକ୍ରିୟାରେ ସୌମ୍ୟ କହିଛନ୍ତି, ପ୍ରତାପ ଦେବ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କ’ଣ ବେଦର ଗାର। ମୁଁ ୩ଟି ଭୂମିକାରେ ଅଛି। ତେଣୁ ଦ୍ୱନ୍ଦ୍ୱ ରହିବା ସ୍ବାଭାବିକ। ଯାହା ସମ୍ପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି। ମୁଁ ଦଳ କାହିଁକି ଛାଡ଼ିବି। ନିଲମ୍ବନ ଅଧିକାର ସେମାନଙ୍କର ଅଛି। ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?