ବେଳେବେଳେ ଏପରି ହୁଏ: କଥା କହିବାକୁ ବି ଲାଗେ ଡର…

ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ ନେଇ ଅକ୍ଷମତା ପ୍ରକାଶ କରିଥାନ୍ତି। କାଳେ କହିବା ବେଳେ କିଛି ଭୁଲ୍‌ ହୋଇଯିବ ସେ ନେଇ ଏଭଳି ଲୋକଙ୍କର ଚିନ୍ତା ବଢ଼ିବାରେ ଲାଗିଥାଏ। ଏହାକୁ ଗ୍ଲାସୋଫୋବିଆ କୁହାଯାଇଥାଏ। ଆମେରିକାରେ ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରେ ୪ ଜଣଙ୍କଠାରେ ଏଭଳି ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ସମବେତ ଲୋକଙ୍କୁ ଦେଖିଲେ ଏଭଳି ସମସ୍ୟା ଥିବା ବ୍ୟକ୍ତିଙ୍କ ମସ୍ତିଷ୍କ କ୍ରିୟାଶୀଳ ହୋଇଥାଏ। ଫଳରେ ଶରୀରରେ ଆଡ୍ରେନାଲିନ୍‌ ଏବଂ ଷ୍ଟେରୋଏଡ୍‌ କ୍ଷରଣ ମାତ୍ରା ବଢ଼ିଯାଏ। ଏହାଯୋଗୁ ରକ୍ତଶର୍କରା ଏବଂ ଶକ୍ତିସ୍ତର ବୃଦ୍ଧି ପାଏ। ଏହାର ପ୍ରଭାବରେ ହାର୍ଟବିଟ୍‌ ବଢ଼ିବାରେ ଲାଗେ। ଦେହରୁ ଝାଳ ବୋହିବା ସହିତ ଧଇଁସଇଁ ସ୍ଥିତି ସୃଷ୍ଟି ହୋଇଥାଏ। ଡାକ୍ତରଙ୍କ ସହିତ ଆଲୋଚନା କରି ଔଷଧ ଖାଇବା ସହିତ ଲୋକଙ୍କ ମଧ୍ୟରେ ମିଳାମିଶା ବଢ଼ାଇଲେ ଏହି ସମସ୍ୟା ଧୀରେଧୀରେ କମି ଯାଇଥାଏ ବୋଲି ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲଥ୍‌ ପକ୍ଷରୁ ପ୍ରକାଶିତ ପତ୍ରିକାରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri