Posted inଫୁରସତ

ମଙ୍ଗଳ ଗ୍ରହ : କିଛି କଥା

ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌ ୩୫ ସେକେଣ୍ଡ ସମୟ ନେଇଥାଏ, ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଙ୍ଗେ ପ୍ରାୟ ସମାନ। ଫଳରେ ମଙ୍ଗଳରେ ପ୍ରତି ୧୨ ଘଣ୍ଟା ଅନ୍ତରାଳରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ। ମଙ୍ଗଳର ପୃଥିବୀ ଭଳି ଏକ ବାୟୁମଣ୍ଡଳ ଅଛି। ଏହି ବାୟୁମଣ୍ଡଳ ଅତି ପତଳା। ପୃଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ପ୍ରଚୁର ଜଳ ବରଫ ଆକାରରେ ଗଚ୍ଛିତ ଅଛି। ମଙ୍ଗଳର ଦୁଇଟି ଛୋଟ ଚନ୍ଦ୍ର ରହିଛି ଯଥା ଡିମସ୍‌ ଓ ଫୋବସ୍‌। ଫୋବସ୍‌ ଆକାରରେ ବଡ଼; ଏହାର ବିସ୍ତୃତି ଅତିବେଶିରେ ୨୭ କିଲୋମିଟର ଏବଂ ଏହା ଗ୍ରହଠାରୁ ୫୯୮୯ କି.ମି. ଊର୍ଦ୍ଧ୍ୱରେ ରହି ଗ୍ରହକୁ ପରିକ୍ରମା କରିଥାଏ। ମଙ୍ଗଳ ଚାରିପଟେ ଥରେ ପରିକ୍ରମା କରିବା ପାଇଁ ଫୋବସ୍‌କୁ ୭ ଘଣ୍ଟା ୩୯ ମିନିଟ୍‌ ସମୟ ଲାଗିଥାଏ। ସେହିପରି ଡିମସ୍‌ର ସର୍ବାଧିକ ବିସ୍ତୃତି ୧୫ କି.ମି. ଏବଂ ଏହା ଗ୍ରହଠାରୁ ୨୩,୪୬୦ କି.ମି. ଊର୍ଦ୍ଧ୍ୱରେ ରହି ଗ୍ରହକୁ ପ୍ରତି ୩୦ ଘଣ୍ଟାରେ ଥରେ ପରିକ୍ରମା କରିଥାଏ।
ପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ ୧୮ଟି ଅନ୍ତରୀକ୍ଷ ଅଭିଯାନ ପ୍ରେରଣ କରିଛି, ଯାହାମଧ୍ୟରୁ କେବଳ ୯ଟି ଅଭିଯାନ ସୁରକ୍ଷିତ ରୂପେ ଗ୍ରହର ପୃଷ୍ଠ ଉପରେ ଅବତରଣ କରିଛି। ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳକୁ ଏକ ମାନବସ୍ଥିତ ଅଭିଯାନ ପ୍ରେରଣ କରିବା ପାଇଁ ଆଶା ବାନ୍ଧିଛି। ନାସାର ଏହି ଉଦ୍ୟମ ସଫଳ ହେଲେ ଆଗାମୀ ୨୦୩୦ରୁ ୨୦୪୦ ମସିହା ମଧ୍ୟରେ ପୃଥିବୀର ପ୍ରଥମ ମନୁଷ୍ୟ ମଙ୍ଗଳ ପୃଷ୍ଠରେ ପଦାର୍ପଣ କରିବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?