ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଣ୍ଡା ଖାଆନ୍ତି, ତେବେ ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ ଶକ୍ତି ବଢ଼ାଇବାରେ ଅଣ୍ଡାର ଭୂମିକା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଅଣ୍ଡାରେ ଲ୍ୟୁଟିନ୍‌ ଏବଂ ଜେକ୍ସାଥିନ୍‌ ନାମକ ଦୁଇଟି ତତ୍ତ୍ୱ ରହିଛି, ଯାହା ସ୍ମରଣ ଶକ୍ତିକୁ ଆହୁରି ସକ୍ରିୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆକୁ ରୋକିବ ଲାଳ

ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ...

ଏହି ୪ ଗଛକୁ ଘରେ ଲଗାଇବା ଭାରି ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢେ ସୁଖ ସମୃଦ୍ଧି

ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର...

ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ପ୍ରେମିକାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ, ରାଧା-କୃଷ୍ଣ ପରି ହୋଇଥାଏ ଯୋଡ଼ି

ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ।...

ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜୀବନରେ ରହିବ ନାହିଁ କେବେ ଧନର ଅଭାବ: ଜାଣନ୍ତୁ କ’ଣ କୁହନ୍ତି

ଦେଶର ଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଚାଣକ୍ୟ ଜଣେ। ସେ ନିଜର ଅନୁଭୂତି ଏବଂ ଅଧ୍ୟୟନକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏହି ନୀତି ଜଣେ ବ୍ୟକ୍ତିଙ୍କୁ...

ହାତ କୁଣ୍ଡାଇ ହେବାଠାରୁ ପେଚା ଦେଖିବା ଯାଏ; ଜାଣନ୍ତୁ ଧନପ୍ରାପ୍ତିକୁ ନେଇ ଏହି ୧୦ ସଙ୍କେତ

ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ...

କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ...

ସଫା ରହିବ ରୋଷେଇ ଘର

ଭିନେଗାର ଓ ଗରମ ପାଣି: ୩ ରୁ ୪ ଚାମଚ ଭିନେଗାର ନେଇ ସେଥିରେ ଗରମ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦାଗଥିବା ସ୍ଥାନରେ...

Advertisement


Archives

Model This Week