ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ ପେଟ ପାଇଁ ସ୍ବାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ରତ ବିକ୍ରି କରିଥାନ୍ତି। ଯାହା ଆୟ ହୁଏ, ସେଥିରେ ସଂସାର କଷ୍ଟେମଷ୍ଟେ ଚଳିଯାଏ ବୋଲି କୁହନ୍ତି ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ୭୦ ବର୍ଷୀୟ ପ୍ରଫୁଲ୍ଲ କୁଣ୍ଡୁ। ସେ ୨୦ ବର୍ଷ ବୟସରେ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମେ ଶାତଶଙ୍ଖ ଅପେରା ଓ ପରେ ଡେଲାଙ୍ଗ, ରାଢ଼ଙ୍ଗ, ଗ୍ରାଜୁଏଟ୍‌ ଅପେରା ସହିତ ଆଉ କେତେକ ଯାତ୍ରା ପାର୍ଟିରେ ନିଖୁଣ ଅଭିନୟ କରିଥିଲେ। କିନ୍ତୁ ଯାତ୍ରା ପାର୍ଟିର ଉଜ୍ଜ୍ୱଳ ଆଲୋକରେ ତାଙ୍କ ଆଖି ଖରାପ ହେବାରୁ ସେ ୪୨ ବର୍ଷ ବୟସରେ ଯାତ୍ରା ପାର୍ଟି ଛାଡ଼ିଥିଲେ। ସେଠାରେ ପ୍ରଫୁଲ୍ଲ ୨/୩ ଜଣଙ୍କୁ ବିବାହ କରିଥିବାରୁ ତାଙ୍କର ୨ଟି ପୁଅ ଓ ୨ଟି ଝିଅ ଅଛନ୍ତି। ତାଙ୍କ ବଡ଼ଝିଅ ଯାତ୍ରା ପାର୍ଟିର ଆଗ ଧାଡ଼ିରେ ଅଭିନୟ କରୁଥିବାବେଳେ ବଡ଼ ପୁଅ ମଧ୍ୟ ଯାତ୍ରାପାର୍ଟିରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ଗୋଟିଏ ଝିଅ ଓ ଗୋଟିଏ ପୁଅ ଘରେ ଅଛନ୍ତି। ପ୍ରଫୁଲ୍ଲ ଏବେ ଗୋପ, ନିମାପଡ଼ା, ବାଲିପାଟଣା ସହିତ ବିଭିନ୍ନ ଗାଁରେ ବୁଲି ବୁଲି ବ୍ରତ ବିକ୍ରି କରୁଛନ୍ତି। ତାଙ୍କ ସହିତ ତାଙ୍କ ସ୍ତ୍ରୀ କନକ କୁଣ୍ଡୁ(୫୦) ମଧ୍ୟ ଏହି ବ୍ରତ ବିକ୍ରି କରୁଛନ୍ତି। ସୁଦସା ବ୍ରତ, ଷଠୀ, ଖୁଦୁରୁକୁଣୀ, ଦଶହରା ଭଳି ବିଭିନ୍ନ ପର୍ବ ପାଇଁ ବ୍ରତ ବିକିଥାନ୍ତି। କେତେକ ବେପାରୀ ତାଙ୍କଠାରୁ ବ୍ରତ ନେଉଥିବା ସେ କହିଛନ୍ତି। ଏଥିସହ ସମୟ ମିଳିଲେ ତାଙ୍କ ସ୍ତ୍ରୀ ମୂଲ ମଜୁରି ଲାଗିବାକୁ ମଧ୍ୟ ଯାଆନ୍ତି। ପ୍ରଫୁଲ୍ଲ ଏବେ ବଡ଼ ଦୁଃଖରେ ପରିବାର ଭରଣପୋଷଣ କରୁଥିବାବେଳେ ସାନ ପୁଅ ଦୋକାନରେ କାମ କରୁଛନ୍ତି। ୧୯୯୯ ମହାବାତ୍ୟାରେ ପ୍ରଫୁଲ୍ଲଙ୍କ କଳାକାର ସାର୍ଟିଫିକେଟଟି ନଷ୍ଟ ହୋଇଯିବାରୁ ସରକାର ଦେଉଥିବା କଳାକାର ଭତ୍ତାରୁ ମଧ୍ୟ ସେ ବଞ୍ଚତ୍ତ ହୋଇଛନ୍ତି। ତାଙ୍କୁ ସରକାରୀ ସହାୟତା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଏ ପ୍ରସଙ୍ଗରେ ପ୍ରଫୁଲ୍ଲଙ୍କୁ ପଚାରିବାରେ, ସବୁ ସେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା। ବୃଦ୍ଧ କାଳରେ ଘର ଘର ବୁଲି ଦଶ ପାଞ୍ଚ ଟଙ୍କାରେ ବ୍ରତ ବିକ୍ରି କରି ସଂସାର ଚଳାଇବା କେତେ କଷ୍ଟ କେବଳ ଭଗବାନ ଜାଣିପାରୁଥିବେ। ଏବେ କିନ୍ତୁ ନିଜ ଭାଗ୍ୟକୁ ଦୋଷ ଦେଇ ଅନ୍ତିମ ଯାତ୍ରାକୁ ଅପେକ୍ଷା ବୋଲି ସେ କହିଛନ୍ତି। ଜିଲା ପ୍ରଶାସନ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri