ଆମ ସଂସ୍କୃତିର କେତୋଟି ବିଚାର

ଆମ ସଂସ୍କୃତିର ଏକ ସ୍ବାତନ୍ତ୍ର୍ୟ ହେଉଛି ‘ତେନତ୍ୟକ୍ତେନ ଭୂଞ୍ଜିଥା’ ଅର୍ଥାତ୍‌ ତ୍ୟାଗପୂର୍ବକ ଉପଭୋଗ କର। ଏକାକୀ ଉପଭୋଗ ନ କରି ସମୂହ ଭାବରେ ଦୁଃଖ ସୁଖକୁ ବାଣ୍ଟିନେବା ପାଇଁ ଆମକୁ ପିଲାଟି ଦିନରୁ ଶିଖା ହୋଇଛି। ଯେଭଳି ‘ପ୍ରସାଦ ବାଣ୍ଟିଣ ଖାଇବ, ଅଳ୍ପ ବହୁତ ନ କହିବ’, ‘ଏକତାର ବଳ ବା ଦଳର ବଳ’। ଏପରି ଅନେକ ଆପ୍ତବାକ୍ୟରେ ଆମ କୈଶୋର ସମୃଦ୍ଧ। କଣିକାଏ ନିର୍ମାଲ୍ୟରେ ବୈକୁଣ୍ଠ ପ୍ରାପ୍ତି ବୋଲି ସେଇ ବିଶ୍ୱାସରେ ଆମେ ବଞ୍ଚିଛୁ ଆଜିଯାଏ। ତେବେ ଏଭଳି ସମୂହ ଭାବନା ତ୍ୟାଗର ନାମାନ୍ତର ନୁହେଁ କର୍ତ୍ତବ୍ୟର ଅନ୍ୟତମ ରୂପ। ତେବେ ତ୍ୟାଗ ଆଉ କର୍ତ୍ତବ୍ୟକୁ ନେଇ ଦୁଇ କିମ୍ବଦନ୍ତୀ ପୁରୁଷ ଯେ କି ଗାନ୍ଧୀ ଓ ମାର୍କସ। ମାର୍କସ କହିଲେ ‘ନ ଥିଲା ଲୋକ ଥିଲା ଲୋକଙ୍କଠୁ ଛଡ଼େଇ ନିଅନ୍ତୁ କିନ୍ତୁ ଗାନ୍ଧୀ କହିଲେ, ଥିଲାବାଲା ନ ଥିଲାବାଲା ଲୋକଙ୍କୁ ଆପଣାର ମଣି ହାତଧରି ତଳୁ ଉପରକୁ ଉଠାଇ ନେଲେ ରକ୍ତାକ୍ତ ବିପ୍ଳବକୁ ଏଡ଼ାଇ ଦିଆ ଯାଇପାରନ୍ତା ଓ ସାମୂହିକ ସଦ୍‌ଭାବ ପ୍ରତିଷ୍ଠା ସହଜ ହୋଇପାରନ୍ତା। ତେବେ ଏ କଥା ଆଜିର ସମାଜରେ କେତେଦୂର ସମ୍ଭବ? ତେବେ ଏବକାର ସମାଜରେ କେତୋଟି ବିଚାର ଉପରେ ଆଲୋଚନା କରିବା। ଆଜି ଆଉ କେହି ଚିଠି ଲେଖିବାକୁ ପସନ୍ଦ କରୁ ନାହାନ୍ତି। ତେଣୁ ଚିଠି ଲେଖା ସାତସପନ ହେଲାଣି। ଚିଠି ଯେ କେତେ ପ୍ରତୀକ୍ଷାର ଅନ୍ତ ଘଟାଏ ଏ କଥା ଆମ ପିଲାଏ ଜାଣି ପାରୁନାହାନ୍ତି। ୩ ଏପ୍ରିଲ ୧୯୭୩ରେ ବିଜ୍ଞାନୀ ମାର୍ଟିନ କୁପର ପ୍ରଥମେ ‘ମୋଟୋରୋଲା’ ମୋବାଇଲ ପ୍ରସ୍ତୁତ କରିବା ସହ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଡ. ଜୋଏଲସ୍‌ ଏଙ୍ଗଲଙ୍କ ସହ କଥା ହୋଇଥିଲେ। ସେହିପରି ପ୍ରଥମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ନୋକିଆ ହ୍ୟାଣ୍ଡ ସେଟ୍‌ରେ କେନ୍ଦ୍ରୀୟ ଦୂରସଂଚାର ମନ୍ତ୍ରୀ ସୁଖରାମଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ସେହି ଦିନଠାରୁ ମୋବାଇଲ ତାର କାୟା ବିସ୍ତାର କରିବା ସହ ଆଜିର ଯୁବପିଢ଼ି ତଥା ସମସ୍ତଙ୍କୁ ହ୍ବାଟ୍‌ସ ଆପ, ଏସ୍‌ଏମ୍‌ଏସ୍‌, ଇନ୍‌ଷ୍ଟା ଗ୍ରାମ ଓ ଟୁଇଟର ଭିତରେ ସୀମିତ କରି ଦେଇଛି। ଡାକଘର ଆଉ ସମ୍ପର୍କର ସେତୁ ହୋଇ ରହିନାହିଁ।
ଏହି ମୋବାଇଲର ବ୍ୟବହାର ଫଳରେ ବର୍ଣ୍ଣଶୁଦ୍ଧିର ସଙ୍କଟ ବଢ଼ିବାରେ ଲାଗିଛି। ଓଡ଼ିଆ ଭାଷାକୁ ନେଇ ବହୁତ ସଭା ସମିତି ଆଲୋଚନା ଚକ୍ର ହେଉଛି। ଆକାର, ଇ, ଈ ର ପାର୍ଥକ୍ୟ, ଶ, ଷ,ସ ର ବ୍ୟବହାରକୁ ନେଇ ନାନା ମତ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କେଉଁ ବନାନକୁ ସାଧାରଣ ଲୋକେ ବ୍ୟବହାର କରିବେ, ଏମିତି ସର୍ବସମ୍ମତ ମତ ବାହାରିପାରୁନି, ମାତ୍ର ମୋବାଇଲରେ ବନାନ ଅଛି କି? ଆମ ଭାଷା ଯେ କେତେ ବିପଦଗ୍ରସ୍ତ ଏକଥା ଆମେ ଜାଣି ଅଜଣା ହେଉଛୁ। ଏହା ହେଉଛି ବର୍ତ୍ତମାନ ସଂସ୍କୃତିର ବିଚାର। ଆଜି ଏଇ ଭାଷାରୁ ସମସ୍ତ ସମସ୍ୟା ମନରେ ଉଙ୍କି ମାରୁଛି! ପିଲାଙ୍କ ଭିତରେ ନିଜ ବିଦ୍ୟାଳୟକୁ ନେଇ କଥାବାର୍ତ୍ତା ”ତୁମ ସ୍କୁଲରେ ସୁଇମିଂ ପୁଲ୍‌ ଅଛି? ଆମ ସ୍କୁଲରେ ହର୍ଷ ରାଇଡିଂ ଟ୍ରେନିଂ ଦିଆଯାଉଛି। ମୋ ଜାଣିବାରେ ଷଷ୍ଠ ଦଶକ ଶେଷ ପର୍ଯ୍ୟନ୍ତ ଗାଁର ହାଇସ୍କୁଲରେ ଇଂଲିଶ ପଢ଼ା ଖୁବ୍‌ ଭଲ ହେଉଥିଲା। ତେବେ ଆଜି କାହିଁକି ଓଡ଼ିଆ ସ୍କୁଲରେ ସେହି ନାମକରା ପିଲାଙ୍କ ପୁଅ ଝିଅ ବା ନାତି ନାତୁଣୀମାନେ ପଢୁନାହାନ୍ତି? ଯିଏ ବି ଭଲ ପିଲା ପଢୁଛନ୍ତି ସେମାନେ ନିଜ ଭିତରେ କାହିଁକି ଇଂଲିଶ ମାଧ୍ୟମ ସ୍କୁଲରେ ପଢ଼ିଲେନି ବୋଲି ହୀନମନ୍ୟତା ନେଇ ବଢୁଛନ୍ତି।
ଆମ ସନାତନ ସଂସ୍କୃତିରେ ପରିଷ୍କାର ପରିଚ୍ଛନ୍ନତାର ସ୍ଥାନ ଉଚ୍ଚରେ। ସେଦିନ ଜଗଜ୍ଜନନୀ ମା’ ଲକ୍ଷ୍ମୀ ଠାକୁରାଣୀ ଗାଁ ଭ୍ରମଣରେ ଯିବା ସମୟରେ କାହାର ଦୁଆରେ ଶୁଚି ନ ଦେଖି ଶ୍ରୀୟା ଚଣ୍ଡାଳୁଣିର ଶୁଦ୍ଧପୂତ ପରିଷ୍କାର ପରିଚ୍ଛନତା କୁଡ଼ିଆ ଭିତରେ ଉଭା ହୋଇଥିଲେ। ଆଜି ଆଉ ଲିପା ପୋଛା ନାହିଁ। ଯଦି ଘରେ କାମବାଲା ନ ଆସିଥାଏ ଓ ବଡ଼ ବଡ଼ ବାବୁଙ୍କ ସହାୟକ ଅନୁପସ୍ଥିତ ରହେ ତେବେ ସେ ଘର ୩/୪ ଦିନ ଧରି ଓଳା ନ ହୋଇ ରହିଥାଏ। ବାବୁ, ବାବୁଆଣୀମାନେ ତିନିମହଲା କୋଠାରୁ ଅଳିଆ ପଲିଥିନ ରାସ୍ତା ଉପରକୁ ଫୋପାଡ଼ି ଦେଇ ପରିବେଶ ପ୍ରଦୂଷଣ କରୁଛନ୍ତି। ହେଲେ ସେମାନଙ୍କ ଘରେ ଲକ୍ଷ୍ମୀ ବିରାଜମାନ କରିଥାନ୍ତି, ଏହା ହେଉଛି ଆଜିର କଳି ଯୁଗର ପ୍ରଭାବ! ଘର ସଫା ସୁତରା ରଖିବା ମଫସଲିଆ ବିଚାର ନୁହେଁ । ଏଥିରେ ସ୍ବାସ୍ଥ୍ୟରକ୍ଷା ସହିତ ମନସ୍ତତ୍ତ୍ୱ ମଧ୍ୟ ସଂଶ୍ଳିଷ୍ଟ।
ଆଜିର ନାରୀ ସମାଜ ନିଜର ବିପର୍ଯ୍ୟୟ ପାଇଁ ନିଜେ ଦାୟୀ। ଦିନେ ଝିଅର ଚାଲିଚଳଣି ଜାମା ଲୁଗାରେ ପରିବାରର ଚାଲିଚଳଣି ଫୁଟି ଉଠୁଥିଲା। ପରିବାରର ସମ୍ପଦ କନ୍ୟାରତ୍ନଟି ପରମ୍ପରାରେ ରକ୍ଷାକର୍ତ୍ତା ଥିଲା। ଆଉ ଆଜି ଯେତେ ନୂଆ ନୂଆ ଚଳଚ୍ଚିତ୍ର ଆସୁଛି ସେତେ ନୂଆ ପୋଷାକ ସିଲେଇ ହେଉଛି। ଆଉ ସମ୍ଭ୍ରାନ୍ତ ବଂଶର ପୁଅ ଝିଅମାନେ ଉକ୍ତ ପୋଷାକଟିକୁ ଯଥାଶୀଘ୍ର ଆଣିବା ଦରକାର ହୋଇପଡିଛି, କାଳ ବିଳମ୍ବ ହେଲେ ଷ୍ଟାଇଲ ବଦଳିବାର ଭୟ ଅଛି। କିନ୍ତୁ ସେମାନେ ବିଚାର କରିବା ଦରକାର ଯେଉଁ, ଜୋତା, ପୋଷାକ, ଚଷମାର ଶୈଳୀ ଏତେ କ୍ଷଣସ୍ଥାୟୀ ତା’ ପଛରେ ଏତେ ଊର୍ଦ୍ଧ୍ୱଶ୍ୱାସରେ ଧାଇଁବାର ମାନେ କ’ଣ ଅଛି? ତଥ୍ୟ ଜାଣିବାର ଅଧିକାର କଥା ଭାଷଣରେ କହୁଥିବା ମଣିଷମାନେ ନିଜ ଜେଜେବାପା, ମାଆଙ୍କ ନାମ ଜାଣନ୍ତିନି, ନିଜର ଗୋତ୍ର ବି ଜାଣନ୍ତିନି! ଆଜିକାର ପିଲାମାନେ କ୍ଷୀର ପ୍ୟାକେଟ୍‌ରୁ ଆସେ ବୋଲି ଜାଣନ୍ତି। ତେବେ ବିଚାର କରନ୍ତୁ ଆମ ସଂସ୍କୃତି ଓ ସଭ୍ୟତା କେତେ ନିମ୍ନସ୍ତରକୁ ଗଲାଣି।
ଆଜିର ପିଲାଏ ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ। ଏହି ବ୍ୟବସ୍ଥା ଖୁବ୍‌ ଭଲ କିନ୍ତୁ ସେଥିରେ ଆମେ ଯେଉଁ ତଥ୍ୟ ରଖିବା ସେତିକି ତ ଆମକୁ ଉପଲବ୍ଧ ହେବ! ତେବେ ଏହି ବ୍ୟବସ୍ଥା ଆମ ବିଚାରକୁ ପ୍ରଭାବିତ କରୁଛି, ଅନେକ ତଥ୍ୟ ଆମ ହାତ ପାଖକୁ ଆସୁଛି ସହଜରେ। ମାତ୍ର ତଥ୍ୟ ତ ଜ୍ଞାନ ନୁହେଁ! ଆସନ୍ତୁ ପାଠ କଥା ବିଚାର କରିବା- ବିଦ୍ୟା ପରା ନମ୍ରତା ଦିଏ। ”ନମ୍ରନ୍ତି ଫଳିନଃ ବୃକ୍ଷା ନମ୍ରନ୍ତି ଗୁଣିନୋ ଜନାଃ“ ଫଳ ଭାରରେ ବୃକ୍ଷଟି ନଇଁଯାଏ। ଏହି ଫଳନ୍ତି ବୃକ୍ଷ ଅନ୍ୟର ଫୋପଡ଼ ସହେ। ତେବେ ଗଛ କ’ଣ ଫୋପଡ଼କୁ ଡରି ଫଳ କାମନା କରେ ନାହିଁ କି? ଆଜି ଅତି ପାଠୁଆ ପୁଅ ସମସ୍ତଙ୍କ ସ୍ବପ୍ନକୁ ପୁଞ୍ଜିକରି ବିଦେଶଯାଏ, ଆଉ ଘର ମାଟି ମାଡ଼ିବାକୁ ସଙ୍କୋଚ ବୋଧ କରେ ! ଆଜୀବନ ଦୁଃଖ କଷ୍ଟ ସହି ଯେଉଁ ବାପ ମାଆ ତାକୁ ଭେଣ୍ଡା କରିଥାନ୍ତି , ସେମାନଙ୍କ ପାଇଁ ବିଦେଶୀ ପୁଅ କିଛି ଅର୍ଥ ପଠାଇ ନିଜର ବଡ଼ପଣ ଦେଖାଇ ହୁଏ। ତେବେ ଆସନ୍ତୁ ଆମର ଏହି ବିଚାର ଧାରାକୁ ପରିବର୍ତ୍ତନ କରି ଆମ ସଂସ୍କୃତି ଓ ପରମ୍ପରାର ରକ୍ଷା କରିବା।

  • ଉମାଶଙ୍କର ପ୍ରସାଦ
    ମୋ-୯୬୩୭୦୬୭୫୫୬୨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?