ସମାଧାନର ବାଟ

Dillip Cherian

ବହୁ ସମୟରେ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଆଇଏଏସ୍‌ ଅଧିକାରୀ ପାଇବା ଅନେକ ସରକାରଙ୍କ ଲାଗି କଷ୍ଟକର ହୋଇଯାଉଛି। ଏହି ଅଧିକାରୀମାନେ ତଦନ୍ତରେ ଭାଗନେବା ଲାଗି ନିଜ ବିଭାଗୀୟ ଦାୟିତ୍ୱକୁ ଅଲଗା କରିବାକୁ ପଡ଼ୁଛି। ତଦନ୍ତର ସମ୍ମୁଖୀନ ହେଉଥିବା ଜଣେ ଅଧିକାରୀଙ୍କଠାରୁ ଜଣେ ବରିଷ୍ଠ ଅଧିକାରୀ ମିଳିବେ କି ନାହିଁ ତାହା ବି ଏକ ଜଟିଳ ପ୍ରଶ୍ନ ହୋଇ ରହିଛି। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଧାନର ଏକ ବାଟ ପାଇଛନ୍ତି, ଯାହା ଜଟିଳତା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ତଦନ୍ତଗୁଡ଼ିକୁ ଶେଷ କରିବା କାର୍ଯ୍ୟକୁ ନିଶ୍ଚିତ କରିପାରିବ। ଏହି ଦାୟିତ୍ୱ ଲାଗି ଉତ୍ତରପ୍ରଦେଶ ସରକାର ଅବସରପ୍ରାପ୍ତ ଅମଲାତନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସ୍ଥିର କରିଛନ୍ତି। ଯେଉଁ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନେ ଏହି କମିଟିରେ ରହି କାର୍ଯ୍ୟ କରିବାକୁ ଆଗ୍ରହୀ ସେମାନଙ୍କଠାରୁ ରାଜ୍ୟ ଡିପାର୍ଟମେଣ୍ଟ ଅଫ୍‌ ଆପଏଣ୍ଟମେଣ୍ଟ ଆଣ୍ଡ୍‌ ପର୍ସନେଲ ଦରଖାସ୍ତ ଆହ୍ବାନ କରିଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲ ତଦନ୍ତ କାର୍ଯ୍ୟ ଲାଗି ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ସୁପାରିସ କରିବ। ଜଣାପଡ଼ିଛି ଯେ, କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀ ଯଥା, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ତଦନ୍ତ ଦାୟିତ୍ୱ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯିବ। ଯେତେ ଗୁଡ଼ିଏ ତଦନ୍ତ କରାଯିବ ତାହା ୧୮୦ ଦିନ ମଧ୍ୟରେ ଶେଷ କରିବାକୁ ପଡ଼ିବ। ତେବେ କେତେଜଣ ଆଶଙ୍କା ପ୍ରକାଶ କରୁଛନ୍ତି ଯେ, ଏହି ଯୋଜନା ଅମଲାତନ୍ତ୍ରୀମାନଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବ।
ପଦବୀ ପାଇଁ ଦୌଡ଼
ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଜୟ ପରେ ବହୁ ବରିଷ୍ଠ ଅମଲାତନ୍ତ୍ରୀ ନୂଆ ପ୍ରଶାସନରେ କିମ୍ବା ଏହା ବାହାରେ ପାଦ ଥାପିିବାକୁ ଚେଷ୍ଟା କରିଆସୁଛନ୍ତି। ଜଣାପଡ଼ିଛି ଯେ, କାର୍ଯ୍ୟରତ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭି.କେ. ଭାଓ୍ବରା ଦୁଇ ମାସ ଛୁଟି ପାଇଁ ଆବେଦନ କରିଛନ୍ତି। ଫଳରେ ଏହା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ପାଇଁ ଜଣେ କାର୍ଯ୍ୟକାରୀ ଡିଜିପିଙ୍କୁ ନିଯୁକ୍ତିି ଦେବା ଲାଗି ମାର୍ଗ ପ୍ରଶସ୍ତ କରିଛି। ଭାଓ୍ବରା କେନ୍ଦ୍ରୀୟ ଡେପୁଟେଶନ ପାଇଁ ଅନୁରୋଧ କରିଛନ୍ତି ଓ ରାଜ୍ୟ ସରକାର ମଧ୍ୟ ତାହା ଗ୍ରହଣ କରି କେନ୍ଦ୍ରକୁ ପଠାଇଥିବା ସ୍ପଷ୍ଟ ହୋଇଛି। ପଞ୍ଜାବରେ ଏଏପି ସରକାର ଦାୟିତ୍ୱ ନେବା ପରେ ଆଉ ଜଣେ ହାଇ ପ୍ରୋଫାଇଲ ଅଧିକାରୀ ଭାବେ ଭାଓ୍ବରା ରାଜ୍ୟ ବାହାରକୁ ଯିବାକୁ ଯୋଜନା କରିଛନ୍ତି। ନିକଟରେ ପୂର୍ବତନ ପଞ୍ଜାବ ଡିଜିପି ଡିଙ୍କର ଗୁପ୍ତା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଗୁପ୍ତାଙ୍କ ସ୍ତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିନି ମହାଜନ ଏବେ ଜଳ ସଂସାଧନ ଏବଂ ନଦୀ ବିକାଶ ମନ୍ତ୍ରଣାଳୟରେ କେନ୍ଦ୍ରୀୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପଞ୍ଜାବ ପୋଲିସରେ ଭାଓ୍ବରାଙ୍କ ପଦବୀ ଲାଗି ଅନେକ ଦାବିଦାର ରହିଛନ୍ତି। ପଞ୍ଜାବରେ ସବୁଠୁ ବରଷ୍ଠ ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ ପ୍ରବୋଧ କୁମାର ଏହି ଦୌଡ଼ରେ ଜିତିବେ ବୋଲି ଅନେକେ ବାଜି ଲଗେଇଛନ୍ତି। ତେବେ ହରପ୍ରୀତ୍‌ ସିଂ ସିଦ୍ଧୁ, ଗୌରବ ଯାଦବ ଏବଂ ଏସ୍‌.ଏସ୍‌ ଚୌହାନ କାର୍ଯ୍ୟକାରୀ ଡିଜିପି ପଦ ପାଇଁ ଦୌଡରେ ଆଗରେ ଥିବା ଦେଖାଯାଉଛି।
ବାବୁ ଅଭାବ
ଆଇଏଏସ୍‌ ଅଧିକାରୀଙ୍କ ଅଭାବ ସ୍ଥିତିକୁ ସାମ୍ନା କରୁଛି ହରିୟାଣା। ଏହି ସଙ୍କଟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ପାଇଁ ଅତି ଗମ୍ଭୀର ହୋଇଯାଇଛି ଓ ଉକ୍ତ ସମସ୍ୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିିଛି। ଏହି ସମୟରେ ଖଟ୍ଟର ଚଳିତ ବର୍ଷ ଅବସର ନେବାକୁ ଥିବା ସମସ୍ତ ଆଇଏଏସ୍‌ ଅଧିକାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବାର ବିକଳ୍ପ ଖୋଜୁଛନ୍ତି। କିନ୍ତୁ ଏଥିରେ କିଛି ବାଧା ରହିଛି। ରାଜ୍ୟ ସରକାର କାର୍ଯ୍ୟକାଳ କେବଳ ତିନି ମାସ ବଢ଼ାଇପାରିବେ। ଏହାଠାରୁ ଅଧିକ ସମ୍ପ୍ରସାରଣ କରିବାକୁ ହେଲେ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ନେବାକୁ ପଡ଼ିବ। ହରିୟାଣାରେ ଚଳିତ ବର୍ଷ ୧୧ ଜଣ ଆଇଏଏସ୍‌ ଅଧିକାରୀ ଅବସର ନେବାର ଅଛି ଓ ଏଥିପାଇଁ ଅନେକ ଶୀର୍ଷ ପଦବୀ ଖାଲି ହେବ ବୋଲି ଜଣାପଡ଼ିଛି। କିନ୍ତୁ ଏମାନଙ୍କ ପରବର୍ତ୍ତୀ ବ୍ୟାଚରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ଅଧିକ ନାହିଁ। ଏଣୁ ସରକାର ବରିଷ୍ଟ ଅଧିକାରୀଙ୍କ ଅଭାବକୁ ସାମ୍ନା କରିବେ ବୋଲି ଏବେ ଚିନ୍ତିତ ରହିଛନ୍ତି। ତେବେ କେନ୍ଦ୍ରରେ ଅଧିକାରୀମାନେ ଅବସର ପରେ କାର୍ଯ୍ୟ ଜାରି ରଖିବାର ଦୃଷ୍ଟାନ୍ତ ରହିଛି। ଏଣୁ ହରିୟାଣାରେ ଆଇଏଏସ୍‌ ଅଧିକାରୀଙ୍କ ସଙ୍କଟ ଦୂର କରିବା ଲାଗି ଖଟ୍ଟର ସମାନ ପ୍ରକାର ଧାରା ଆପଣାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମତି ପାଇବାକୁ ଆଶା କରୁଛନ୍ତି। ଏବେ ଅଭାବ ଯୋଗୁ ଅଧିକାଂଶ ବରିଷ୍ଠ ଅଧିକାରୀ ଦୁଇ କିମ୍ବା ତିନିଟି ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଯଦି ୧୧ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯାଏ, ତେବେ ଅବଶିଷ୍ଟ ଅଧିକାରୀମାନେ ୫ରୁ ୮ଟି ବିଭାଗର ଦାୟିତ୍ୱ ନେବାକୁ ବାଧ୍ୟ ହେବେ। ଏହା କେବେ ବି ସମ୍ଭବ ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?