ସମାଧାନର ବାଟ

Dillip Cherian

ବହୁ ସମୟରେ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଆଇଏଏସ୍‌ ଅଧିକାରୀ ପାଇବା ଅନେକ ସରକାରଙ୍କ ଲାଗି କଷ୍ଟକର ହୋଇଯାଉଛି। ଏହି ଅଧିକାରୀମାନେ ତଦନ୍ତରେ ଭାଗନେବା ଲାଗି ନିଜ ବିଭାଗୀୟ ଦାୟିତ୍ୱକୁ ଅଲଗା କରିବାକୁ ପଡ଼ୁଛି। ତଦନ୍ତର ସମ୍ମୁଖୀନ ହେଉଥିବା ଜଣେ ଅଧିକାରୀଙ୍କଠାରୁ ଜଣେ ବରିଷ୍ଠ ଅଧିକାରୀ ମିଳିବେ କି ନାହିଁ ତାହା ବି ଏକ ଜଟିଳ ପ୍ରଶ୍ନ ହୋଇ ରହିଛି। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଧାନର ଏକ ବାଟ ପାଇଛନ୍ତି, ଯାହା ଜଟିଳତା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ତଦନ୍ତଗୁଡ଼ିକୁ ଶେଷ କରିବା କାର୍ଯ୍ୟକୁ ନିଶ୍ଚିତ କରିପାରିବ। ଏହି ଦାୟିତ୍ୱ ଲାଗି ଉତ୍ତରପ୍ରଦେଶ ସରକାର ଅବସରପ୍ରାପ୍ତ ଅମଲାତନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସ୍ଥିର କରିଛନ୍ତି। ଯେଉଁ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନେ ଏହି କମିଟିରେ ରହି କାର୍ଯ୍ୟ କରିବାକୁ ଆଗ୍ରହୀ ସେମାନଙ୍କଠାରୁ ରାଜ୍ୟ ଡିପାର୍ଟମେଣ୍ଟ ଅଫ୍‌ ଆପଏଣ୍ଟମେଣ୍ଟ ଆଣ୍ଡ୍‌ ପର୍ସନେଲ ଦରଖାସ୍ତ ଆହ୍ବାନ କରିଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲ ତଦନ୍ତ କାର୍ଯ୍ୟ ଲାଗି ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ସୁପାରିସ କରିବ। ଜଣାପଡ଼ିଛି ଯେ, କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀ ଯଥା, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ତଦନ୍ତ ଦାୟିତ୍ୱ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯିବ। ଯେତେ ଗୁଡ଼ିଏ ତଦନ୍ତ କରାଯିବ ତାହା ୧୮୦ ଦିନ ମଧ୍ୟରେ ଶେଷ କରିବାକୁ ପଡ଼ିବ। ତେବେ କେତେଜଣ ଆଶଙ୍କା ପ୍ରକାଶ କରୁଛନ୍ତି ଯେ, ଏହି ଯୋଜନା ଅମଲାତନ୍ତ୍ରୀମାନଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବ।
ପଦବୀ ପାଇଁ ଦୌଡ଼
ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଜୟ ପରେ ବହୁ ବରିଷ୍ଠ ଅମଲାତନ୍ତ୍ରୀ ନୂଆ ପ୍ରଶାସନରେ କିମ୍ବା ଏହା ବାହାରେ ପାଦ ଥାପିିବାକୁ ଚେଷ୍ଟା କରିଆସୁଛନ୍ତି। ଜଣାପଡ଼ିଛି ଯେ, କାର୍ଯ୍ୟରତ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭି.କେ. ଭାଓ୍ବରା ଦୁଇ ମାସ ଛୁଟି ପାଇଁ ଆବେଦନ କରିଛନ୍ତି। ଫଳରେ ଏହା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ପାଇଁ ଜଣେ କାର୍ଯ୍ୟକାରୀ ଡିଜିପିଙ୍କୁ ନିଯୁକ୍ତିି ଦେବା ଲାଗି ମାର୍ଗ ପ୍ରଶସ୍ତ କରିଛି। ଭାଓ୍ବରା କେନ୍ଦ୍ରୀୟ ଡେପୁଟେଶନ ପାଇଁ ଅନୁରୋଧ କରିଛନ୍ତି ଓ ରାଜ୍ୟ ସରକାର ମଧ୍ୟ ତାହା ଗ୍ରହଣ କରି କେନ୍ଦ୍ରକୁ ପଠାଇଥିବା ସ୍ପଷ୍ଟ ହୋଇଛି। ପଞ୍ଜାବରେ ଏଏପି ସରକାର ଦାୟିତ୍ୱ ନେବା ପରେ ଆଉ ଜଣେ ହାଇ ପ୍ରୋଫାଇଲ ଅଧିକାରୀ ଭାବେ ଭାଓ୍ବରା ରାଜ୍ୟ ବାହାରକୁ ଯିବାକୁ ଯୋଜନା କରିଛନ୍ତି। ନିକଟରେ ପୂର୍ବତନ ପଞ୍ଜାବ ଡିଜିପି ଡିଙ୍କର ଗୁପ୍ତା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଗୁପ୍ତାଙ୍କ ସ୍ତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିନି ମହାଜନ ଏବେ ଜଳ ସଂସାଧନ ଏବଂ ନଦୀ ବିକାଶ ମନ୍ତ୍ରଣାଳୟରେ କେନ୍ଦ୍ରୀୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପଞ୍ଜାବ ପୋଲିସରେ ଭାଓ୍ବରାଙ୍କ ପଦବୀ ଲାଗି ଅନେକ ଦାବିଦାର ରହିଛନ୍ତି। ପଞ୍ଜାବରେ ସବୁଠୁ ବରଷ୍ଠ ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ ପ୍ରବୋଧ କୁମାର ଏହି ଦୌଡ଼ରେ ଜିତିବେ ବୋଲି ଅନେକେ ବାଜି ଲଗେଇଛନ୍ତି। ତେବେ ହରପ୍ରୀତ୍‌ ସିଂ ସିଦ୍ଧୁ, ଗୌରବ ଯାଦବ ଏବଂ ଏସ୍‌.ଏସ୍‌ ଚୌହାନ କାର୍ଯ୍ୟକାରୀ ଡିଜିପି ପଦ ପାଇଁ ଦୌଡରେ ଆଗରେ ଥିବା ଦେଖାଯାଉଛି।
ବାବୁ ଅଭାବ
ଆଇଏଏସ୍‌ ଅଧିକାରୀଙ୍କ ଅଭାବ ସ୍ଥିତିକୁ ସାମ୍ନା କରୁଛି ହରିୟାଣା। ଏହି ସଙ୍କଟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ପାଇଁ ଅତି ଗମ୍ଭୀର ହୋଇଯାଇଛି ଓ ଉକ୍ତ ସମସ୍ୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିିଛି। ଏହି ସମୟରେ ଖଟ୍ଟର ଚଳିତ ବର୍ଷ ଅବସର ନେବାକୁ ଥିବା ସମସ୍ତ ଆଇଏଏସ୍‌ ଅଧିକାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବାର ବିକଳ୍ପ ଖୋଜୁଛନ୍ତି। କିନ୍ତୁ ଏଥିରେ କିଛି ବାଧା ରହିଛି। ରାଜ୍ୟ ସରକାର କାର୍ଯ୍ୟକାଳ କେବଳ ତିନି ମାସ ବଢ଼ାଇପାରିବେ। ଏହାଠାରୁ ଅଧିକ ସମ୍ପ୍ରସାରଣ କରିବାକୁ ହେଲେ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ନେବାକୁ ପଡ଼ିବ। ହରିୟାଣାରେ ଚଳିତ ବର୍ଷ ୧୧ ଜଣ ଆଇଏଏସ୍‌ ଅଧିକାରୀ ଅବସର ନେବାର ଅଛି ଓ ଏଥିପାଇଁ ଅନେକ ଶୀର୍ଷ ପଦବୀ ଖାଲି ହେବ ବୋଲି ଜଣାପଡ଼ିଛି। କିନ୍ତୁ ଏମାନଙ୍କ ପରବର୍ତ୍ତୀ ବ୍ୟାଚରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ଅଧିକ ନାହିଁ। ଏଣୁ ସରକାର ବରିଷ୍ଟ ଅଧିକାରୀଙ୍କ ଅଭାବକୁ ସାମ୍ନା କରିବେ ବୋଲି ଏବେ ଚିନ୍ତିତ ରହିଛନ୍ତି। ତେବେ କେନ୍ଦ୍ରରେ ଅଧିକାରୀମାନେ ଅବସର ପରେ କାର୍ଯ୍ୟ ଜାରି ରଖିବାର ଦୃଷ୍ଟାନ୍ତ ରହିଛି। ଏଣୁ ହରିୟାଣାରେ ଆଇଏଏସ୍‌ ଅଧିକାରୀଙ୍କ ସଙ୍କଟ ଦୂର କରିବା ଲାଗି ଖଟ୍ଟର ସମାନ ପ୍ରକାର ଧାରା ଆପଣାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମତି ପାଇବାକୁ ଆଶା କରୁଛନ୍ତି। ଏବେ ଅଭାବ ଯୋଗୁ ଅଧିକାଂଶ ବରିଷ୍ଠ ଅଧିକାରୀ ଦୁଇ କିମ୍ବା ତିନିଟି ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଯଦି ୧୧ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯାଏ, ତେବେ ଅବଶିଷ୍ଟ ଅଧିକାରୀମାନେ ୫ରୁ ୮ଟି ବିଭାଗର ଦାୟିତ୍ୱ ନେବାକୁ ବାଧ୍ୟ ହେବେ। ଏହା କେବେ ବି ସମ୍ଭବ ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri