ଜଳକଷ୍ଟ ଭୋଗୁଛନ୍ତି ସୋଲବନ୍ଦୀ ଗ୍ରାମବାସୀ

କୋରେଇ,୧୯ା୧(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ସୋଲବନ୍ଦୀ(ଟିକରସାହି)ଗ୍ରାମରେ ଦୀର୍ଘବର୍ଷ ହେବ ଜଳକଷ୍ଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକେ ଖୋଲା କୂଅ ଉପରେ ଭରସା କରୁଛନ୍ତି। ପାଣିମୁନ୍ଦେ ପାଇଁ ଗ୍ରାମର ମହିଳାମାନଙ୍କୁ ମାଇଲମାଇଲ ଦୂର ଚାଲିବାକୁ ପଡୁଛି। ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଏହି ଗ୍ରାମରେ ୫ ବର୍ଷ ତଳେ ବସୁଧା ଯୋଜନାରେ ୧.୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ପ୍ରକଳ୍ପଟି କାର୍ଯ୍ୟକାରୀ ହେବା ପରେ ଗ୍ରାମର ୨ ସାହିକୁ ଜଳଯୋଗାଣ କରାଯାଇଥିଲା। ହେଲେ ଟିକରସାହିକୁ ଜଳ ଯୋଗାଣ ହୋଇପାରି ନ ଥିଲା। ସେବେଠୁ ଏହି ଗ୍ରାମର ଲୋକେ କୋରେଇ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଜଳ ସମସ୍ୟା ସମାଧାନ ହୋଇପାରୁନାହିଁ। ଗ୍ରୀଷ୍ମ ଋତୁ ଆସିଲେ ଏହି ଗ୍ରାମର ପ୍ରାୟ ୫୦ ପରିବାର ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ହେଲେ ପ୍ରଶାସନର ନିଦ ଭାଙ୍ଗୁନାହିଁ। ନିର୍ମାଣସ୍ଥଳୀ ପରିଭ୍ରମଣ କିମ୍ବା ଆବଶ୍ୟକ ଭିତ୍ତିଭୂମି ତଦାରଖ ନ କରି ଯନ୍ତ୍ରୀମାନେ ପ୍ରୋଜେକ୍ଟ ପ୍ଲାନିଂ ଓ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରି ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରୁଥିବାରୁ ଅଧିକାଂଶ ପ୍ରୋଜେକ୍ଟରେ ଟାଙ୍କି ନିର୍ମାଣ ପରେ ମଧ୍ୟ ପାଣି ମିଳୁନାହିଁ। ଫଳରେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଲକ୍ଷ୍ୟଚ୍ୟୁତ ହେଉଛି। ଏପରି କି ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ବିପୁଳ ଟଙ୍କା ପାଣିରେ ପଡ଼ୁଥିବା ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ମୋଟରର ପ୍ରେସର ହେଉ ନ ଥିବାରୁ ଟିକର ଗ୍ରାମକୁ ପାଣି ଯାଉନାହିଁ। ୨ ଦିନ ମଧ୍ୟରେ ଏହାର ପ୍ରତିକାର କରି ପାଣି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri