ସୋଲାର ଗନ୍‌ ଶତ୍ରୁଙ୍କୁ ଚିହ୍ନଟ କରି ନିପାତ କରିବ…

ନୂଆଦିଲ୍ଲୀ,୨୪।୧୦: ଏଲ୍‌ଓସିରେ ପାକିସ୍ତାନ ଏବଂ ଏଲ୍‌ଏସିରେ ଚାଇନା ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଜାରି ରଖିଛନ୍ତି। ତେବେ ଏଣିକି ସୀମାକୁ ସୁରକ୍ଷିତ ରଖିବା ସହଜ ହୋଇପାରିବ। ସୋଲାର ଗନ୍‌ ଦ୍ୱାରା ଶତ୍ରୁଙ୍କୁ ସହଜରେ ଚିହ୍ନଟ କରାଯାଇ ନିପାତ କରାଯାଇ ପାରିବ। ଏଭଳି ଏକ ଗନ୍‌ ମିରଟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଟେକ୍ନୋଲୋଜି (ଏମ୍‌ଆଇଇଟି) ଦ୍ୱାରା ବିକଶିତ କରାଯାଇଛି। ଇଞ୍ଜିନିୟରିଂ କଲେଜ ପକ୍ଷରୁ ଏକ ମାନବ ବିହୀନ ଏଭଳି ସୀମା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ଶତ୍ରୁଙ୍କୁ ନିପାତ କରିବା ସହଜ ହେବ।

ଏଥିରେ ଥିବା ସେନ୍ସର କ୍ୟାମେରା ଦୂରରୁ ଶତ୍ରୁମାନଙ୍କ ଉପରେ ନଜର ରଖିପାରିବ। ଏହି ମାନବବିହୀନ ବନ୍ଧୁକ ଯେକୌଣସି ପ୍ରକାରର ଶବ୍ଦ ଶୁଣି ନିଜେ ନିଷ୍ପତ୍ତି ନେବା ସହିତ ଶତ୍ରୁମାନଙ୍କ ଉପରକୁ ଗୁଳି ଚଳାଇବାକୁ ସକ୍ଷମ ହେବ।

ଏହାକୁ ବିକଶିତ କରିଥିବା ଯୁବ ବୈଜ୍ଞାନିକ ଶ୍ୟାମ ଚୌରାସିଆ କହିଛନ୍ତି ଯେ, ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୦୦ ମିଟର ରହିଛି। ପରବର୍ତ୍ତୀ ସମୟରେ ଲକ୍ଷ୍ୟଭେଦ କ୍ଷମତାକୁ ଅଧିକ ବୃଦ୍ଧି କରାଯାଇପାରିବ। ଏହି ମାନବ ବିହୀନ ବନ୍ଧୁକକୁ ସ୍ବୟଂଚାଳିତ ଏବଂ ମାନୁଆଲ ମଧ୍ୟ କରାଯାଇପାରିବ। ଏହା ସ୍ବୟଂଚାଳିତ ହୋଇଥିବାରୁ ଏହାକୁ ପରିଚାଳନା କରିବାର କୌଣସି ଆବଶ୍ୟକତା ରହିବ ନାହିଁ।

ଯବାନମାନେ ଏହାକୁ ଇଣ୍ଟରନେଟ କିମ୍ବା ରିମୋଟରୁ ମାନୁଆଲ ମୋଡରେ ଚଳାଇବାକୁ ସମର୍ଥ ହେବେ। ଏହି ବନ୍ଧୁକ ସୋଲାର ପ୍ୟାନେଲରୁ ଚାର୍ଜ ହୋଇଥାଏ। ଅନେକ ମାସ ପର୍ଯ୍ୟନ୍ତ ଖରା ନ ଥିଲେ ମଧ୍ୟ ଏହା କାମ କରିପାରେ। ଏହା ସାହାଯ୍ୟରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଯବାନଙ୍କ ଜୀବନ ପ୍ରତି ଆଉ ବିପଦ ରହିବ ନାହିଁ।

ଦୂରରୁ ଇଣ୍ଟରନେଟ ସାହାଯ୍ୟରେ ଯବାନମାନେ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ପାରିବେ ଏବଂ ଶତ୍ରୁଙ୍କ ଦୃଷ୍ଟିରେ ନ ଆସି ନିଜକୁ ସୁରକ୍ଷିତ ରଖି ପାରିବେ। ଏହି ଗନ୍‌ର ତିନୋଟି ଅଂଶ ରହିଛି। ଓ୍ବେରଲେସ୍‌ ଟେକ୍ନୋଲୋଜି ସହାୟତାରେ ତିନି ଅଂଶ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇପାରିଥାଏ।

କେହି ସୀମା ଅତିକ୍ରମ କରିବାକୁ ଚେଷ୍ଟା କଲେ ଏହା ସେନସର ଦ୍ୱାରା ସୋଲାର ଗନ୍‌କୁ ଏକ ଆଲର୍ଟ ପଠାଇଥାଏ। ଯାହା ସେହି ସୀମା ଅଞ୍ଚଳରେ ସ୍ଥାପିତ ମେସିନ ବନ୍ଧୁକକୁ ସକ୍ରିୟ କରିଥାଏ ଏବଂ ଟାର୍ଗେଟରେ ଗୁଳି ଚଳାଇବା ଆରମ୍ଭ କରିଥାଏ ବୋଲି ଶ୍ୟାମ କହିଛନ୍ତି। ଏହି ମାନବବିହୀନ ମେସିନ ବନ୍ଧୁକ ସୀମା ଅଞ୍ଚଳରେ କୌଣସି ପ୍ରାଣୀ କିମ୍ବା ନିର୍ଦ୍ଦୋଷର ଜୀବନକୁ କ୍ଷତି ପହଞ୍ଚାଇବ ନାହିଁ। ବନ୍ଧୁକ ଗୁଳି ଚଳାଇବା ପୂର୍ବରୁ ଟାର୍ଗେଟର ଫଟୋକୁ କଣ୍ଟ୍ରୋଲ ରୁମକୁ ପଠାଇବ ଯାହା ଦ୍ୱାରା କୌଣସି ନିରୀହ ଜୀବନ ନଷ୍ଟ ହେବ ନାହିଁ। ଏହି ଯନ୍ତ୍ରପାତି ସାହାଯ୍ୟରେ ଆମର ଯବାନମାନେ ଶତ୍ରୁ ଦୃଷ୍ଟିରେ ନ ଆସି ସେମାନଙ୍କ ଉପରେ ଆକ୍ରମଣ କରି ପାରିବେ।

ଏହା ୩୬୦ ଡିଗ୍ରୀରେ ଘୂର୍ଣ୍ଣନ କରି ଶତ୍ରୁମାନଙ୍କୁ ଟାର୍ଗେଟ କରିବାକୁ ସକ୍ଷମ ହେବ। ଏହାର ଓଜନ ୪୦ କିଲୋଗ୍ରାମ। ଏଥିରେ ଲଙ୍ଗ ରେଞ୍ଜ ମୋସନ ସେନ୍ସର କ୍ୟାମେରା, ସେନ୍ସର ଟ୍ରିଗର, ଧାତୁ ପାଇପ, ଟ୍ରାନ୍ସମିଟର ରିସିଭର୍‌, ନାଇଟ ଭିଜନ ସେନ୍ସର, ୧୨ ଭୋଲ୍ଟ ସୋଲାର ପ୍ଲେଟ, ଜିଏସଏମ ଆଲାର୍ମ, ୬ ଭୋଲ୍ଟ ବ୍ୟାଟେରୀ ବ୍ୟବହାର କରାଯାଇଛି।

ଏମ୍‌ଆଇଇଟିର ଉପାଧ୍ୟକ୍ଷ ପୁନିତ ଅଗ୍ରୱାଲ କହିଛନ୍ତି ଯେ,କଲେଜର ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟରରେ ଏକ ଆଇଡିଆ ଇନୋଭେସନ ରିସର୍ଚ୍ଚ ଲ୍ୟାବ ଅଛି। ସେଠାରେ ଛାତ୍ରମାନେ ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଉଦ୍ଭାବନ ଜାରି ରଖିଛନ୍ତି। ଏହି ସୋଲାର ଗନ୍‌ ଆଗାମୀ ସମୟରେ ସେନା ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ...

ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…

ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି...

୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri