୨୦୦ ଏକରରେ ବାନ୍ଧିଲେ ସୋଲାର ବାଡ଼

ଝାଳବୁହା ପରିଶ୍ରମରେ କରିଥିବା ଫସଲକୁ ହାତୀପଲଠାରୁ ସୁରକ୍ଷା ପାଇଁ ହାତରୁ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରି ୨୦୦ ଏକର ଜମିରେ ବୁଲାଇଲେ ସୋଲାର ତାରବାଡ଼। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଜହ୍ନାପଡ଼ା ଗ୍ରାମର ଚାଷୀଙ୍କ ଏଭଳି ଅଭିନବ ପ୍ରୟାସକୁ ସବୁମହଲରେ ପ୍ରଶଂସା କରାଯାଉଛି।

ପରଜଙ୍ଗ, ୨୨।୯: ହାଡ଼ଭଙ୍ଗା ପରିଶ୍ରମରେ କରାଯାଇଥିବା ଫସଲକୁ ରାତି ଅଧରେ ଖାଇଯାଉଥିଲେ ହାତୀ। ଯେତିକି ଖାଉଥିଲେ, ତା’ଠାରୁ ବହୁ ଗୁଣା ଦଳିଚକଟି ନଷ୍ଟ କରିପକାଉଥିଲେ। ଚାଷଜମିକୁ ସୁରକ୍ଷା ଦେବାକୁ ଯାଉଥିବା ଚାଷୀ ହାତୀ ମୁହଁରେ ପଡ଼ି ଅନେକ ସମୟରେ ହରାଉଥିଲେ ଜୀବନ। ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଯାଉଥିଲା ଫସଲ ଉଜୁଡ଼ିବା କ୍ଷତି। ବାରମ୍ବାର ଦାବି, ନିବେଦନ, ଆନ୍ଦୋଳନ ସତ୍ତ୍ୱେ ହାତୀଙ୍କୁ ଘଉଡ଼ାଇବା ଲାଗି ନିଆଗଲା କୌଣସି ପଦକ୍ଷେପ ନା ବିଭାଗୀୟ ଅଧିକାରୀ ଶୁଣିଲେ ଚାଷୀଙ୍କ ଦୁଃଖ। ସବୁଆଡୁ ନିରାଶ ହେବା ପରେ ଶେଷରେ ନିଜ ପାଇଁ ନିଜେ ନ୍ୟାୟରେ ଅଣ୍ଟାଭିଡ଼ିଲେ ଜହ୍ନାପଡ଼ା ଗ୍ରାମବାସୀ। ସୋଲାର ବାଡ଼ କରି ନିଜ ଫସଲକୁ ସୁରକ୍ଷା ଦେଇଥିବାବେଳେ ବନ ବିଭାଗର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ।
ଢେଙ୍କାନାଳ ଜିଲା ମହାବିରୋଡ୍‌ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ସୀମା ଟପିଛି। କେବଳ ହାତୀପଲ ନୁହନ୍ତି, ବାର୍‌ହା ସମେତ ଅନ୍ୟ ବନ୍ୟପ୍ରାଣୀ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ହାତୀ-ମଣିଷ ସଂଘର୍ଷରେ ବ୍ୟାପକ ଧନଜୀବନ ହାନି ହେଉଥିବାବେଳେ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ବନ ବିଭାଗ ଗୁରୁତ୍ୱ ନ ଦେବାରୁ ଚାଷଜମିକୁ ହାତୀ ଦାଉରୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଜହ୍ନାପଡ଼ା ଗ୍ରାମବାସୀ। ଚଳିତବର୍ଷ ବର୍ଷାଭାବରୁ ବହୁକଷ୍ଟରେ ପାଣି ମଡ଼ାଇ ଚାଷୀ ଧାନ ଫସଲ ବଞ୍ଚାଇ ରଖିଥିବାବେଳେ ହାତୀ ଉପଦ୍ରବ ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇଦେଇଥିଲା। ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଗ୍ରାମର ପ୍ରାୟ ୨୦୦ ଚାଷୀ ପରିବାର ଏକାଠି ହୋଇଥିଲେ। ଗୁଣ୍ଠ ପ୍ରତି ୩୦ ଟଙ୍କା ହିସାବରେ ଆଦାୟ କରାଯାଇଥିବା ଅର୍ଥରେ ବଜାରରୁ ସେମାନେ କିଣି ଆଣିଲେ ସୋଲାର ମେଶିନ, ସୋଲାର ପ୍ଲେଟ୍‌, ବ୍ୟାଟେରି ଏବଂ ତାର। ଗାତ ଖୋଳିବା ଏବଂ ତାର ବେଢ଼ାଇବା ଲାଗି ପ୍ରତି ଚାଷୀ ପରିବାରରୁ ଜଣେ ଲେଖାଏ ଶ୍ରମଦାନ ମଧ୍ୟ କଲେ। ପାଖାପାଖି ୧୫ ଦିନ ମଧ୍ୟରେ ଗ୍ରାମର ମଙ୍ଗଳା ମନ୍ଦିରଠାରୁ କାଳିଆ ସାହୁ ବନ୍ଧ ଦେଇ ଘୋଡ଼ାଡିଅଁା ନାଳ କୂଳେ କୂଳେ ଶିବ ମନ୍ଦିର ଯାଏ ପ୍ରାୟ ୨୦୦ ଏକର ଜମି ଚାରିପଟେ ଘେରାଯାଇଛି ସୋଲାର ତାର ବାଡ଼, ଯେଉଁଥିରେ ଖର୍ଚ୍ଚ ହୋଇଛି ୧ ଲକ୍ଷରୁ ଅଧିକ ଟଙ୍କା। ବିଦ୍ୟୁତ୍‌ ଝଟ୍‌କା ଦେବାକୁ ଦୁଇ ସେଟ୍‌ ମେଶିନ ଗ୍ରାମର ସୁରେଶ ସାହୁଙ୍କ ଟେଣ୍ଟ ହାଉସ୍‌ ଘରେ ରଖାଯାଇଛି। ସନ୍ଧ୍ୟା ହେଲେ ମେଶିନ ଚାର୍ଜ କରାଯାଉଛି ଏବଂ ସକାଳେ ପୁଣି ବନ୍ଦ କରିଦିଆଯାଉଛି। ମେଶିନ ପାଖରେ ପାଳି କରି ୨ଜଣ ଜଗୁଛନ୍ତି। ସୋଲାର ବାଡ଼ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବନ୍ୟଜନ୍ତୁ ଧୀମା ବିଦ୍ୟୁତ୍‌ ଝଟ୍‌କା ଖାଇ ଜଙ୍ଗଲକୁ ଫେରିଯାଉଛନ୍ତି। ଫଳରେ ଫସଲ କ୍ଷତି ବହୁ ପରିମାଣରେ କମିଯାଇଛି। ଏହାସତ୍ତ୍ୱେ ଯଦି ହାତୀ ବାଡ଼ ଭାଙ୍ଗି ଜମିରେ ପଶେ ତେବେ ବନ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ସମସ୍ୟା ବିଷୟରେ ମହାବିରୋଡ୍‌ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଉପଦ୍ରୁତ ଉକ୍ତ ଅଞ୍ଚଳରେ ସୋଲାର ବାଡ଼ ନିର୍ମାଣ କରିବାକୁ ପ୍ରସ୍ତାବ ଯାଇଛି। ଖୁବଶୀଘ୍ର ଜହ୍ନାପଡ଼ା ଗ୍ରାମରେ ଏ ସକ୍ରାନ୍ତରେ ବୈଠକ ହେବ। ଗ୍ରାମବାସୀ କରିଥିବା ସୋଲାର ବାଡ଼ ପାଖରେ ଅଧିକ ଅର୍ଥ ବ୍ୟୟରେ ଭଲ ସୋଲାର ବାଡ଼ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।

 

ନିଗମାନନ୍ଦ ଦଳବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?