୨୦୦ ଏକରରେ ବାନ୍ଧିଲେ ସୋଲାର ବାଡ଼

ଝାଳବୁହା ପରିଶ୍ରମରେ କରିଥିବା ଫସଲକୁ ହାତୀପଲଠାରୁ ସୁରକ୍ଷା ପାଇଁ ହାତରୁ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରି ୨୦୦ ଏକର ଜମିରେ ବୁଲାଇଲେ ସୋଲାର ତାରବାଡ଼। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଜହ୍ନାପଡ଼ା ଗ୍ରାମର ଚାଷୀଙ୍କ ଏଭଳି ଅଭିନବ ପ୍ରୟାସକୁ ସବୁମହଲରେ ପ୍ରଶଂସା କରାଯାଉଛି।

ପରଜଙ୍ଗ, ୨୨।୯: ହାଡ଼ଭଙ୍ଗା ପରିଶ୍ରମରେ କରାଯାଇଥିବା ଫସଲକୁ ରାତି ଅଧରେ ଖାଇଯାଉଥିଲେ ହାତୀ। ଯେତିକି ଖାଉଥିଲେ, ତା’ଠାରୁ ବହୁ ଗୁଣା ଦଳିଚକଟି ନଷ୍ଟ କରିପକାଉଥିଲେ। ଚାଷଜମିକୁ ସୁରକ୍ଷା ଦେବାକୁ ଯାଉଥିବା ଚାଷୀ ହାତୀ ମୁହଁରେ ପଡ଼ି ଅନେକ ସମୟରେ ହରାଉଥିଲେ ଜୀବନ। ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଯାଉଥିଲା ଫସଲ ଉଜୁଡ଼ିବା କ୍ଷତି। ବାରମ୍ବାର ଦାବି, ନିବେଦନ, ଆନ୍ଦୋଳନ ସତ୍ତ୍ୱେ ହାତୀଙ୍କୁ ଘଉଡ଼ାଇବା ଲାଗି ନିଆଗଲା କୌଣସି ପଦକ୍ଷେପ ନା ବିଭାଗୀୟ ଅଧିକାରୀ ଶୁଣିଲେ ଚାଷୀଙ୍କ ଦୁଃଖ। ସବୁଆଡୁ ନିରାଶ ହେବା ପରେ ଶେଷରେ ନିଜ ପାଇଁ ନିଜେ ନ୍ୟାୟରେ ଅଣ୍ଟାଭିଡ଼ିଲେ ଜହ୍ନାପଡ଼ା ଗ୍ରାମବାସୀ। ସୋଲାର ବାଡ଼ କରି ନିଜ ଫସଲକୁ ସୁରକ୍ଷା ଦେଇଥିବାବେଳେ ବନ ବିଭାଗର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ।
ଢେଙ୍କାନାଳ ଜିଲା ମହାବିରୋଡ୍‌ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ସୀମା ଟପିଛି। କେବଳ ହାତୀପଲ ନୁହନ୍ତି, ବାର୍‌ହା ସମେତ ଅନ୍ୟ ବନ୍ୟପ୍ରାଣୀ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ହାତୀ-ମଣିଷ ସଂଘର୍ଷରେ ବ୍ୟାପକ ଧନଜୀବନ ହାନି ହେଉଥିବାବେଳେ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ବନ ବିଭାଗ ଗୁରୁତ୍ୱ ନ ଦେବାରୁ ଚାଷଜମିକୁ ହାତୀ ଦାଉରୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଜହ୍ନାପଡ଼ା ଗ୍ରାମବାସୀ। ଚଳିତବର୍ଷ ବର୍ଷାଭାବରୁ ବହୁକଷ୍ଟରେ ପାଣି ମଡ଼ାଇ ଚାଷୀ ଧାନ ଫସଲ ବଞ୍ଚାଇ ରଖିଥିବାବେଳେ ହାତୀ ଉପଦ୍ରବ ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇଦେଇଥିଲା। ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଗ୍ରାମର ପ୍ରାୟ ୨୦୦ ଚାଷୀ ପରିବାର ଏକାଠି ହୋଇଥିଲେ। ଗୁଣ୍ଠ ପ୍ରତି ୩୦ ଟଙ୍କା ହିସାବରେ ଆଦାୟ କରାଯାଇଥିବା ଅର୍ଥରେ ବଜାରରୁ ସେମାନେ କିଣି ଆଣିଲେ ସୋଲାର ମେଶିନ, ସୋଲାର ପ୍ଲେଟ୍‌, ବ୍ୟାଟେରି ଏବଂ ତାର। ଗାତ ଖୋଳିବା ଏବଂ ତାର ବେଢ଼ାଇବା ଲାଗି ପ୍ରତି ଚାଷୀ ପରିବାରରୁ ଜଣେ ଲେଖାଏ ଶ୍ରମଦାନ ମଧ୍ୟ କଲେ। ପାଖାପାଖି ୧୫ ଦିନ ମଧ୍ୟରେ ଗ୍ରାମର ମଙ୍ଗଳା ମନ୍ଦିରଠାରୁ କାଳିଆ ସାହୁ ବନ୍ଧ ଦେଇ ଘୋଡ଼ାଡିଅଁା ନାଳ କୂଳେ କୂଳେ ଶିବ ମନ୍ଦିର ଯାଏ ପ୍ରାୟ ୨୦୦ ଏକର ଜମି ଚାରିପଟେ ଘେରାଯାଇଛି ସୋଲାର ତାର ବାଡ଼, ଯେଉଁଥିରେ ଖର୍ଚ୍ଚ ହୋଇଛି ୧ ଲକ୍ଷରୁ ଅଧିକ ଟଙ୍କା। ବିଦ୍ୟୁତ୍‌ ଝଟ୍‌କା ଦେବାକୁ ଦୁଇ ସେଟ୍‌ ମେଶିନ ଗ୍ରାମର ସୁରେଶ ସାହୁଙ୍କ ଟେଣ୍ଟ ହାଉସ୍‌ ଘରେ ରଖାଯାଇଛି। ସନ୍ଧ୍ୟା ହେଲେ ମେଶିନ ଚାର୍ଜ କରାଯାଉଛି ଏବଂ ସକାଳେ ପୁଣି ବନ୍ଦ କରିଦିଆଯାଉଛି। ମେଶିନ ପାଖରେ ପାଳି କରି ୨ଜଣ ଜଗୁଛନ୍ତି। ସୋଲାର ବାଡ଼ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବନ୍ୟଜନ୍ତୁ ଧୀମା ବିଦ୍ୟୁତ୍‌ ଝଟ୍‌କା ଖାଇ ଜଙ୍ଗଲକୁ ଫେରିଯାଉଛନ୍ତି। ଫଳରେ ଫସଲ କ୍ଷତି ବହୁ ପରିମାଣରେ କମିଯାଇଛି। ଏହାସତ୍ତ୍ୱେ ଯଦି ହାତୀ ବାଡ଼ ଭାଙ୍ଗି ଜମିରେ ପଶେ ତେବେ ବନ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ସମସ୍ୟା ବିଷୟରେ ମହାବିରୋଡ୍‌ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଉପଦ୍ରୁତ ଉକ୍ତ ଅଞ୍ଚଳରେ ସୋଲାର ବାଡ଼ ନିର୍ମାଣ କରିବାକୁ ପ୍ରସ୍ତାବ ଯାଇଛି। ଖୁବଶୀଘ୍ର ଜହ୍ନାପଡ଼ା ଗ୍ରାମରେ ଏ ସକ୍ରାନ୍ତରେ ବୈଠକ ହେବ। ଗ୍ରାମବାସୀ କରିଥିବା ସୋଲାର ବାଡ଼ ପାଖରେ ଅଧିକ ଅର୍ଥ ବ୍ୟୟରେ ଭଲ ସୋଲାର ବାଡ଼ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।

 

ନିଗମାନନ୍ଦ ଦଳବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri