ଧାନ ଫସଲରେ ମାଟିଆ ପୋକ, ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୫ା୧୦: ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚିନ୍ତାର କାରଣ ସାଜିଛି। ଧାନ ଫସଲରେ ମାଟିଆ ପୋକ ଯୋଗୁ ଗଛଗୁଡିକ ନଷ୍ଟ ହୋଇଯାଉଛି। ଫଳରେ ଜିଲାର ୮ ବ୍ଲକ ଅଞ୍ଚଳର ଖରିଫ ଧାନ ଅମଳ କମିବା ଚିନ୍ତା ଚାଷୀଙ୍କୁ ଘାରିଛି। ଜିଲାରେ ସାରର ଅଭାବୀ ବିକ୍ରି ଚାଲିଛି। ୟୁରିଆ ବସ୍ତା ପ୍ରତି ୨୦୦ ଟଙ୍କା ଉଚ୍ଚ ଦରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଚାଷୀଙ୍କ ପାଇଁ ଚଳିତବର୍ଷ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଲଗାଣବର୍ଷା ଓ ପରେ ବନ୍ୟା ଆସି ଖରିଫ ଚାଷକୁ ନଷ୍ଟ କରିଥିଲା। ତେବେ ଚାଷୀମାନେ ପୁଣି ଥରେ ଧାନ ରୋଇ ଥିବା ବେଳେ ମାଟିଆ ପୋକ ଦେଖାଦେଇଛି। ଏଥିଯୋଗୁ ଧାନ ନଷ୍ଟ ସାଙ୍ଗକୁ ଅମଳ କମିବ ବୋଲି ଆକଳନ କରାଯାଉଛି। ସେହିପରି ଜିଲା ମଧ୍ୟରେ ଥିବା ୧୨୧ ପ୍ୟାକ୍ସ ମଧ୍ୟରୁ ୨୯ଟି ପ୍ୟାକ୍ସରେ ୟୁରିଆ ସାର ପହଞ୍ଚତ୍ ନାହିଁ। ଫଳରେ କେତେଜଣ ସାର ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଖରିଫ ଧାନ ସମୟରେ ପୋକ ଲାଗିବା ଫଳରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହେଉଛି। ଏ ନେଇ କୃଷି ବିଶେଷଜ୍ଞ ନିରୀକ୍ଷଣ କରି ଆବଶ୍ୟକ ପରାମର୍ଶ ସହ ରାସାୟନିକ ସାର ଓ ଔଷଧ ବ୍ୟବସ୍ଥା କରିବା କଥା। ସାର ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଜିଲାରେ ମିଳୁ ନ ଥିବାରୁ ଚାଷୀଙ୍କ କ୍ଷତିଭରଣା ସରକାର କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗଁାର ଚାଷୀ ଜଗଦୀଶ ପତି କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ କରିଛି। ତେବେ ସାରର ଅଭାବ ଓ ପୋକ ସଂକ୍ରମଣରେ ଚାଷଜମି ନଷ୍ଟ ହୋଇଛି। ଏ ପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଜିଲାର କେନ୍ଦ୍ରାପଡ଼ା ବ୍ଲକକୁ ଛାଡି ଅନ୍ୟ ୮ଟି ବ୍ଲକରେ ମାଟିଆ ପୋକ ଦେଖାଦେଇଛନ୍ତି। ଜମିରୁ ପାଣି ନିଷ୍କାସନ କରି ପୁନର୍ବାର ପାଣି ଭରିବା, ଏ ସମୟରେ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ ନ କରିବା, ଅନୁମୋଦିତ ଭାବେ ପଟାସ ସାର ପ୍ରୟୋଗ କରିବା ଆଦି କେତେକ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଉଛି। ଗୋଟିଏ ପ୍ରକାର କୀଟନାଶକ ଔଷଧ ବ୍ୟବହାର ନକରି ଅଦଳବଦଳ ପାଇଁ ପରାମର୍ଶ ଦିଆଯାଉଛି। ୫୦ ପ୍ରତିଶତ ରିହାତିରେ ରାସାୟନିକ ଔଷଧ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଓ ସାରର ଅଭାବୀ ବିକ୍ରିକୁ ରୋକାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri