ମୃତ୍ତିକାର ଯତ୍ନ ଜରୁରୀ

ଡ. ପ୍ରମୋଦ କୁମାର ପଣ୍ଡା

 

ସମଗ୍ର ବିଶ୍ବରେ ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରାଯାଉଛି। ୨୦୦୨ରେ ଆନ୍ତର୍ଜାତିକ ମୃତ୍ତିକା ବିଜ୍ଞାନ ସମ୍ମିଳନୀରେ ଏହା ଗୃହୀତ ହୋଇଥିଲା। ୨୦୧୩ରେ ମିଳିତ ଜାତିସଂଘର ସାଧାରଣ ପରିଷଦ, ଡିସେମ୍ବର ମାସ ୫କୁ ସମଗ୍ର ବିଶ୍ୱରେ ବିଶ୍ୱ ମୃତ୍ତିକା ଦିବସ ପାଳନ ପାଇଁ ବିଧିବଦ୍ଧ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହା ବିଶ୍ୱର ସମସ୍ତ ଦେଶରେ ପାଳିତ ହୋଇଆସୁଛି। ଏ ବର୍ଷର ଶୀର୍ଷକ ରହିଛି ‘Soils : Where Food Begins’ (ମୃତ୍ତିକାରୁ ଖାଦ୍ୟର ଉତ୍ପତ୍ତି)। ଯେଉଁ ମାଟି ପୃଥିବୀରେ ୮୦୦ କୋଟି ଲୋକଙ୍କୁ ଏବଂ ଅଗଣିତ ପଶୁପକ୍ଷୀ ବୃକ୍ଷଲତାଙ୍କୁ ଖାଦ୍ୟ ଯୋଗାଉଛି, ତା’ର ରକ୍ଷା ଏପରି ହେବା ଆବଶ୍ୟକ; ଯଦ୍ଦ୍ବାରା ଆଗାମୀ ବର୍ଷରେ ଜୀବଜଗତକୁ ଖାଦ୍ୟ ସଂଗ୍ରହରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନIହିଁ।
ସମଗ୍ର ପୃଥିବୀରେ ଏକ ତୃତୀୟାଂଶ ମୃତ୍ତିକା ଅବକ୍ଷୟ ଜର୍ଜରିତ। ଆମ ଦେଶରେ ୧୨୦.୭ ନିୟୁତ ହେକ୍ଟର ଜମି ଅବକ୍ଷୟିତ। ଅର୍ଥାତ୍‌ ମୋଟ କ୍ଷେତ୍ରଫଳର (୩୨୯ ନିୟୁତ ହେକ୍ଟର) ୩୭ ଭାଗ। ତେଣୁ ଆମ ମାଟିକୁ ପ୍ରଦୂଷଣ ଓ ଅବକ୍ଷୟଜନିତ କ୍ରିୟାରୁ ବଞ୍ଚାଇବାକୁ ପଡ଼ିବ। କାରଣ ମୃତ୍ତିକା ଥରେ ବଞ୍ଜର ହେଲେ ପୁଣି ତାକୁ ଉର୍ବର କରିବା କାଠିକର ପାଠ I ସେଥିପାଇଁ ସଭ୍ୟତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ପର୍ଯ୍ୟାପ୍ତ ଜଳ ଓ ଉର୍ବର ମୃତ୍ତିକା ଥିଲା, ସେହିଠାରେ ହିଁ ଜନବସତି ଉଠିଥିଲା। ଅର୍ଥାତ୍‌ ନଦୀକୂଳରେ ହିଁ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା। ସେ ସିନ୍ଧୁ ନଦୀ କୂଳର ସିନ୍ଧୁ ସଭ୍ୟତା ହେଉ ବା ନୀଳ ନଦୀର ମିଶର ସଭ୍ୟତା ଅବା ମେସୋପଟାମିୟା ସଭ୍ୟତା ଅବା ଚୀନ ସଭ୍ୟତା, ସବୁ ନଦୀ କୂଳରେ ଗଢ଼ି ଉଠିଥିଲା। ଆଜି କିନ୍ତୁ ଜୀବଜଗତର ଜୀବନଦାୟୀ ମୃତ୍ତିକା ବିଭିନ୍ନ କାରଣରୁ ପ୍ରଦୂଷିତ ହେବାରେ ଲାଗିଛି ଓ ଧୀରେ ଧୀରେ ତା’ର ଉର୍ବରତା ହ୍ରାସ ପାଉଛି I ଆଜିକାଲି ମାତ୍ରାଧିକ ରାସାୟନିକ ସାର, କୀଟନାଶକ, କଳକାରଖାନାରୁ ନିର୍ଗତ ଦୂଷିତ ପଦାର୍ଥ, ପଲିଥିନ, ସହରର ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ସିଧାସଳଖ ମାଟିରେ ମିଶିବାକୁ ଛାଡ଼ି ଦିଆଯାଉଛି; ଯାହା ଫଳରେ ମାଟିରେ ଥିବା ଅଣୁଜୀବମାନଙ୍କର ବଂଶବୃଦ୍ଧି ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି। ଧୀରେ ଧୀରେ ସେମାନଙ୍କର ସଂଖ୍ୟା ହ୍ରାସ ହେବାରୁ ସେମାନେ ପରିବେଶ ସନ୍ତୁଳନରେ ଥିବା ଭୂମିକାକୁ ସୁଚାରୁ ରୂପେ ସମ୍ପାଦନ କରିପାରୁନାହାନ୍ତି। ଫଳସ୍ବରୂପ ଧୀରେ ଧୀରେ ଆମର ମୃତ୍ତିକାର ଉର୍ବରା ଶକ୍ତି ହ୍ରାସପାଉଛି। ଯଦି ମୃତ୍ତିକାର ଉର୍ବରା ଶକ୍ତି କ୍ରମଶଃ ହ୍ରାସ ପାଇ ବଞ୍ଜର ଜମିରେ ପରିଣତ ହେବ, ଭବିଷ୍ୟତରେ ଦେଶବାସୀଙ୍କୁ ଆମେ ଖାଦ୍ୟ ସୁରକ୍ଷା ଯୋଗାଇବାରେ ସଫଳ ହୋଇପାରିବା ନାହିଁ।
ପରୀକ୍ଷଣରୁ ଜଣାଯାଇଛି ଯେ, ଏକ ଚାମଚ ମାଟିରେ, ପୃଥିବୀରେ ବାସକରୁଥିବା ମୋଟ ଜନସଂଖ୍ୟାଠାରୁ ଢେର ଅଧିକ ଅଣୁଜୀବ ଥାଆନ୍ତି I ଆମ ସମ୍ମୁଖରେ ଯେଉଁ ମାଟି ଦୃଶ୍ୟମାନ ତାହା ବର୍ଷେ, ଦୁଇବର୍ଷ କିମ୍ବା ଶହେ ବର୍ଷର ମାଟି ନୁହେଁ। ଏହା ଲକ୍ଷ ଲକ୍ଷ ବର୍ଷର ମାଟି। ସାଧାରଣତଃ ବୁଝିବାକୁ ଗଲେ ଏକ ସେଣ୍ଟିମିଟର ମାଟି ପାଇଁ ପ୍ରାୟ ୨୦୦-୪୦୦ ବର୍ଷ ସମୟ ଲାଗିଥାଏ। ଏହି ମୃତ୍ତିକା ପୁଣି ଉର୍ବର ମାଟିରେ ପରିଣତ ହେବାପାଇଁ ଆହୁରି ୩୦୦୦ ବର୍ଷ ସମୟ ଲାଗେ। ଏଥିରୁ ଅନୁମାନ କରାଯାଇପାରେ ଯେ ଆମ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ଗଭୀର ମାଟି କେତେ ଲକ୍ଷ ବର୍ଷର ସୃଷ୍ଟି। କିନ୍ତୁ ପରିତାପର ବିଷୟ ଯେ, ପ୍ରତିବର୍ଷ ହେକ୍ଟର ପିଛା ଆମର ହାରାହାରି ମୃତ୍ତିକା କ୍ଷୟ ହେଉଛି ୧୬.୪ ଟନ। ଏହି ମୃତ୍ତିକା ତାହା ସହିତ ଅତ୍ୟନ୍ତ ମୂଲ୍ୟବାନ ଖାଦ୍ୟ ପଦାର୍ଥ (ଯବକ୍ଷାରଜାନ, ଫସଫରସ, ପଟାସିୟମ ଇତ୍ୟାଦି) ଅଣୁସାର ଓ ଅନ୍ୟାନ୍ୟ ପଦାର୍ଥ ଜଳ ସ୍ରୋତ ସହିତ ସମୁଦ୍ରକୁ ନେଇଯାଉଛି ଓ ମୃତ୍ତିକା ଉର୍ବରତା ହ୍ରାସ କରୁଛି। ଆଜିକାଲି ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ଆମେ ମୃତ୍ତିକା ପ୍ରଦୂଷଣ ବଢ଼ାଇବାରେ ଲାଗିଛେ। ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ମାଟିରେ ମିଶାଇ ଦେଉଛୁ ଏବଂ ତାହା ବିଘଟିତ ନ ହୋଇ ପଡ଼ି ରହୁଛି। ମୃତ୍ତିକାର ମୁଖ୍ୟତଃ ୪ଟି ବଡ଼ ଅବଦାନ ରହିଛି, ଯଥା (୧) ଜଳଧାରଣ କ୍ଷମତା, (୨) ବୃକ୍ଷଲତା ଖାଦ୍ୟଧାରଣ କ୍ଷମତା, (୩) ବିଘଟନ କ୍ଷମତା ଓ (୪) ସନ୍ତୁଳନ କ୍ଷମତା। ଏହି ଚାରୋଟି କାର୍ଯ୍ୟ ମଧ୍ୟରୁ ବିଘଟନ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଟିରେ ବିଭିନ୍ନ ପ୍ରକାର ଅଣୁଜୀବ ବାସ କରନ୍ତି, ଯଥା (୧) ଯବକ୍ଷାରଜାନ ବିବନ୍ଧକ, (୨) ଫସଫରସ ଓ ଗନ୍ଧକ ଦ୍ରାବକ, (୩) ଜୈବିକ ବିଘଟକ, ଅମ୍ଳଜାନ ପ୍ରେରକ (ଜିଆ) ଇତ୍ୟାଦି ଇତ୍ୟାଦି।
ଓଡ଼ିଶାରେ ପ୍ରାୟ ୪୮୫ କିଲୋମିଟରର ସମୁଦ୍ର ତଟ ଅଛି, ଯାହା କି ଆମେ ସନ୍ତୁଳିତ ଭାବରେ ବ୍ୟବହାର ନ କଲେ, ସମଗ୍ର ତଟ ଅଞ୍ଚଳରେ ଲୁଣା ମାଡିଯିବାର ସମ୍ଭାବନା ରହିଛି। ଅର୍ଥାତ୍‌ ସମୁଦ୍ରକୂଳିଆ ଅଞ୍ଚଳରେ ନିର୍ଦ୍ଧାରିତ ଗଭୀରଠାରୁ ଅଧିକ ଗଭୀରତାରୁ ନଳକୂପ ସାହାଯ୍ୟରେ ଭୂଜଳ ଉତ୍ତୋଳନ କଲେ, ସମୁଦ୍ର ପାଣି ସ୍ଥଳ ଭାଗକୁ ପ୍ରବେଶ କରି ସମଗ୍ର ମୃତ୍ତିକା ସ୍ତରକୁ ଲବଣାକ୍ତ କରିଦେବ ଓ ଫସଲ ଚାଷ ହୋଇପାରିବ ନାହିଁ । ସେହିପରି ପାହାଡ଼ିଆ ଅଞ୍ଚଳ ଢାଲୁ ହୋଇଥିବାରୁ, ମୃତ୍ତିକା କ୍ଷୟ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ, ଉର୍ବର ମୃତ୍ତିକା କ୍ଷୟ ହୋଇଯିବ, ଯାହାଫଳରେ ଜମିର ଉତ୍ପାଦିକା ଶକ୍ତି କମିଯିବ। ପର୍ଯ୍ୟାପ୍ତ ମାତ୍ରାରେ ଗୋବରଖତ ଓ ସବୁଜ ସାର(ଧଣିଚା) ପ୍ରୟୋଗ ଅଭାବରୁ ଓଡ଼ିଶାର ମୃତ୍ତିକାରେ ଜୈବିକ ଅଙ୍ଗାରକ ବହୁତ ମାତ୍ରାରେ କମିଗଲାଣି। ମୃତ୍ତିକାରେ ଆବଶ୍ୟକ ମାତ୍ରା ଠାରୁ ଜୈବିକ ଅଙ୍ଗାରକ କମିଗଲେ ତା’ର ଜଳଧାରଣ କ୍ଷମତା କମିଯିବ ଓ ଆମେ ଫସଲ ଉତ୍ପାଦନରେ ନାନା ସମସ୍ୟାର ସମ୍ମୁଖୀନ ହେବା। ଭବିଷ୍ୟତ ଖାଦ୍ୟ ସୁରକ୍ଷା ସୁନିଶ୍ଚିିତ କରିବା ପାଇଁ ଆମକୁ ଆମର ମୃତ୍ତିକାର ସର୍ବୋତ୍କୃଷ୍ଟ ଯତ୍ନ ନେବା ନିହାତି ଜରୁରୀ। ତେଣୁ ଆଜି ବିଶ୍ୱ ମୃତ୍ତିକା ଦିବସରେ ଶପଥ ନେବା ଯେ ମୃତ୍ତିକାକୁ ପ୍ରଦୂଷଣମୁକ୍ତ ରଖିବା ଓ ତାହାର ଉର୍ବରା ଶକ୍ତି ଯେମିତି ସବୁଦିନ ପରି ବଜାୟ ରହେ, ସେ ଦିଗରେ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ସେ ଦିଗରେ ଅଧିକ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ: ୮୭୬୩୮୪୧୧୦୮


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri