ଅଧିକାରୀଙ୍କୁ ରୋକଠୋକ୍‌ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍‌: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…

କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍‌ ଧରିପକାଇବାରୁ ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ ମେଡିକାଲରେ ପହଞ୍ଚତ୍ ମୃତ ବିଶ୍ୱପ୍ରକାଶଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସୋଫିଆ କହିଛନ୍ତି, ବାଲିଯାତ୍ରାରେ ଏଭଳି ଘଟଣା ମନରେ ଦୁଃଖ ଦେଇଛି। କେବଳ ପ୍ରଶାସନିକ ଅବହେଳା ପାଇଁ ଏହି ଘଟଣା ଘଟିଛି। ବାଲିଯାତ୍ରାର ପ୍ରଥମଦିନରୁ ହିଁ ସମସ୍ତ ବ୍ୟବସ୍ଥାରେ ଅବହେଳା ହୋଇଆସୁଛି। ବାଲିଯାତ୍ରା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ରଖାଯାଇନାହିଁ। ଏପରିକି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଅଧଘଣ୍ଟା ଅପେକ୍ଷା କରି ବିରକ୍ତ କରାଇ ଦିଆଯାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଚାଲିକି ଯାଇଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୋଲିସ ପ୍ରଶାସନ ରୋକିବା ଶୋଭାପାଇନି। ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଏଭଳି ଅପଦସ୍ଥ କରିବା ନିନ୍ଦନୀୟ ଘଟଣା। ଅତିଥିଙ୍କୁ ନିମନ୍ତ୍ରଣ କରି ଅପଦସ୍ଥ କରିବା କୌଣସି ଅଧିକାରୀଙ୍କର ଅଧିକାର ନାହିଁ। ଯେଉଁ ଅଧିକାରୀଙ୍କର କାମ କରିବାର ଇଚ୍ଛା ନାହିଁ, ସେମାନେ କଟକ ଛାଡ଼ି ଚାଲିଯାଆନ୍ତୁ। କଟକରେ କାମ କରିବାକୁ ହେଲେ ସମ୍ମାନର ସହ ଲୋକଙ୍କ ସହିତ ଯୋଡ଼ିହୋଇ କାମ କରନ୍ତୁ। ଅଧିକାରୀମାନଙ୍କ ମନରେ ଡର ରହିବା ଦରକାର। କିନ୍ତୁ ପୂର୍ବ ସରକାର ସମୟରୁ ଅଧିକାରୀଙ୍କ ମନରୁ ଡର ହଜିଯାଇଛି। ଭାଜପା ସରକାର ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏହି ସମସ୍ତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ। ଆଗାମୀ ବର୍ଷଠୁ ସମସ୍ତ ଜନପ୍ରତିନିଧି ବାଲିଯାତ୍ରା କମିଟିର ସଦସ୍ୟ ରହିବେ ଏବଂ ବାଲିଯାତ୍ରାକୁ ପରିଚାଳନା କରିବେ ବୋଲି ସୋଫିଆ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?