୫ଶହ ଟଙ୍କା ଭଡ଼ାଘରେ ସୋସାଇଟି କାର୍ଯ୍ୟାଳୟ

ଭଞ୍ଜନଗର,୧୩।୨(ଡି.ଏନ.ଏ.):କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟ କରୁଛି। ଭଞ୍ଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି କାର୍ଯ୍ୟାଳୟ ଅଛି । ସେଥିମଧ୍ୟରୁ ୧୦ଟି କାର୍ଯ୍ୟାଳୟର ନିଜସ୍ବ କୋଠା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି। ତେଣୁ ସେସବୁ କାର୍ଯ୍ୟାଳୟଗୁଡ଼ିକ ୫୦୦ ଟଙ୍କିଆ ଭଡ଼ାଘରେ ଚାଲିଛି। ଏତେ କମ୍‌ ଟଙ୍କାରେ ଘରଭଡ଼ା ମିଳୁ ନ ଥିବା ବେଳେ ସୋସାଇଟି ସମ୍ପାଦକମାନେ ବିକଳ୍ପ ବ୍ୟବସ୍ଥା କରି କାର୍ଯ୍ୟାଳୟ ଖୋଲୁଛନ୍ତି । ଆଉ ୩ଟି ସେବା ସମବାୟ ସମିତି ଯଥା ଜିଲୁଣ୍ଡି, ତିଳିସିଙ୍ଗି ଏବଂ ମୁଜାଗଡ଼ର ନିଜସ୍ବ କୋଠା କାର୍ଯ୍ୟକ୍ଷମ ଅଛି ା ଜିଲୁଣ୍ଡି ସୋସାଇଟିରେ ଆଇନଗତ ବିବାଦ ଯୋଗୁ ଏକ ବର୍ଷ ହେବ ତାଲା ପଡ଼ିଛି । ତେଣୁ ବର୍ତ୍ତମାନ ଦାୟିତ୍ୱରେ ଥିବା ସମ୍ପାଦକ ନିଜ ଘରେ କାର୍ଯ୍ୟାଳୟ ଖୋଲି କାମ ଚଳାଇଛନ୍ତି। ଜିଲାର ଅନେକ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟାଳୟର ସମାନ ଅବସ୍ଥା। ସେବା ସମବାୟ ସଂସ୍ଥାଗୁଡ଼ିକୁ ସରକାର ଦିନକୁ ଦିନ ଅଧିକ କ୍ଷମତା ଦେଉଥିବା ବେଳେ କାର୍ଯ୍ୟାଳୟର ଉନ୍ନତି ପାଇଁ ବିଶେଷ ଅନୁଦାନ ଦେଉନାହାନ୍ତି । ନିଜସ୍ବ କୋଠା ନଥିବା ଯୋଗୁ କେତେକ ସୋସାଇଟିରେ କାଗଜକଲମରେ ମଣ୍ଡି ଚାଲିଛି । ଗୋଦାମ ଗୃହ ନ ଥିବା ଯୋଗୁ ଖରିଫ ଚାଷ ସମୟରେ ସାର ମହଜୁଦ୍‌କୁ ରଖିବା ଅସୁବିଧା ହେଉଛି । ଏଭଳି ଅନେକ ସମସ୍ୟା ଦେଇ ସେବା ସମବାୟ ସଂସ୍ଥାଗୁଡ଼ିକ ଚାଲିଛି ।
ସେହିଭଳି ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଭଞ୍ଜନଗର ଶାଖା କାର୍ଯ୍ୟାଳୟ ବି ଭଡ଼ାଘରେ ଚାଲିଛି। ନିଜସ୍ବ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁନାହିଁ । ଅନ୍ୟପଟେ ଅଧିକାଂଶ ସୋସାଇଟିରେ ଅବ୍ୟବସ୍ଥା ଦେଖାଦେଉଛି। ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କ ପାଖକୁ ମେସେଜ୍‌ ଆସୁଛି। କିନ୍ତୁ ସୋସାଇଟି ସମ୍ପାଦକମାନେ ଧାନ କିଣିବା ପାଇଁ ଟାର୍ଗେଟ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ଉକ୍ତ ଚାଷୀମାନେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଟୋଲ ପ୍ରିଂ ନମ୍ବରରୁ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଯେଉଁ ଚାଷୀମାନେ ଧାନ ବିକ୍ରି କରିପାରିନାହାନ୍ତି ସେମାନେ କିଭଳି ମଣ୍ଡିରେ ଧାନ ବିକ୍ରି କରିପାରିବେ ସେନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଲାଲସିଂ ସେବା ସମବାୟ ସମିତି ଲିମିଟେଡ଼ ସମ୍ପାଦକ ସପନି ରାଉତ କହିଛନ୍ତ, ସୋସାଇଟର ନିଜସ୍ବ କାର୍ଯ୍ୟାଳୟ ଭଗ୍ନ ଅବସ୍ଥାରେ ଥିବା ଯୋଗୁ ଅନେକ ସମସ୍ୟା ଦେଖାଦେଉଛି। କୋଠାର ପୁନଃରୁଦ୍ଧାର ପାଇଁ କୌଣସି ଅନୁଦାନ ଆସୁନାହିଁ। ତେଣୁ ଯେଭଳି ପ୍ରକାରେ ହେଉ କାର୍ଯ୍ୟାଳୟ ଚଳାଇବାକୁ ପଡ଼ୁଛ। ସୂଚନାଯୋଗ୍ୟ, ବ୍ଲକର ଲାଲସିଂ, ସାନକୋଦଣ୍ଡା, ବଡ଼କୋଦଣ୍ଡା, ଗୁଜରାଳି, ଲେମ୍ଭେଇ, କୁଲାଡ଼, ବ୍ରାହ୍ମଣପଦର, ହରିଗଡ଼, ଗାଲେରି ଓ ଢ଼ୋଲପିଟା ସେବା ସମବାୟ ସମିତିର କାର୍ଯ୍ୟାଳୟ କୋଠା ଭଗ୍ନ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri