ଜାଗର ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର

ବୁଗୁଡ଼ା,୧୩ା୨(ଡି.ଏନ.ଏ.):ମହାଶିବରାତ୍ରୀ ବା ଜାଗର ଆସନ୍ତା ୧୮ ତାରିଖ ଶନିବାର ପାଳନ ହେବାକୁ ଯାଉଥିବା ବେଳେ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟିଦୀପ ତିଆରିରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି। ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନ ହଜିଯାଇ ଅଦ୍ୟାବଧି ବଞ୍ଚତ୍ ରହିଛି। ପୂର୍ବରୁ ମାଟିପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା ଏବଂ ରୋଷେଇ ପାଇଁ ଆବଶ୍ୟକ ମାଟିପାତ୍ରଠାରୁ ଆରମ୍ଭ କରି ହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାରର ଗୁଜରାଣ ମେଣ୍ଟାଇ ପାରୁଥିଲା। ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ ମଧ୍ୟ ପରିବର୍ତ୍ତନ ଦେଖାଦେଲାଣି। ଏବେ ରୋଷେଇ ପାଇଁ ସାଧାରଣ ଲୋକେ ମାଟିପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନକୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି। ଏଭଳି ପରିସ୍ଥିତିରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି ରଖିଛନ୍ତି କୁମ୍ଭକାର ପରିବାର। ବିଶେଷକରି ପର୍ବପର୍ବାଣିରେ କୁମ୍ଭକାରଙ୍କୁ ସାଧାରଣ ଲୋକ ମନେ ପକାଇଥାନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏମିତି କିଛି ସାମଗ୍ରୀ ରହିଛି, ଯାହାକି ପୂଜା ବ୍ରତ ସକାଶେ ନିହାତି ଜରୁରୀ। ବିଜ୍ଞାନ ଯୁଗରେ ଆଲୋକର ଦୀପ ମିଳୁଥିଲେ ମଧ୍ୟ ଜାଗର ପାଇଁ ମାଟିଦୀପର ଚାହିଦା ଏବେ ବି ଅତୁଟ ରହିଛି। ବର୍ଷ ତମାମ ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ ଦୀପାବଳି ଓ ମହାଶିବରାତ୍ରି ବା ଜାଗର ପର୍ବ ରୋଜଗାର ସୃଷ୍ଟି କରିଥାଏ। ଜାଗର ପର୍ବର ବହୁଦିନ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥା’ନ୍ତି ମାଟି ଦୀପ ପ୍ରସ୍ତୁତିରେ। ବୁଗୁଡ଼ା ବ୍ଲକର ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗାଁରେ ରହୁଥିବା କିଛି କୁମ୍ଭକାର ପରିବାର ମାଟିଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରି ନ ଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। କୌଳିକ ବୃତ୍ତିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକ ଘୂରାଉଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ ହେଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବହୁ କୁମ୍ଭକାର ପରିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri