ଜାଗର ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର

ବୁଗୁଡ଼ା,୧୩ା୨(ଡି.ଏନ.ଏ.):ମହାଶିବରାତ୍ରୀ ବା ଜାଗର ଆସନ୍ତା ୧୮ ତାରିଖ ଶନିବାର ପାଳନ ହେବାକୁ ଯାଉଥିବା ବେଳେ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟିଦୀପ ତିଆରିରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି। ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନ ହଜିଯାଇ ଅଦ୍ୟାବଧି ବଞ୍ଚତ୍ ରହିଛି। ପୂର୍ବରୁ ମାଟିପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା ଏବଂ ରୋଷେଇ ପାଇଁ ଆବଶ୍ୟକ ମାଟିପାତ୍ରଠାରୁ ଆରମ୍ଭ କରି ହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାରର ଗୁଜରାଣ ମେଣ୍ଟାଇ ପାରୁଥିଲା। ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ ମଧ୍ୟ ପରିବର୍ତ୍ତନ ଦେଖାଦେଲାଣି। ଏବେ ରୋଷେଇ ପାଇଁ ସାଧାରଣ ଲୋକେ ମାଟିପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନକୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି। ଏଭଳି ପରିସ୍ଥିତିରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି ରଖିଛନ୍ତି କୁମ୍ଭକାର ପରିବାର। ବିଶେଷକରି ପର୍ବପର୍ବାଣିରେ କୁମ୍ଭକାରଙ୍କୁ ସାଧାରଣ ଲୋକ ମନେ ପକାଇଥାନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏମିତି କିଛି ସାମଗ୍ରୀ ରହିଛି, ଯାହାକି ପୂଜା ବ୍ରତ ସକାଶେ ନିହାତି ଜରୁରୀ। ବିଜ୍ଞାନ ଯୁଗରେ ଆଲୋକର ଦୀପ ମିଳୁଥିଲେ ମଧ୍ୟ ଜାଗର ପାଇଁ ମାଟିଦୀପର ଚାହିଦା ଏବେ ବି ଅତୁଟ ରହିଛି। ବର୍ଷ ତମାମ ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ ଦୀପାବଳି ଓ ମହାଶିବରାତ୍ରି ବା ଜାଗର ପର୍ବ ରୋଜଗାର ସୃଷ୍ଟି କରିଥାଏ। ଜାଗର ପର୍ବର ବହୁଦିନ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥା’ନ୍ତି ମାଟି ଦୀପ ପ୍ରସ୍ତୁତିରେ। ବୁଗୁଡ଼ା ବ୍ଲକର ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗାଁରେ ରହୁଥିବା କିଛି କୁମ୍ଭକାର ପରିବାର ମାଟିଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରି ନ ଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। କୌଳିକ ବୃତ୍ତିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକ ଘୂରାଉଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ ହେଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବହୁ କୁମ୍ଭକାର ପରିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?