ହିଜାବ ଜାଲରେ ବେହାଲ ସମାଜ

ଡ. ଗୌରୀଶଙ୍କର ସାହୁ

କୋରାନ୍‌ର ଅନ୍‌-ନୁର୍‌ ଅଧ୍ୟାୟ(ସୁରା)ର ଆୟତ ୩୦ ଓ ୩୧ କହେ- ହେ ପ୍ରଫେଟ୍‌! ମୋତେ ବିଶ୍ୱାସ କରୁଥିବା ପୁରୁଷମାନଙ୍କୁ କୁହ ”ସେମାନେ ତଳକୁ ମୁହଁ କରିବେ ଓ ସେମାନଙ୍କ ପବିତ୍ରତା ରକ୍ଷାକରିବେ। ଏହା ସେମାନଙ୍କୁ ନିଷ୍କଳଙ୍କ ରଖିବ।“ ଏବଂ ”ମୋତେ ବିଶ୍ୱାସ କରୁଥିବା ନାରୀମାନଙ୍କୁ କୁହ, ସେମାନେ ତଳକୁ ଦୃଷ୍ଟି ନିକ୍ଷେପ କରିବେ ଓ ସେମାନଙ୍କ ସତୀତ୍ୱ ରକ୍ଷାକରିବେ ଏବଂ ସେମାନଙ୍କ ଲୁକ୍କାୟିତ ସୌନ୍ଦର୍ଯ୍ୟ ପରିପ୍ରକାଶିତ କରିବେ ନାହିଁ।… ସେମାନେ ଏପରି ପଦପାତ ନ କରନ୍ତୁ ଯାହା ସେମାନଙ୍କ ଲୁକ୍କାୟିତ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଆକର୍ଷଣ କରିବ। ହେ ମୋତେ ବିଶ୍ୱାସ କରୁଥିବା ନାରୀ ଓ ପୁରୁଷ, ପରମେଶ୍ୱର ଆଲ୍ଲାଙ୍କ ଆଡ଼କୁ ମୁହଁକରି ଅନୁଶୋଚନା କର, ଯଦ୍ଦ୍ବାରା ତମେ ସଫଳ ହୋଇପାରିବ।“
ପରମେଶ୍ୱର ପ୍ରଫେଟ୍‌ (ସଲ୍ଲଲ୍ଲାହୁ ଅଲୈହି ୱସ୍‌ଲ୍ଲମ୍‌)ଙ୍କୁ ପରଦା ସମ୍ପର୍କିତ କହିଥିବା କଥା ହିଁ ଏତିକି। ବାକି ସବୁ ଶୁଣାକଥା, ବ୍ୟକ୍ତିଗତ ମତ ବା ନିଜକୁ ସୁହାଉଥିବା ମିଥ୍ୟା। କୋରାନ୍‌ର ଅନ୍‌-ନୁର୍‌ ସୁରା (୨୪ତମ ଅଧ୍ୟାୟ)ର ଆୟତ ୩୦ ଓ ୩୧ ‘ହିଜାବ ଆୟତ’ ନାମରେ ଜନପ୍ରିୟ, ଯଦିଓ ଏଠାରେ ବା ସମ୍ପୂର୍ଣ୍ଣ କୋରାନ୍‌ରେ କେଉଁଠି ବି ‘ହିଜାବ’ ଶବ୍ଦ ସ୍ଥାନ ପାଇନାହିଁ। (ଆନ୍ନା ପିଏଲ୍‌, ଜେଷ୍ଟର ଡେଲି, ୬ ଏପ୍ରିଲ ୨୦୨୨)। କୋରାନ୍‌ରେ ଖିମାର (ପୋଷାକ) ଓ ଜିଲ୍‌ବାବ୍‌ (ଓଢ଼ଣି), ଏଇ ଦୁଇଟି ଆରବୀ ଶବ୍ଦ ଅଛି। ‘ହିଜାବ ଆୟତ’ ଓ ଆଲୋଚ୍ୟ ଅଧ୍ୟାୟର ଆୟତ ୫୮ ରୁ ୬୧ ପଢ଼ିଲେ ପରମେଶ୍ୱରଙ୍କ ଇଚ୍ଛା, ବଢ଼ିଲା ଝିଅର ସୁରକ୍ଷା ଓ ସତୀତ୍ୱ ତଥା ସୁନ୍ଦର ପୁରୁଷର ପବିତ୍ରତା ରକ୍ଷା ପାଇଁ ଉଦ୍ଦିଷ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।
ଏଇ ଗତ ୧୩ ସେପ୍ଟେମ୍ବର ଇରାନ୍‌ର ସାକ୍ୱେଜ ସହରର ବାସିନ୍ଦା ୨୨ବର୍ଷୀୟା ମହସା ଅମିନ୍‌ (ଜିନା), ତେହରାନ୍‌ ବୁଲିବାକୁ ଯାଇଥିବାବେଳେ ଗୋଟିଏ ମେଟ୍ରୋଷ୍ଟେଶନ ପାଖରେ ଇରାନ୍‌ ପୋଲିସ ତାଙ୍କୁ ଗିରଫ କଲା। ଅଭିଯୋଗ, ସେ ଠିକ୍‌ଭାବେ ‘ହିଜାବ’ ପିନ୍ଧିନାହାନ୍ତି, ତେଣୁ ତାଙ୍କ କେଶ ସମ୍ପୂର୍ଣ୍ଣ ରୂପେ ଆବୃତ୍ତ ହୋଇପାରିନାହିଁ। ମାତ୍ର ୩ଦିନ ପୋଲିସ କଷ୍ଟଡିରେ ରହିବା ଭିତରେ ସେପ୍ଟେମ୍ବର ୧୬ରେ ମସ୍ତିଷ୍କରେ ଆଘାତ ହୋଇଥିବା ହେତୁ ସୃଷ୍ଟ କ୍ଷତ ସହିତ ତାଙ୍କ ମୃତଦେହ ପୋଲିସ ପାଖରୁ ମିଲିଲା (୨୫ ଅକ୍ଟୋବର, ହିନ୍ଦୁସ୍ଥାନ ଟାଇମ୍ସ)। ଏହାପରେ ବିଶ୍ୱ ସାରା ବିରୋଧ ଓ କେବଳ ଇରାନରେ ବର୍ତ୍ତମାନ ସୁଦ୍ଧା ୯୨ଜଣ ବିକ୍ଷୋଭକାରୀ ପୋଲିସ ହତ୍ୟାର ଶିକାର ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ପୋଲିସ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ତରୁଣୀଙ୍କ ଦୁର୍ଦ୍ଦଶା ବଖାଣିଛନ୍ତି ମୌଲବୀ ଅବଦୁଲ୍‌ ହମିଦ୍‌ (୩ ଅକ୍ଟୋବର, ଇଣ୍ଡିଆ ଟୁଡେ)। ଇରାନ ଶାସକ ଖେଇମିନି ୭ ମାର୍ଚ୍ଚ ୨୦୨୨ରେ ‘ହିଜାବ୍‌’ ହୁକୁମନାମାର ପୁନଃ ପ୍ରଚଳନ କଲେ। ନାରୀର ସାମାଜିକ ଓ ସାଂସ୍କୃତିକ ସୁରକ୍ଷା ବାହାନାରେ ହିଜାବର ଓକିଲାତି କରୁଥିବା ପୂଜକ ଓ ଶାସକମାନେ ସତରେ କ’ଣ ସେଥିପାଇଁ ବାସ୍ତବରେ ପ୍ରତିବଦ୍ଧ? ତା’ହେଲେ କେମିତି ମାସେ ମଧ୍ୟରେ ହତ୍ୟାହେଲେ ୯୩ ଜଣ ନିରପରାଧ ମଣିଷ, ‘ହିଜାବ’କୁ ଢାଲକରି। ଆଇନର ତର୍ଜମା ହୁଏ ସାମୂହିକ ସ୍ବାର୍ଥକୁ ନେଇ, ନିରପରାଧ ବ୍ୟକ୍ତିକୁ ନ୍ୟାୟ ଦେବାପାଇଁ। ଏଠାରେ ଉଲ୍ଲେଖଯୋଗ୍ୟ, ହନାଫି ଆଇନ ବିଶେଷଜ୍ଞ ଇବନ୍‌ ଆବାସ୍‌ଙ୍କ ନେତୃତ୍ୱରେ ହନାଫି ବିଚାରପତିମାନଙ୍କ ଏକ ବୃହତ୍‌ ଖଣ୍ଡପୀଠ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, ‘ମୁଖମଣ୍ଡଳ ଓ ହାତ ସହିତ ତରୁଣୀଟି ନିଜର ସମସ୍ତ ଶୃଙ୍ଗାର ଓ ସୁନ୍ଦର ଆଭୂଷଣକୁ ଉନ୍ମୁକ୍ତ ରଖି ସର୍ବସାଧାରଣରେ ବିଚରଣ କରିପାରିବ ଓ ତରୁଣୀଟିର ପୋଷାକ ଏପରି ହେବ ଯେ ତା’ର ମୁହଁ ଓ ବେନି ହାତ ଉନ୍ମୁକ୍ତ ରହିପାରିବ (ଆହକାମ୍‌-ଉଲ୍‌ କୋରାନ୍‌, ଅଲ୍‌ ଜାମ୍ମାସ୍‌, ଖଣ୍ଡ-୩, ପୃ: ୩୮୮-୩୮୯)।“ ଖେଇମିନି ଅନ୍ତତଃ ଏଇ ତର୍ଜମାଟିକୁ ମାନିଥିଲେ, ଯାହା ଲକ୍ଷ ଲକ୍ଷ ପରମ ଧାର୍ମିକ ମୁସଲମାନମାନେ ମାନୁଛନ୍ତି, କେଶ ଦିଶୁଛି ବାହାନା ଦେଖାଇ କ୍ରୂର ପୋଲିସ ନା ମହସା ଅମିନ୍‌ଙ୍କୁ ଗିରଫ ଓ ହତ୍ୟା କରିଥାନ୍ତା, ନା ଶାସନତନ୍ତ୍ର ୯୨ ଜଣ ନିରପରାଧ ମଣିଷଙ୍କୁ ମହସାଙ୍କ ସମର୍ଥକ ବୋଲି ହତ୍ୟାକରିଥାନ୍ତା।
ଇରାନ୍‌ର ଶାସକ ଖେଇମିନିଙ୍କ ହୁକୁମନାମା ଯେପରି ଇରାନ୍‌କୁ ଅଶାନ୍ତ କରିଦେଇଛି, ଭାରତର କର୍ନାଟକ ସରକାରଙ୍କ କର୍ନାଟକ ଏଜୁକେଶନ ଆକ୍ଟ-୧୯୮୩ ର ଧାରା ୧୩୩(୨) ଆଧାରରେ ସ୍କୁଲକଲେଜଗୁଡ଼ିକରେ ନିର୍ଦ୍ଧାରିତ ୟୁନିଫର୍ମ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ପାଇଁ ଗତ ୫ଫେବୃୟାରୀରେ ଆଦେଶନାମା ଆଣିବା ଓ ୨ଦିନ ପରେ ୩ଜଣ ଇସ୍‌ଲାମ ଧର୍ମାବଲମ୍ବୀ ଛାତ୍ରୀ ଉଡୁପିସ୍ଥିତ ଏକ ସରକାରୀ ମହିଳା ମହାବିଦ୍ୟାଳୟକୁ ‘ହିଜାବ’ ପିନ୍ଧି ଆସିବାରୁ ସେମାନଙ୍କୁ ମହାବିଦ୍ୟାଳୟରେ ପ୍ରବେଶ କରିବାର ଅନୁମତି ନ ମିଳିବା ପରେ ଦେଶ ସାରା ବ୍ୟାପକ ବିରୋଧ, ହରତାଳ ଓ ହୁଲ୍‌ସ୍ତୂଲ୍‌ କଶ୍ମୀରଠାରୁ କନ୍ୟାକୁମାରୀ। ଇରାନ୍‌ରେ ‘ହିଜାବ’ ନ ପିନ୍ଧିବା ପାଇଁ ଓ ଭାରତରେ ‘ହିଜାବ୍‌’ ପିନ୍ଧିବା ପାଇଁ ଏଇ ତରୁଣୀମାନେ ତପତ୍ର ଓ ମୁଖର।
ଶିକ୍ଷାନୁଷ୍ଠାନରେ ଗୋଟିଏ ନିର୍ଦ୍ଦିଷ୍ଟ ୟୁନିଫର୍ମର ପକ୍ଷଧର କର୍ନାଟକ ସରକାରଙ୍କ ଯୁକ୍ତି ଯେ ଏହି ବ୍ୟବସ୍ଥା ସମାନତା, ପୂର୍ଣ୍ଣତା ଓ ଆଇନର ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ‘ହିଜାବ’ ସମର୍ଥକଙ୍କ ଯୁକ୍ତି, କିଏ କ’ଣ ପିନ୍ଧିବ ନ ପିନ୍ଧିବ ଏହା ତା’ର ପସନ୍ଦର ବିଷୟ। ପ୍ରଚଳିତ ଆଦେଶନାମା, ବ୍ୟକ୍ତି ସ୍ବାଧୀନତା ଉପରେ ସରକାରୀ ଆକ୍ରମଣ ଯାହା। ଶିକ୍ଷାନୁଷ୍ଠାନରେ ହିଜାବ ବନ୍ଦକରିବା ଦ୍ୱାରା ଶିକ୍ଷାରେ ପଛୁଆ ମୁସ୍‌ଲିମ୍‌ ତରୁଣୀମାନେ ଶିକ୍ଷାଲାଭରୁ ବଞ୍ଚତ୍ତ ହେବେ। ରାଷ୍ଟ୍ର ପାଇଁ ‘ଆଇନ’ ଆଗ ନା ‘ଶିକ୍ଷା’ ଆଗ। ଆଫଗାନିସ୍ତାନରେ ପ୍ରଥମଥର ଯେତେବେଳେ ତାଲିବାନ୍‌ ସରକାର କ୍ଷମତାକୁ ଆସିଲା, ସ୍କୁଲ କଲେଜରେ ହିଜାବ/ ବୁର୍ଖା ବାଧ୍ୟତାମୂଳକ ନ ଥିଲା । ସେତେବେଳେ ଦେଶର ସମୁଦାୟ ଶିକ୍ଷକଙ୍କ ମଧ୍ୟରୁ ୭୦ ପ୍ରତିଶତ, ପ୍ରଶାସନିକ ସେବାରେ ୫୦ପ୍ରତିଶତ ଓ ଡାକ୍ତରମାନଙ୍କ ମଧ୍ୟରେ ୪୦ ପ୍ରତିଶତ ମହିଳା କର୍ମଜୀବୀ ଥିଲେ। ପରିସଂଖ୍ୟାନ କହୁଛି ଯେ ୪୯ଟି ମୁସଲିମ୍‌ ସଂଖ୍ୟା ଗରିଷ୍ଠ ଦେଶ ମଧ୍ୟରୁ କେବଳ ଇରାନ୍‌ ଓ ସାଉଦି ଆରବ (ସମୟ ବିଶେଷରେ ତାଲିବାନୀ ଆଫଗାନିସ୍ତାନ) ‘ହିଜାବ’ ବାଧ୍ୟତାମୂଳକ କରିଛନ୍ତି।
ତରୁଣୀଙ୍କ ସତୀତ୍ୱ ଓ ସୁରକ୍ଷା ପାଇଁ ହିଜାବ/ଓଢ଼ଣି ଜରୁରୀ ନା ସାମ୍ନାରେ ଠିଆହୋଇଥିବା ପୁରୁଷର ଚରିତ୍ର ମହତ୍ତ୍ୱପୂର୍ଣ୍ଣ ? ଏ ମାଟି ଦେଖିଛି ଆଲ୍ଲାଉଦ୍ଦିନ୍‌ର କାମୁକ ଆଖି ଓ ପଦ୍ମାବତୀଙ୍କ ‘ଜହରବ୍ରତ’କୁ, ମହାନ୍‌ ଆକବରଙ୍କ ଯୌନ ପିପାସାର ସାକ୍ଷୀ ତାଙ୍କ ‘ହାରେମ୍‌’କୁ, ଦେଖିଛି ନରକାସୁର ଓ ତା’ଦ୍ୱାରା ଅତ୍ୟାଚାରିତ ୧୬୧୦୦ ନିର୍ଦ୍ଦୋଷ ତରୁଣୀଙ୍କ ଦୁଃଖକୁ। ଏ ଦେଶର କିସ୍କିନ୍ଧା ଶୁଣିଛି, ଯେତେବେଳେ ହନୁମାନ ଜଙ୍ଗଲରେ ପଡ଼ିଥିବା ଆଭୂଷଣକୁ ଦେଖାଇବାରୁ ଏ ସବୁ ସୀତାମାତାଙ୍କ ନା’ ନୁହେଁ ଲକ୍ଷ୍ମଣଙ୍କୁ ପଚରାଗଲା- ଲକ୍ଷ୍ମଣ କହୁଛନ୍ତି, ”ମୁଁ ବାଜୁବନ୍ଧ ବା କାନଫୁଲ ଚିହ୍ନିପାରୁନି, କିନ୍ତୁ ଏଇ ପାଉଁଜିଟି ଚିହ୍ନିପାରୁଛି। ଏଇଟି ଭାଉଜଙ୍କ ପାଦରେ ଶୋଭାପାଉଥିଲା। ମୁଁ କେବେ ତାଙ୍କ ପାଦ ଉପରକୁ ଚାହିଁନାହିଁ। କେମିତି ଜାଣିବି ଏଇସବୁ ବାଜୁବନ୍ଧ ବା କୁଣ୍ଡଳ ତାଙ୍କର କି ନୁହେଁ? (ବାଲ୍ମୀକି ରାମାୟଣ, କିସ୍କିନ୍ଧା କାଣ୍ଡ, ଷଷ୍ଠସର୍ଗ)
ଧର୍ମଶାଳା, ହିମାଚଳ ପ୍ରଦେଶ
ମୋ- ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri