Posted inଫୁରସତ

ସମାଜଧର୍ମୀ କାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ର ୨୦ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ସହ ଉନ୍ନତି ଲକ୍ଷ୍ୟରେ ୨୦୧୭ ମସିହାରେ ଗଠନ କରିଥିଲେ ‘ପଠାଣି ସାମନ୍ତ ପୂଜ୍ୟପୂଜା ଅନୁଷ୍ଠାନ’। ସେବେଠୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବିଭିନ୍ନ ଅଞ୍ଚଳକୁ ସଫାସୁତୁରା କରିବା, ସେଠାରେ ଅନୁଷ୍ଠିତ ଅନେକ ଯାନିଯାତ୍ରାରେ ଜନଗହଳିକୁ ଦୃଷ୍ଟି ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବ୍ୟାପକ ବୃକ୍ଷରୋପଣ, ଜଳ ସଂରକ୍ଷଣ ଉପରେ ସେମିନାର, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିଆସୁଛି। ସଦସ୍ୟମାନଙ୍କ ଏଭଳି ସମାଜଧର୍ମୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନେକ ଯୁବତୀଯୁବକ ଏଥିରେ ଯୋଗଦେବାକୁ ଆଗେଇ ଆସିଛନ୍ତି। ତେବେ ୧୦ଜଣ ସଦସ୍ୟଙ୍କୁ ନେଇ ଅନୁଷ୍ଠାନର ପରିଚାଳନା କମିଟି ଗଠନ ହୋଇଥିବା ବେଳେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୩୫ରେ ପହଞ୍ଚତ୍ଛି। ଇତିମଧ୍ୟରେ ଅନୁଷ୍ଠାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ଅଧୀନ ଖଣ୍ଡପଡ଼ା, ରାଣୀପଡ଼ା, ଢୋଲମରା ପଞ୍ଚାୟତର ବରପଲ୍ଲୀ, ବାଣପୁର ପଞ୍ଚାୟତର ଚୈତନ୍ୟପୁର, ବାଇଗୁଣିଆ ଆଦି ଅଞ୍ଚଳରେ ୧୬ଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି। ଗତ ବିଶ୍ୱ ମହିଳା ଦିବସ ଅବସରରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜବ୍‌ ଆଶାୟୀ ପ୍ରାର୍ଥୀଙ୍କୁ ବିଭିନ୍ନ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ ଅନେକ ସମୟରେ କୁଇଜ୍‌ ପ୍ରତିଯୋଗିତା, ଫୁଟ୍‌ବଲ ଓ ଭଲି ଟୁର୍ନାମେଣ୍ଟ ଆୟୋଜନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି। ଗତ ୧୬ ତାରିଖରେ ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଛାତ୍ରୀଛାତ୍ରମାନଙ୍କୁ ନେଇ ସହର ପରିକ୍ରମା କରାଯାଇ ବିଭିନ୍ନ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଭାପତି ଜୟରାମ ଦାସ କୁହନ୍ତି, ”ଆରମ୍ଭରୁ କୌଣସି ସରକାରୀ ଅନୁଦାନ ନ ମିଳିଥିଲେ ହେଁ ସଦସ୍ୟମାନେ ନିଜ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଆସୁଛୁ। ଆମ ଦ୍ୱାରା ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ମଙ୍ଗଳ ହୋଇ ପାରୁଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।“ ତେବେ ପ୍ରଥମଥର ପାଇଁ ଅନୁଷ୍ଠାନକୁ ସ୍ପୋଟର୍‌ସ ଆକ୍‌ଟିଭିଟି ଏବଂ କ୍ୟାରିୟର ମେଳା ପାଇଁ ଗତ ବର୍ଷ ୧୮ ହଜାର ଓ ୧୫ ହଜାର ଟଙ୍କା ମିଳିଥିବାରୁ ଆମେ ବେଶ୍‌ ଖୁସୀ ଏବଂ ଏହା ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବ ବୋଲି ସମ୍ପାଦକ ମହେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ଭବିଷ୍ୟତରେ ଅନୁଷ୍ଠାନକୁ ବୃଦ୍ଧି କରାଇବା ସହ ଅଧିକରୁ ଅଧିକ ସମାଜଧର୍ମୀ କାର୍ଯ୍ୟ କରି ଜନସାଧାରଣଙ୍କ ସହାୟତା କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।
– ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri