ନବଦିଗନ୍ତ

ନୂଆବର୍ଷ ଆରମ୍ଭ ସହିତ ମନରେ ବି ଅସୁମାରି ସ୍ବପ୍ନ। ସଫଳ କ୍ୟାରିୟର ଗଢ଼ି ନିଜକୁ ରୋଜଗାରକ୍ଷମ କରିବାକୁ ଏକ ନୂଆ ସଂକଳ୍ପ। ଆଉ ଏହା ସେହିମାନଙ୍କ କ୍ଷେତ୍ରରେ ସାକାର ହୁଏ ଯାହା ପାଖରେ ଥାଏ ଗଭୀର ନିଷ୍ଠା, ଦୃଢ଼ ମନୋବଳ ଓ ଅବିରତ ପ୍ରଚେଷ୍ଟା। ତେବେ ନିଜ ଉଦ୍ୟମ ବଳରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଯୁବସମାଜ ପାଇଁ ପ୍ରେରଣା ସାଜିଥିବା କେତେଜଣ ଯୁବ ଉଦ୍ୟୋଗୀଙ୍କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ରୋଜଗାରକ୍ଷମ ହେବାକୁ କିଏବା ନ ଚାହେଁ! ହେଲେ ଅଧିକ ପାଠ ପଢ଼ି ଭଲ ଚାକିରି କରିବା ହିଁ ଯୁବପିଢ଼ିଙ୍କ ପାଇଁ ରୋଜଗାର କରିବାର ଏକମାତ୍ର ବଳିଷ୍ଠ ମାଧ୍ୟମ; ଏହାକୁ ନେଇ ଅନେକଙ୍କ ମନରେ ଥିବା ଭାବନାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ସେମାନେ। ଆଉ ନିଜ ଉଦ୍ୟମ ବଳରେ ରୁଚି ରଖୁଥିବା ବିଭିନ୍ନ ଦିଗରେ ସଫଳତା ସାଉଁଟି ସେମାନେ ସାଜିଛନ୍ତି ଯୁବସମାଜ ପାଇଁ ପ୍ରେରଣା। ଖାଲି ଏତିକି ନୁହେଁ, ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ ହେବାର ଦେଇଛନ୍ତି ସୁଯୋଗ। ସେହିଭଳି କେତେଜଣ ସଫଳ ଯୁବ ଉଦ୍ୟୋଗୀଙ୍କ ସମ୍ପର୍କରେ…
ଉଦ୍ୟମ ହିଁ ସଫଳତାର
ଚାବିକାଠି
ସୁନ୍ଦର ତଥା ଆକର୍ଷଣୀୟ ହୋମ୍‌ ଡିଜାଇନ୍‌ କରିବାରେ ରହିଛି ତାଙ୍କର ବିଶେଷ ଦକ୍ଷତା। ଯେଉଁଥିପାଇଁ ସେ ଖୁବ୍‌ କମ୍‌ ବୟସରୁ ଏ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ହୋଇପାରିଛନ୍ତି ସକ୍ଷମ। ସେ ହେଉଛନ୍ତି କଟକ ବାସିନ୍ଦା ରଞ୍ଜିତା ମହାପାତ୍ର ଏବଂ ବରୁଣ କୁମାର ପତିଙ୍କ ପୁଅ ଅଭିଳାଷ। ମାତ୍ର ୧୫ ବର୍ଷ ବୟସରୁ ସେ ନିଜ ଫ୍ୟାମିଲି ବିଜ୍‌ନେସ୍‌ରେ ଯୋଗଦେବାକୁ ମନ ବଳାଇଥିଲେ। ଗ୍ରାଜୁଏଶନ୍‌ ପଢ଼ା ପରେ ସେ ଏକ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ହେଲେ ନିଜର ନୂଆ ଘର ତିଆରି ହେବା ବେଳେ ସେ ଏହାର ଉଭୟ ଆଉଟର ଏବଂ ଇଣ୍ଟେରିଅର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ, ଯାହାକି ସମ୍ପୂର୍ଣ୍ଣ ହେବା ପରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସଭିଙ୍କ ପ୍ରଶଂସା ତାଙ୍କୁ ଏକ ନୂଆ ଦିଗ ଆଡ଼କୁ ମୁହଁାଇଥିଲା। ଦୃଢ଼ ଇଚ୍ଛା ଓ ଉଦ୍ୟମ ହିଁ ସଫଳତାର ଚାବିକାଠି ବୋଲି ବିଶ୍ୱାସ ରଖୁଥିବା ଅଭିଳାଷ କାହା ଅଧୀନରେ କାର୍ଯ୍ୟ ନ କରି ନିଜସ୍ବ ଏକ ସଂସ୍ଥା ଆରମ୍ଭ କରିବାକୁ ମନସ୍ଥ କଲେ। ଆଉ ୨୦୧୭ରେ ପ୍ରତିଷ୍ଠା କଲେ ଇଣ୍ଟେରୋ ହବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ। ମାତ୍ର ୧୨ ହଜାର ଟଙ୍କା ରେଜିଷ୍ଟ୍ରେଶନ୍‌ ଫି ଦେଇ ଆରମ୍ଭ କରିଥିବା ତାଙ୍କର ଏହି ସଂସ୍ଥାରେ ବର୍ତ୍ତମାନ ବାର୍ଷିକ ଆୟ ପ୍ରାୟ ୨.୫ କୋଟିରେ ପହଞ୍ଚତ୍ପାରିଛି। ନିଜ ସଂସ୍ଥା ମାଧ୍ୟମରେ ସେ ବର୍ତ୍ତମାନ ସୁଦ୍ଧା ୬ ଜଣ ସହଯୋଗୀଙ୍କ ସହ ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତ କରିପାରିଛନ୍ତି। ଆଗକୁ ସେ ନିଜ ସଂସ୍ଥାରେ ଆହୁରି ଅନେକ କର୍ମଚାରୀଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କଟକ ଏବଂ ଭୁବନେଶ୍ୱରରେ ତାଙ୍କର ଅଫିସ ଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଲାଟେଷ୍ଟ ଇଣ୍ଟେରିଅର ଡିଜାଇନ୍‌, ହୋମ୍‌ ପ୍ଲାନ୍‌ ଆଦି ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ତେବେ ନିଜ ସମସ୍ତ ସଫଳତା ପଛରେ ଅଭିଭାବକଙ୍କ ପ୍ରୋତ୍ସାହନ ସହ ପନତ୍ୀ ତଥା ନିଜ କମ୍ପାନୀର କୋ-ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ଇଶାନୀ ପତିଙ୍କ ସହଯୋଗ ରହିଥିବା ପ୍ରକାଶ କରନ୍ତି।
ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ
କରାଇବା ଲକ୍ଷ୍ୟ
ନୂଆ ନୂଆ ସ୍ଥାନ ବୁଲିବା ତାଙ୍କର ରୁଚି। କୌଣସି ଭଲ ସ୍ଥାନ ଦେଖିଲେ, କ’ଣ ସବୁ ସୁବିଧା ଉପଲବ୍ଧ ରହିଲେ ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବାକୁ ଆକୃଷ୍ଟ ହେବେ ସେ ଯୋଜନା ତାଙ୍କ ମନକୁ ବାରମ୍ବାର ଆସେ। ବାସ୍‌ ଏହି ଭାବନାକୁ ସେ ନିଜସ୍ବ ଉଦ୍ୟମରେ ଜୀବନ୍ତ ରୂପ ଦେଇ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ସେ ହେଉଛନ୍ତି ଓ୍ବଣ୍ଡର ଲଷ୍ଟର ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଓଡ଼ିଶାଭିତ୍ତିକ ପର୍ଯ୍ୟଟନ କମ୍ପାନୀର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୌରଭ ସ୍ବପ୍ନିଳ ଦତ୍ତ। ପାଠପଢ଼ା ସମୟରୁ ପାହାଡ଼ ଚଢ଼ିବା, ନଈରେ ପହଁରିବା ଭଳି ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାରେ ତାଙ୍କୁ ମିଳେ ଆନନ୍ଦ। ବୟସ ବଢ଼ିବା ସହ ଧୀରେ ଧୀରେ ଏହା ତାଙ୍କର ନିଶା ପାଲଟିଗଲା ଏବଂ ମାତ୍ର ୧୮ ବର୍ଷ ବୟସରେ ହିଁ ସେ ଏକ ସଂସ୍ଥା ଆରମ୍ଭ କଲେ। ଆଉ ଏହା ସାହାଯ୍ୟରେ କେବଳ ନିଜେ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଏଭଳି ରୋମାଞ୍ଚକର ଅନୁଭୂତି ସାଉଁଟିବାର ସୁଯୋଗ ଦେବାକୁ ଅଣ୍ଟା ଭିଡ଼ିଲେ। ନିଜର ନିଆରା ରୁଚିକୁ ପୂରଣ କରିବା ସହ ନିଜ ସଂସ୍ଥାର ଅଧିକ ଉନ୍ନତି ଲାଗି ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜମ୍‌ ଆଣ୍ଡ୍‌ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟରେ ଟୁରିଜମ୍‌ ମ୍ୟାନେଜମେଣ୍ଟ ସମାପ୍ତ କଲେ। ଏହାପରେ ୨୦୨୦ରେ ନିଜସ୍ବ କମ୍ପାନୀ ପ୍ରତିଷ୍ଠା କଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡ଼ିଶାର ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀକୁ ଲୋକଲୋଚନକୁ ଆଣିବା ଏବଂ ସେଠାରେ ପର୍ଯ୍ୟଟକ ଓ ଯୁବଗୋଷ୍ଠୀଙ୍କ ବଜେଟକୁ ସୁହାଇଲା ଭଳି ସମସ୍ତ ସେବା ଉପଲବ୍ଧ କରାଇବା। ସେଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ ପୁରୀ ଜିଲାର ରାମଚଣ୍ଡୀଠାରେ ସେ ୨ଟି କ୍ୟାମ୍ପସ୍‌ ସାଇଟ୍‌ ପରିଚାଳନା କରୁଛନ୍ତି। ଜନଗହଳିଠାରୁ ଦୂରରେ ଏହି ୨ଟି କ୍ୟାମ୍ପସ୍‌ ସାଇଟ୍‌ ପର୍ଯ୍ୟଟକଙ୍କୁ ପ୍ରକୃତିର ନିକଟତର କରିବା ସଙ୍ଗେ ସଙ୍ଗେ ଟେଣ୍ଟରେ ରହିବା, ବର୍ନ ଫାୟାରର ମଜା ନେବା ଏବଂ ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ପ୍ରକୃତିକୁ ଉପଭୋଗ କରିବାରେ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି। ନିଜ ମା’ବାପା (ସୌଭାଗ୍ୟଲକ୍ଷ୍ମୀ ଏବଂ ସରୋଜ କୁମାର ଦତ୍ତ)ଙ୍କୁ ପ୍ରେରଣାର ଉତ୍ସ ମାନୁଥିବା ସୌରଭ ଭୋକାଲ୍‌ ଫର୍‌ ଲୋକାଲ୍‌ ସ୍ଲୋଗାନ୍‌କୁ ଯଥାର୍ଥ କରି ଆମେ ଆମର କ୍ୟାମ୍ପସ୍‌ ସାଇଟ୍‌ରେ ସ୍ଥାନୀୟ ଶିକ୍ଷିତ ଏବଂ କୁଶଳୀ ଯୁବତୀ ଯୁବକମାନଙ୍କୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିଛନ୍ତି। ସ୍ଥାୟୀ ରୂପେ ୬ଜଣ ଯୁବକ ଏବଂ ଚୁକ୍ତିଭିତ୍ତିରେ ୬ଜଣ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛୁ। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଅନୁସୂଚିତ ଜନଜାତିର ଅଟନ୍ତି। ଏହାଛଡ଼ା ସେ ସ୍ଥାନୀୟ କ୍ଷୁଦ୍ରଚାଷୀମାନଙ୍କୁ ନେଇ ଜୈବିକ ପ୍ରଣାଳୀରେ ପ୍ରସିଦ୍ଧ କନ୍ଧମାଳ ହଳଦୀ ଓ ଅନ୍ୟାନ୍ୟ ଋତୁଭିତ୍ତିକ ପନିପରିବା ଚାଷ କରାଉଛନ୍ତି। ଏହାଦ୍ୱାରା କ୍ଷୁଦ୍ର ଚାଷୀମାନେ ଉପକୃତ ହେବା ସହ ଜୈବ ଉତ୍ପାଦମାନଙ୍କର ଚାହିଦା ବୃଦ୍ଧି ହେଉଛି। ସ୍ଥାନୀୟ ନୃତ୍ୟ, ସଙ୍ଗୀତ ଏବଂ କଳାକୁ ମଧ୍ୟ ସେ ପ୍ରୋତ୍ସାହିତ କରିଆସୁଛନ୍ତି; ଯାହାକି ଏହି କଳାକୁ ଉଜ୍ଜୀବିତ ରଖିବା ସହ କଳାକାରମାନଙ୍କୁ କିଛି ମାତ୍ରାରେ ଜୀବିକା ନିର୍ବାହରେ ସହାୟକ ହୋଇପାରୁଛି।
ଅନ୍ୟକୁ ରୋଜଗାର
ଯୋଗାଇବାର ଆନନ୍ଦ ନିଆରା
ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇ ଦେବାକୁ ସର୍ବଦା ପ୍ରଚେଷ୍ଟା କରି ଆସିଛନ୍ତି ସେ। ଆଉ ଅହରହ ଉଦ୍ୟମ ବଳରେ ଆଜି ନିଜର ଏହି ସ୍ବପ୍ନକୁ ସଫଳ କରାଇ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି କଟକ ଚୌଦ୍ୱାର ଅଞ୍ଚଳରେ ରହୁଥିବା ଶାନ୍ତିଲତା ଏବଂ ନନ୍ଦକିଶୋର ସାହୁଙ୍କ ପୁଅ ରାକେଶ କୁମାର। ଆଜିର ବ୍ୟସ୍ତବହୁଳ ସମୟରେ ସୁସ୍ଥ ରହିବା ଲାଗି ଏକ୍ସରସାଇଜ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିପାଇଁ ଅନେକେ ଜିମ୍‌ ଉପରେ ନିର୍ଭର କରୁଛନ୍ତି। ତେଣୁ ଦିନକୁ ଦିନ ପ୍ରତିଟି ଛୋଟ ବଡ଼ ସହରରେ ଜିମ୍‌ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଆଖିଆଗରେ ରଖି ୨୦୧୨ରେ ରାକେଶ ପ୍ରତିଷ୍ଠା କଲେ ମହାବୀର ଜିମ୍‌ ଇଣ୍ଡଷ୍ଟ୍ରୀ; ଯେଉଁଥିରେ ସେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଜିମ୍‌ରେ ବ୍ୟବହୃତ ଉପକରଣ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ତାଙ୍କ ଉପକରଣଗୁଡ଼ିକ କେବଳ କଟକ, ଭୁବନେଶ୍ୱର କିମ୍ବା ଓଡ଼ିଶାର ବିଭିନ୍ନ ସ୍ଥାନ ବ୍ୟତୀତ ପଞ୍ଜାବ, ଛତିଶଗଡ଼, ରାଞ୍ଚତ୍ ଏବଂ ବାଂଲାଦେଶରେ ମଧ୍ୟ ବିକ୍ରି ହେବାକୁ ଯାଉଛି। ତେବେ ମାତ୍ର ୧ ଲକ୍ଷ ଟଙ୍କା ବ୍ୟୟ କରି ଆରମ୍ଭ କରିଥିବା ତାଙ୍କର ଏହି ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ୩୦ କୋଟିରେ ପହଞ୍ଚତ୍ପାରିଛି। ନିଜ ଇଣ୍ଡଷ୍ଟ୍ରୀରେ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ରୋଜଗାରର ପନ୍ଥା ଯୋଗାଇ ପାରିଥିବାରୁ ବେଶ୍‌ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରନ୍ତି ରାକେଶ।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?