ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ

କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ ଜୀବନ ଯାଇଛି। କୋଟି କୋଟି ଲୋକ ସଂକ୍ରମିତ ହୋଇ ଯନ୍ତ୍ରଣା ଭୋଗିଛନ୍ତି। ପ୍ରତି ମୁହୂର୍ତ୍ତରେ କେହି ନା କେହି ଆତ୍ମୀୟସ୍ବଜନ ପୀଡ଼ିତ ହେବାର କିମ୍ବା ଚାଲିଯିବାର ଖବର ଆମ ପାଖରେ ପହଞ୍ଚତ୍ଛି। ମଣିଷ ଏବେ ଯେମିତି ଗୋଟିଏ ଆଶଙ୍କାର ବଳୟ ଭିତରେ ଗଣି ଗଣି ନିଃଶ୍ୱାସ ନେଉଛି। ପରିସ୍ଥିତି ଏମିତି ହୋଇଛି ଯେ, ମଣିଷ ଆଜିର ଦିନଟିକୁ ବଞ୍ଚତ୍ୟିବାକୁ ହିଁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ଭାବୁଛି।
ମଣିଷର ଏହି ଦୁଃଖ, ଦୈନ୍ୟ ଏବଂ ଯନ୍ତ୍ରଣାର କାହାଣୀ ବି ଦୈନିକ ରାଶି ରାଶି ହୋଇ ଲେଖା ହେଉଛି। ଖବରକାଗଜ ପୃଷ୍ଠା ଓଲଟାଇଲେ ଯନ୍ତ୍ରଣାର ଚିତ୍ର ସବୁ ଶବ୍ଦ ମାଧ୍ୟମରେ ଉକୁଟି ଆସୁଛି। ଟେଲିଭିଜନ ପୃଷ୍ଠାରେ ବି ସେଇ ଏକା କଥା। କରୋନା ବିରୋଧରେ ମଣିଷର ସଂଘର୍ଷର କାହାଣୀ ଦେଖି ଆଖିରୁ ଲୁହ ନିଗିଡି ଆସୁଛି। ପ୍ରକୃତିର କୋପ ଆଗରେ ମଣିଷ ସତରେ ଅସହାୟ, ପ୍ରକୃତିଗତ ବିଭୀଷିକା ଆଗରେ ମଣିଷର ପ୍ରସ୍ତୁତିଯେ କେତେ ନୂ୍ୟନ, ତାହା ବାରବାର ପ୍ରମାଣିତ ହୋଇଛି। ଏହି ମର୍ମରେ ଏତେ ଲେଖାଯାଇଛି ଆଉ ଏତେ ଦେଖାଯାଇଛି ଯେ, ବୋଧହୁଏ କରୋନାକୁ ନେଇ ଆଉ ବିଶେଷ କିଛି ଲେଖାହେବାର କିମ୍ବା ଦେଖାହେବାର ଆବଶ୍ୟକତା ନାହିଁ ଏକଥା ଜଣେ ଲେଖକର ପ୍ରଥମ ଅନୁଭବ ହେବ।
ତେବେ ଟିକିଏ ନିରେଖି ଦେଖିଲେ ତଥାପି କରୋନାର ଗୋଟିଏ ଦିଗ ଉପରେ ସବୁଠାରୁ କମ୍‌ ଲେଖା ହୋଇଛି ବୋଲି ଯେ କେହି ସ୍ବୀକାର କରିବ। ସେ ଦିଗଟି ହେଉଛି କରୋନାକୁ ନେଇ ସାମାଜିକ ବାଛନ୍ଦ। କାଳର କରାଳଗତିରେ କରୋନାର ପ୍ରକୋପ ଯେତେ ଯେତେ ବଢ଼ି ବଢ଼ି ଚାଲିଛି, କରୋନାକୁ ନେଇ ସାମାଜିକ ବାଛନ୍ଦ ବି ସେତିକି ବଢ଼ି ବଢ଼ି ଚାଲିଛି। ଅଥଚ ଏ ନେଇ କେହି ବିବ୍ରତ ହେବା ପରି ଲାଗୁନାହିଁ। ଅବଶ୍ୟ ସାରା ଦେଶରେ ଯେଉଁଠି ରୋଗୀମାନେ ଭେଣ୍ଟିଲେଟର, ଅକ୍ସିଜେନ୍‌ ଆଉ ବେଡ୍‌ ପାଇଁ ସଂଘର୍ଷ କରୁଛନ୍ତି, ସେଠି କରୋନାଜନିତ ସାମାଜିକ ବାଛନ୍ଦର ପ୍ରଶ୍ନ କିଏ ଉଠାଇବ, କାହିଁକି ବା ଉଠାଇବ?
ତେବେ କରୋନାଜନିତ ସାମାଜିକ ବାଛନ୍ଦକୁ ଅସ୍ବୀକାର କରାଯାଇପାରିବ ନାହିଁ। ସାଧାରଣତଃ ସାମାଜିକ ବାଛନ୍ଦ ଏକ ବିଯୁକ୍ତାତ୍ମକ ମାନସିକତା, ଯାହା ଗୋଟିଏ ଗୋଷ୍ଠୀ ସହ ରୋଗକୁ ଯୋଡ଼ି ଆରମ୍ଭ କରାଯାଇଥାଏ। ସାଧାରଣତଃ ସମାଜର ଏକ ବଳିଷ୍ଠ, କ୍ଷମତାଶାଳୀ ଏବଂ ପ୍ରଭାବୀବର୍ଗ ନିଜ ସ୍ଥାନକୁ ସୁରକ୍ଷିତ ରଖିବାକୁ ଯାଇ ସମାଜର ଗରିବ ଦଳିତ ଏବଂ ନିଷ୍ପେଷିତ ଗୋଷ୍ଠୀ ସହ ଗୋଟିଏ ରୋଗକୁ ଯୋଡ଼ି ଦେଇଥାଆନ୍ତି। ଏହା ଏପରି ହୋଇଥାଏ, ସତେ ଯେପରି ସେହି ବଞ୍ଚତ୍ତ ଗୋଷ୍ଠୀ ଯୋଗଁୁ ହିଁ ରୋଗର ଆରମ୍ଭ ଏବଂ ବିସ୍ତାର ହୋଇ ଚାଲିଛି। ସେହି ଗୋଷ୍ଠୀଟି ରୋଗରେ ପଡିଥିବାର ଦେଖିଲେ ଲୋକ ତାଙ୍କୁ ସାହାଯ୍ୟ କରିବା ତ ଦୂରର କଥା, ବରଂ ତାଙ୍କ ଉପରେ ଏପରି କଟକଣା ସବୁ ଲାଗୁ କରନ୍ତି ଯେ ସେ ଗୋଷ୍ଠୀ ସାହାଯ୍ୟ ପାଇବା ତ ଦୂରର କଥା ବରଂ ବିନା ଚିକିତ୍ସାରେ ସେଠାରେ ଯନ୍ତ୍ରଣା ଏପରିକି ମୃତ୍ୟୁ ମଧ୍ୟ ଭୋଗ କରନ୍ତି। ସଂଖ୍ୟାଲଘୁ, ଦଳିତ, ବିଧବା ମହିଳା, ଶିଶୁ, ଏକୁଟିଆ ରହୁଥିବା ମହିଳା ତଥା ସ୍ବଳ୍ପ ଭୂମିହୀନମାନେ ଏହି ବାଛନ୍ଦର ଶିକାର ହୁଅନ୍ତି। ଅନେକ ସମୟରେ ଆମ ସାମାଜିକ ଏବଂ ରାଜନୈତିକ ବିଧିବ୍ୟବସ୍ଥା ଏହି ବାଛନ୍ଦ ବ୍ୟବସ୍ଥାରେ ନିଆଁରେ ଘିଅ ଢାଳିବା ପରି କାମ କରିଥାଏ। କିଛି ଉଦାହରଣ ଦେଲେ ଏହି ବାଛନ୍ଦକୁ ଭଲ ଭାବେ ବୁଝିହେବ।
କରୋନାର ପ୍ରଥମ ଲହର ସମୟରେ ଚାଇନାଫେରନ୍ତା ଲୋକଙ୍କୁ ଭାରତରେ ଘୃଣା କରାଯାଉଥିବାବେଳେ, ସୁରଟଫେରନ୍ତା ଲୋକଙ୍କୁ ଓଡ଼ିଶାରେ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥିଲା। ସେହିପରି ସହରରୁ ଗାଁକୁ ଯାଉଥିବା ସବୁ ଲୋକ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା। ରୋଗକୁ ନେଇ ସାମାଜିକ ବାଛନ୍ଦର ଭାବ ଏତେ ତୀବ୍ରଥିଲା ଯେ, ଏଥିରେ ଡାକ୍ତର ଏବଂ ଛାମୁଆ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ବାଛନ୍ଦର ଶିକାର ହୋଇଥିଲେ। ନୂଆଦିଲ୍ଲୀ ପରି ସହରରେ ଡାକ୍ତରମାନଙ୍କୁ ବିରୋଧ କରାଯାଇଥିଲା। ସ୍ବାସ୍ଥ୍ୟସେବା ସାରି ଘରକୁ ଫେରୁଥିବା ଡାକ୍ତରମାନଙ୍କୁ କେଉଁଠି ଆପାର୍ଟମେଣ୍ଟରେ ପଶିବାକୁ ବାରଣ କରାଯାଉଥିଲା ତ ଆଉ କେଉଁଠି ସେମାନଙ୍କୁ ଭଡ଼ାଘର ଖାଲି କରିବାକୁ ମାଲିକମାନେ ତାଗିଦ କରୁଥିଲେ। କରୋନାକୁ ଭଲ ଭାବେ ବୁଝି ନ ପାରିବା, ମିଥ୍ୟା ତଥ୍ୟ, ଜାଲି ଖବର ଏହି ସାମାଜିକ ବାଛନ୍ଦର ମୂଳପିଣ୍ଡ ପାଲଟେ।
ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ସଙ୍ଗେ ସଙ୍ଗେ ବାଛନ୍ଦର ନୂଆ ସ୍ବରୂପ ସବୁ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଆରମ୍ଭ କଲେଣି। ଆପାର୍ଟମେଣ୍ଟର ନୋଟିସ୍‌ ବୋର୍ଡରେ ମାଳୀ, ରୋଷେଇଆ, ଘରୋଇ ସହାୟକମାନଙ୍କୁ ଆସିବାକୁ ମନା କରାଗଲାଣି। କରୋନା ଯେ ଧର୍ମ, ଲିଙ୍ଗ କିମ୍ବା ସାମାଜିକ ପ୍ରତିପତ୍ତିକୁ ଦେଖି ସଂକ୍ରମଣ କରେ ନାହିଁ, ଏକଥା ଏହି ପାଠୁଆ ଅଥଚ ଅବିବେକୀ ଲୋକ ବୁଝିବାକୁ ନାରାଜ। ଦୁଃଖର କଥା ଏଇଆ ଯେ, ପାଠ ପଢ଼ିଥିବା ଲୋକ ହିଁ ଏହିସବୁ ବାଛନ୍ଦ ବ୍ୟବସ୍ଥାର ସୂତ୍ରଧର ସାଜିଛନ୍ତି। ରୋଗ ଯେ ଗରିବ, ସଂଖ୍ୟାଲଘୁ, ଦଳିତ ଏବଂ ଦିନ ମଜୁରିଆଙ୍କ ଦ୍ୱାରା ବ୍ୟାପେ, ଏ ଉକ୍ତିର ଅନ୍ଧ ସମର୍ଥକଙ୍କ ସଂଖ୍ୟା ବି ପ୍ରବଳ। ସରକାରଙ୍କର ବାଛନ୍ଦକୁ ଏଡ଼ାଇବାକୁ ସମସ୍ତ ସଚେତନତା ଏମାନଙ୍କ ପାଇଁ କାଲା ଆଗରେ ମୂଳା ଚୋବାଇବା ପରି। ହୁଏତ ଏମାନେ କରୋନାରେ ସଂକ୍ରମିତ ନ ହୋଇ ପାରନ୍ତି, କିନ୍ତୁ ଅବିବେକିତା ଏବଂ ଅମାନବିକତାର ଦଂଶନରେ ବେଶ୍‌ ସଂକ୍ରମିତ।
କରୋନା ପରି ମହାମାରୀକୁ ହରାଇବାକୁ ହେଲେ ମଣିଷ ସମାଜକୁ ଏକାଠି ହେବାକୁ ପଡ଼ିବ। ରୋଗ ଭିତ୍ତିରେ ବାଛନ୍ଦ ବ୍ୟବସ୍ଥାକୁ ହଟାଇବାକୁ ପଡିବ। ଯେ ଯାଏ ଆମେ କରୋନା ବିରୋଧରେ ନ ଲଢ଼ି ଲୋକଙ୍କ ବିରୋଧରେ ଲଢ଼ୁଥିବା, ସେଯାଏ କରୋନା ଅଟ୍ଟହାସ୍ୟ କରି ଚାଲିଥିବ, ଆଉ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲୁଥିବ। କରୋନା ବିରୋଧରେ ମଣିଷର ଲଢ଼େଇ କେବେ ଶେଷ ହେବ କେହି ଜାଣେନା। କିନ୍ତୁ ଏ ଲଢ଼େଇର ଆରମ୍ଭ ସାମାଜିକ ବାଛନ୍ଦ ବିରୋଧରେ ଆରମ୍ଭ କରାଗଲେ କ୍ଷତି କ’ଣ?
ଧବଳଗିରି, ଯାଜପୁର ରୋଡ
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଜଙ୍ଗଲ

ରାଧାମୋହନ ମହାପାତ୍ର   କଥାରେ ଅଛି, ଘରପୋଡ଼ିଠାରୁ ବିପତ୍ତି ନାହିଁ। କିନ୍ତୁ ଘରପୋଡ଼ିଠାରୁ ଜଙ୍ଗଲ ପୋଡ଼ି ଆହୁରି ମାରାତ୍ମକ। ଘରଟିଏ ପୋଡ଼ିଗଲେ ମାସେ, ଦୁଇମାସ, ଛ’ମାସ...

ଏଇ ଭାରତରେ

ବୟସ ୧୭, କିନ୍ତୁ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ମଦ ଦୋକାନ ବନ୍ଦ କରୁଛନ୍ତି ମଧ୍ୟପ୍ରଦେଶର ସୁରଜିତ ଲୋଧି। ସ୍ଥାନୀୟ ଲୋକଙ୍କ ଧମକକୁ ଖାତିର...

ସାମ୍ବାଦିକରୁ ସାହିତ୍ୟିକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସାଧନାର ସ୍ବାଦ ସେ ହିଁ ପ୍ରାପ୍ତ କରନ୍ତି ଯେତେେବେଳ ସମାଜ ଦିଏ ତାଙ୍କୁ ଏକ ସ୍ବତନ୍ତ୍ର ସ୍ବୀକୃତି। ସେହି ସ୍ବୀକୃତି ପ୍ରେରଣା...

ଭାଷା ସାହିତ୍ୟ ଓ ପାଠ୍ୟଖସଡ଼ା

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତା ପରିଚୟ ହେଉଛି ତା’ର ମାତୃଭାଷା। ମାତୃଭାଷାର ବ୍ୟବହାର ଉପରେ ନିିର୍ଭର କରେ ତା’ର ପରିଚୟ ଓ...

ପ୍ରତିମୂର୍ତ୍ତି ଓ ପ୍ରେରଣା

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତିମୂର୍ତ୍ତି ପ୍ରେରଣାର ଆଧାର। ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ଦର୍ଶନର ପ୍ରତିଫଳନ। ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସମାଜ ଜୀବନକୁ...

ତାମିଲ ‘ରେବତୀ’ର ସ୍ରଷ୍ଟା

ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ...

ଏଇ ଭାରତରେ

କନ୍ୟା ହେବା ପାଇଁ ଫର୍ମ ଭରିବାକୁ ପଡୁଛି। ଏହାପରେ କନ୍ୟାଙ୍କୁ ମିଳିଯାଉଛି ପିତା ଓ ପିତାଙ୍କୁ ମିଳୁଛି କନ୍ୟା। ଯେଉଁ କନ୍ୟାମାନଙ୍କର ପିତା ନାହାନ୍ତି ସେମାନଙ୍କୁ...

କରୋନା ସଂକ୍ରମଣ ଓ ସହରାଞ୍ଚଳ ପରିଚାଳନା

ଅମିତାଭ କାନ୍ତ ଓ ରିଚା ରଶ୍ମି ନୋଭେଲ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହା ବିଶ୍ୱର ୧୦୦ରୁ...

Advertisement
Archives

Model This Week