ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ

କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ ଜୀବନ ଯାଇଛି। କୋଟି କୋଟି ଲୋକ ସଂକ୍ରମିତ ହୋଇ ଯନ୍ତ୍ରଣା ଭୋଗିଛନ୍ତି। ପ୍ରତି ମୁହୂର୍ତ୍ତରେ କେହି ନା କେହି ଆତ୍ମୀୟସ୍ବଜନ ପୀଡ଼ିତ ହେବାର କିମ୍ବା ଚାଲିଯିବାର ଖବର ଆମ ପାଖରେ ପହଞ୍ଚତ୍ଛି। ମଣିଷ ଏବେ ଯେମିତି ଗୋଟିଏ ଆଶଙ୍କାର ବଳୟ ଭିତରେ ଗଣି ଗଣି ନିଃଶ୍ୱାସ ନେଉଛି। ପରିସ୍ଥିତି ଏମିତି ହୋଇଛି ଯେ, ମଣିଷ ଆଜିର ଦିନଟିକୁ ବଞ୍ଚତ୍ୟିବାକୁ ହିଁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ଭାବୁଛି।
ମଣିଷର ଏହି ଦୁଃଖ, ଦୈନ୍ୟ ଏବଂ ଯନ୍ତ୍ରଣାର କାହାଣୀ ବି ଦୈନିକ ରାଶି ରାଶି ହୋଇ ଲେଖା ହେଉଛି। ଖବରକାଗଜ ପୃଷ୍ଠା ଓଲଟାଇଲେ ଯନ୍ତ୍ରଣାର ଚିତ୍ର ସବୁ ଶବ୍ଦ ମାଧ୍ୟମରେ ଉକୁଟି ଆସୁଛି। ଟେଲିଭିଜନ ପୃଷ୍ଠାରେ ବି ସେଇ ଏକା କଥା। କରୋନା ବିରୋଧରେ ମଣିଷର ସଂଘର୍ଷର କାହାଣୀ ଦେଖି ଆଖିରୁ ଲୁହ ନିଗିଡି ଆସୁଛି। ପ୍ରକୃତିର କୋପ ଆଗରେ ମଣିଷ ସତରେ ଅସହାୟ, ପ୍ରକୃତିଗତ ବିଭୀଷିକା ଆଗରେ ମଣିଷର ପ୍ରସ୍ତୁତିଯେ କେତେ ନୂ୍ୟନ, ତାହା ବାରବାର ପ୍ରମାଣିତ ହୋଇଛି। ଏହି ମର୍ମରେ ଏତେ ଲେଖାଯାଇଛି ଆଉ ଏତେ ଦେଖାଯାଇଛି ଯେ, ବୋଧହୁଏ କରୋନାକୁ ନେଇ ଆଉ ବିଶେଷ କିଛି ଲେଖାହେବାର କିମ୍ବା ଦେଖାହେବାର ଆବଶ୍ୟକତା ନାହିଁ ଏକଥା ଜଣେ ଲେଖକର ପ୍ରଥମ ଅନୁଭବ ହେବ।
ତେବେ ଟିକିଏ ନିରେଖି ଦେଖିଲେ ତଥାପି କରୋନାର ଗୋଟିଏ ଦିଗ ଉପରେ ସବୁଠାରୁ କମ୍‌ ଲେଖା ହୋଇଛି ବୋଲି ଯେ କେହି ସ୍ବୀକାର କରିବ। ସେ ଦିଗଟି ହେଉଛି କରୋନାକୁ ନେଇ ସାମାଜିକ ବାଛନ୍ଦ। କାଳର କରାଳଗତିରେ କରୋନାର ପ୍ରକୋପ ଯେତେ ଯେତେ ବଢ଼ି ବଢ଼ି ଚାଲିଛି, କରୋନାକୁ ନେଇ ସାମାଜିକ ବାଛନ୍ଦ ବି ସେତିକି ବଢ଼ି ବଢ଼ି ଚାଲିଛି। ଅଥଚ ଏ ନେଇ କେହି ବିବ୍ରତ ହେବା ପରି ଲାଗୁନାହିଁ। ଅବଶ୍ୟ ସାରା ଦେଶରେ ଯେଉଁଠି ରୋଗୀମାନେ ଭେଣ୍ଟିଲେଟର, ଅକ୍ସିଜେନ୍‌ ଆଉ ବେଡ୍‌ ପାଇଁ ସଂଘର୍ଷ କରୁଛନ୍ତି, ସେଠି କରୋନାଜନିତ ସାମାଜିକ ବାଛନ୍ଦର ପ୍ରଶ୍ନ କିଏ ଉଠାଇବ, କାହିଁକି ବା ଉଠାଇବ?
ତେବେ କରୋନାଜନିତ ସାମାଜିକ ବାଛନ୍ଦକୁ ଅସ୍ବୀକାର କରାଯାଇପାରିବ ନାହିଁ। ସାଧାରଣତଃ ସାମାଜିକ ବାଛନ୍ଦ ଏକ ବିଯୁକ୍ତାତ୍ମକ ମାନସିକତା, ଯାହା ଗୋଟିଏ ଗୋଷ୍ଠୀ ସହ ରୋଗକୁ ଯୋଡ଼ି ଆରମ୍ଭ କରାଯାଇଥାଏ। ସାଧାରଣତଃ ସମାଜର ଏକ ବଳିଷ୍ଠ, କ୍ଷମତାଶାଳୀ ଏବଂ ପ୍ରଭାବୀବର୍ଗ ନିଜ ସ୍ଥାନକୁ ସୁରକ୍ଷିତ ରଖିବାକୁ ଯାଇ ସମାଜର ଗରିବ ଦଳିତ ଏବଂ ନିଷ୍ପେଷିତ ଗୋଷ୍ଠୀ ସହ ଗୋଟିଏ ରୋଗକୁ ଯୋଡ଼ି ଦେଇଥାଆନ୍ତି। ଏହା ଏପରି ହୋଇଥାଏ, ସତେ ଯେପରି ସେହି ବଞ୍ଚତ୍ତ ଗୋଷ୍ଠୀ ଯୋଗଁୁ ହିଁ ରୋଗର ଆରମ୍ଭ ଏବଂ ବିସ୍ତାର ହୋଇ ଚାଲିଛି। ସେହି ଗୋଷ୍ଠୀଟି ରୋଗରେ ପଡିଥିବାର ଦେଖିଲେ ଲୋକ ତାଙ୍କୁ ସାହାଯ୍ୟ କରିବା ତ ଦୂରର କଥା, ବରଂ ତାଙ୍କ ଉପରେ ଏପରି କଟକଣା ସବୁ ଲାଗୁ କରନ୍ତି ଯେ ସେ ଗୋଷ୍ଠୀ ସାହାଯ୍ୟ ପାଇବା ତ ଦୂରର କଥା ବରଂ ବିନା ଚିକିତ୍ସାରେ ସେଠାରେ ଯନ୍ତ୍ରଣା ଏପରିକି ମୃତ୍ୟୁ ମଧ୍ୟ ଭୋଗ କରନ୍ତି। ସଂଖ୍ୟାଲଘୁ, ଦଳିତ, ବିଧବା ମହିଳା, ଶିଶୁ, ଏକୁଟିଆ ରହୁଥିବା ମହିଳା ତଥା ସ୍ବଳ୍ପ ଭୂମିହୀନମାନେ ଏହି ବାଛନ୍ଦର ଶିକାର ହୁଅନ୍ତି। ଅନେକ ସମୟରେ ଆମ ସାମାଜିକ ଏବଂ ରାଜନୈତିକ ବିଧିବ୍ୟବସ୍ଥା ଏହି ବାଛନ୍ଦ ବ୍ୟବସ୍ଥାରେ ନିଆଁରେ ଘିଅ ଢାଳିବା ପରି କାମ କରିଥାଏ। କିଛି ଉଦାହରଣ ଦେଲେ ଏହି ବାଛନ୍ଦକୁ ଭଲ ଭାବେ ବୁଝିହେବ।
କରୋନାର ପ୍ରଥମ ଲହର ସମୟରେ ଚାଇନାଫେରନ୍ତା ଲୋକଙ୍କୁ ଭାରତରେ ଘୃଣା କରାଯାଉଥିବାବେଳେ, ସୁରଟଫେରନ୍ତା ଲୋକଙ୍କୁ ଓଡ଼ିଶାରେ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥିଲା। ସେହିପରି ସହରରୁ ଗାଁକୁ ଯାଉଥିବା ସବୁ ଲୋକ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା। ରୋଗକୁ ନେଇ ସାମାଜିକ ବାଛନ୍ଦର ଭାବ ଏତେ ତୀବ୍ରଥିଲା ଯେ, ଏଥିରେ ଡାକ୍ତର ଏବଂ ଛାମୁଆ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ବାଛନ୍ଦର ଶିକାର ହୋଇଥିଲେ। ନୂଆଦିଲ୍ଲୀ ପରି ସହରରେ ଡାକ୍ତରମାନଙ୍କୁ ବିରୋଧ କରାଯାଇଥିଲା। ସ୍ବାସ୍ଥ୍ୟସେବା ସାରି ଘରକୁ ଫେରୁଥିବା ଡାକ୍ତରମାନଙ୍କୁ କେଉଁଠି ଆପାର୍ଟମେଣ୍ଟରେ ପଶିବାକୁ ବାରଣ କରାଯାଉଥିଲା ତ ଆଉ କେଉଁଠି ସେମାନଙ୍କୁ ଭଡ଼ାଘର ଖାଲି କରିବାକୁ ମାଲିକମାନେ ତାଗିଦ କରୁଥିଲେ। କରୋନାକୁ ଭଲ ଭାବେ ବୁଝି ନ ପାରିବା, ମିଥ୍ୟା ତଥ୍ୟ, ଜାଲି ଖବର ଏହି ସାମାଜିକ ବାଛନ୍ଦର ମୂଳପିଣ୍ଡ ପାଲଟେ।
ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ସଙ୍ଗେ ସଙ୍ଗେ ବାଛନ୍ଦର ନୂଆ ସ୍ବରୂପ ସବୁ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଆରମ୍ଭ କଲେଣି। ଆପାର୍ଟମେଣ୍ଟର ନୋଟିସ୍‌ ବୋର୍ଡରେ ମାଳୀ, ରୋଷେଇଆ, ଘରୋଇ ସହାୟକମାନଙ୍କୁ ଆସିବାକୁ ମନା କରାଗଲାଣି। କରୋନା ଯେ ଧର୍ମ, ଲିଙ୍ଗ କିମ୍ବା ସାମାଜିକ ପ୍ରତିପତ୍ତିକୁ ଦେଖି ସଂକ୍ରମଣ କରେ ନାହିଁ, ଏକଥା ଏହି ପାଠୁଆ ଅଥଚ ଅବିବେକୀ ଲୋକ ବୁଝିବାକୁ ନାରାଜ। ଦୁଃଖର କଥା ଏଇଆ ଯେ, ପାଠ ପଢ଼ିଥିବା ଲୋକ ହିଁ ଏହିସବୁ ବାଛନ୍ଦ ବ୍ୟବସ୍ଥାର ସୂତ୍ରଧର ସାଜିଛନ୍ତି। ରୋଗ ଯେ ଗରିବ, ସଂଖ୍ୟାଲଘୁ, ଦଳିତ ଏବଂ ଦିନ ମଜୁରିଆଙ୍କ ଦ୍ୱାରା ବ୍ୟାପେ, ଏ ଉକ୍ତିର ଅନ୍ଧ ସମର୍ଥକଙ୍କ ସଂଖ୍ୟା ବି ପ୍ରବଳ। ସରକାରଙ୍କର ବାଛନ୍ଦକୁ ଏଡ଼ାଇବାକୁ ସମସ୍ତ ସଚେତନତା ଏମାନଙ୍କ ପାଇଁ କାଲା ଆଗରେ ମୂଳା ଚୋବାଇବା ପରି। ହୁଏତ ଏମାନେ କରୋନାରେ ସଂକ୍ରମିତ ନ ହୋଇ ପାରନ୍ତି, କିନ୍ତୁ ଅବିବେକିତା ଏବଂ ଅମାନବିକତାର ଦଂଶନରେ ବେଶ୍‌ ସଂକ୍ରମିତ।
କରୋନା ପରି ମହାମାରୀକୁ ହରାଇବାକୁ ହେଲେ ମଣିଷ ସମାଜକୁ ଏକାଠି ହେବାକୁ ପଡ଼ିବ। ରୋଗ ଭିତ୍ତିରେ ବାଛନ୍ଦ ବ୍ୟବସ୍ଥାକୁ ହଟାଇବାକୁ ପଡିବ। ଯେ ଯାଏ ଆମେ କରୋନା ବିରୋଧରେ ନ ଲଢ଼ି ଲୋକଙ୍କ ବିରୋଧରେ ଲଢ଼ୁଥିବା, ସେଯାଏ କରୋନା ଅଟ୍ଟହାସ୍ୟ କରି ଚାଲିଥିବ, ଆଉ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲୁଥିବ। କରୋନା ବିରୋଧରେ ମଣିଷର ଲଢ଼େଇ କେବେ ଶେଷ ହେବ କେହି ଜାଣେନା। କିନ୍ତୁ ଏ ଲଢ଼େଇର ଆରମ୍ଭ ସାମାଜିକ ବାଛନ୍ଦ ବିରୋଧରେ ଆରମ୍ଭ କରାଗଲେ କ୍ଷତି କ’ଣ?
ଧବଳଗିରି, ଯାଜପୁର ରୋଡ
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri